Advertisment

ଜିତିଲା ଭାରତୀୟ ମହିଳା ଟିଟି ଟିମ, ସୁଇମିଂରେ ନିରାଶ କଲେ ରାୱତ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ଦିନରେ ପ୍ରଥମ ବିଜୟ ହାସଲ କରିଛି ଭାରତ। ଭାରତୀୟ ମହିଳା ଟେବୁଲ ଟେନିସ ଟିମ୍‌ ଗ୍ରୁପ ବିର ଗୋଟିଏ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୩-୦ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଡବଲ ଇଭେଣ୍ଟରେ ଭାରତର ମଙ୍ଗ ସମ୍ଭାଳିଥିଲେ ଶ୍ରୀଜା ଅକୁଲା ଓ ରୀତା ଟେନ୍ନିସନ। ଉଭୟ ଡବଲ୍ସ ମୁକାବିଲାରେ ଦମଦାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାର ଲାଇଲା ଏଡୱାର୍ଡସ ଓ ଡାନିଶା ପଟେଲଙ୍କୁ ୧୧-୭, ୧୧-୭ ଓ ୧୧-୫ ସେଟରେ ପରାସ୍ତ […]

ଜିତିଲା ଭାରତୀୟ ମହିଳା ଟିଟି ଟିମ, ସୁଇମିଂରେ ନିରାଶ କଲେ ରାୱତ

manika-batra

Advertisment

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ଦିନରେ ପ୍ରଥମ ବିଜୟ ହାସଲ କରିଛି ଭାରତ। ଭାରତୀୟ ମହିଳା ଟେବୁଲ ଟେନିସ ଟିମ୍‌ ଗ୍ରୁପ ବିର ଗୋଟିଏ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୩-୦ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଡବଲ ଇଭେଣ୍ଟରେ ଭାରତର ମଙ୍ଗ ସମ୍ଭାଳିଥିଲେ ଶ୍ରୀଜା ଅକୁଲା ଓ ରୀତା ଟେନ୍ନିସନ। ଉଭୟ ଡବଲ୍ସ ମୁକାବିଲାରେ ଦମଦାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାର ଲାଇଲା ଏଡୱାର୍ଡସ ଓ ଡାନିଶା ପଟେଲଙ୍କୁ ୧୧-୭, ୧୧-୭ ଓ ୧୧-୫ ସେଟରେ ପରାସ୍ତ କରିଥିଲେ।

Advertisment

ଭାରତ ୧-୦ରେ ଲିଡ କରୁଥିବା ବେଳେ ସିଙ୍ଗଲ ମୁକାବିଲାରେ ମୈଦାନକୁ ଓହ୍ଲାଇଥିଲେ ଅଭିଜ୍ଞ ମନିକା ବାତ୍ରା। ୨୭ ବର୍ଷୀୟ ମନିକା ନିଜର ଜଳୱା ଦେଖା ଦକ୍ଷିଣ ଆଫ୍ରିକାର ମୁସଫିକ୍ୟୁ କଲାମଙ୍କୁ ଏକତରଫା ଭାବେ ପରାସ୍ତ କରିଥିଲେ। ସେ ପ୍ରଥମ ସେଟକୁ ୧୧-୫, ଦ୍ୱିତୀୟ ସେଟକୁ ୧୧-୩ ଓ ତୃତୀୟ ସେଟକୁ ୧୧-୨ରେ ଜିତି ନେଇଥିଲେ। ତୃତୀୟ ସିଙ୍ଗଲ ମୁକାବିଲାରେ ଶ୍ରୀଜା ଅକୁଲା ଦକ୍ଷିଣ ଆଫ୍ରିକାର ଡାନିଶା ପଟେଲଙ୍କୁ ପୁଣି ୩-୦ ସେଟରେ ପରାସ୍ତ କରିଥିଲେ। ଏହି ବିଜୟ ସହ ଆଉ ୨ଟି ମୁକାବିଲା ପୂର୍ବରୁ ହିଁ ଭାରତ ୩-୦ରେ  ମ୍ୟାଚ ଜିତି ନେଇଛି। ଏବେ ଭାରତୀୟ ମହିଳା ଟିଟି ଟିମ୍ ରାତି ୮.୩୦ରେ ତା’ର ଦ୍ୱୀତୀୟ ମୁକାବିଲାରେ ଫିଜିକୁ ଭେଟିବ।

Advertisment


ଅନ୍ୟପକ୍ଷରେ ଫ୍ରି ଷ୍ଟାଇଲ ସୁଇମିଂରେ ଭାରତକୁ ନିରାଶ ହେବାକୁ ପଡ଼ିଛି। ୪୦୦ ମିଟର ଫ୍ରିଷ୍ଟାଇ ସୁଇମିଂରେ ଭାରତର କୁଶଗ୍ର ରାୱତ ଭାଗ ନେଇଥିଲେ। ତେବେ ସେ ଯୋଗ୍ୟତା ପର୍ଯ୍ୟାୟର ତୃତୀୟ ହିଟ୍‌ର ଶେଷ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଛନ୍ତି। ସେ ୩.୫୭.୪୫ ସେକେଣ୍ଡରେ ନିଜର ରେସ ଶେଷ କରିଥିଲେ। ଏହି ହିଟରେ ୩.୪୮.୩୨ ସେକେଣ୍ତ ଟାଇମିଂ ସହ ଅଷ୍ଟ୍ରେଲିଆର ଇଲିଜା ୱିନିଂଟନ ପ୍ରଥମ ସ୍ଥାନରେ ରହିଛନ୍ତି।

୪୦୦ ମିଟର ଫ୍ରିଷ୍ଟାଇଲ ଇଭେଣ୍ଟରେ ମୋଟ ୨୧ ଜଣ ସୁଇମର ରହିଥିଲେ। ସେମାନଙ୍କ ମଧ୍ୟରେ ଭାରତର ରାୱତ ୧୪ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ୩ଟି ଯାକ ହିଟର ଟପ୍‌ ୮ ପ୍ରତିଯୋଗୀ ପଦକ ପାଇଁ ଲଢ଼େଇ କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe