Advertisment

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦ୍ୱିତୀୟ ପଦକ ଦେଲେ ଗୁରୁରାଜା ପୂଜାରୀ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ଦ୍ୱିତୀୟ ପଦକ। ଭାରୋତ୍ତୋଳନରେ ଗୁରୁରାଜା ପୂଜାରୀ ଭାରତ ପାଇଁ ଜିତିଛନ୍ତି ବ୍ରୋଞ୍ଜ ପଦକ। ଏହାପୂର୍ବରୁ ୫୫ କେଜି ଭାରୋତ୍ତୋଳନ ବର୍ଗରେ ସଙ୍କେତ ମହାଦେବ ସାଗର ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ। ଏବେ ଗୁରୁରାଜ ୬୧ କେଜି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗୋଟିଏ ଦିନରେ ଭାରତକୁ ଦୁଇଟି ପଦକ ମିଳିବାରୁ ଚାରିଆଡ଼ୁ ଦୁଇ ଖେଳାଳିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। 2️⃣nd medal for 🇮🇳 at @birminghamcg22 […]

ଅଦ୍ୟତନ ହୋଇଛି
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦ୍ୱିତୀୟ ପଦକ ଦେଲେ ଗୁରୁରାଜା ପୂଜାରୀ

India

Advertisment

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ଦ୍ୱିତୀୟ ପଦକ। ଭାରୋତ୍ତୋଳନରେ ଗୁରୁରାଜା ପୂଜାରୀ ଭାରତ ପାଇଁ ଜିତିଛନ୍ତି ବ୍ରୋଞ୍ଜ ପଦକ। ଏହାପୂର୍ବରୁ ୫୫ କେଜି ଭାରୋତ୍ତୋଳନ ବର୍ଗରେ ସଙ୍କେତ ମହାଦେବ ସାଗର ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ। ଏବେ ଗୁରୁରାଜ ୬୧ କେଜି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗୋଟିଏ ଦିନରେ ଭାରତକୁ ଦୁଇଟି ପଦକ ମିଳିବାରୁ ଚାରିଆଡ଼ୁ ଦୁଇ ଖେଳାଳିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

Advertisment


କର୍ଣ୍ଣାଟକାର ଗୁରୁରାଜା ପୂଜାରୀ ୬୧ କେଜି ବର୍ଗର ସ୍ନାଚରେ ୧୧୮ କେଜି ଓଜନ ଉଠାଇଥିଲେ। ସେହିପରି ସେ କ୍ଲିନ ଆଣ୍ଡ ଜର୍କରେ ୧୫୧ କେଜି ଓଜନ ଉଠାଇଛନ୍ତି। ଏହାକୁ ମିଶାଇ ମୋଟ ୨୬୯ କେଜି ଓଜନ ଉଠାଇ ଗୁରୁରାଜ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ କାନାଡାର ୟୁରୀ ସିମରାଡଙ୍କ ଠାରୁ ମାତ୍ର ଅଧିକ ଗୋଟିଏ କେଜି ଓଜନ ଉଠାଇ ପଦ ଜିତିବାକୁ ସକ୍ଷମ ହୋଇଛନ୍ତି।

Advertisment

୨୦୧୮ ଗୋଲ୍ଡକୋଷ୍ଟରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ଗୁରୁରାଜା ଆଜି ପ୍ରଥମ ପ୍ରୟାସରେ ହିଁ ୧୧୫ କେଜି ଓଜନ ଉଠାଇଥିଲେ। ତାଙ୍କ ପାଇଁ ସିମରାଡ ଓ ପିଏନଜିର ମୋରେଆ ବାରୁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ। ହେଲେ ଦ୍ୱିତୀୟ ପ୍ରୟାସରେ ସେ ଅଧିକ ୩ କେଜି ଓଜନ ବେଶ ସହଜରେ ଉଠାଇ ଦେଇ ଉଭୟଙ୍କୁ ପଛରେ ପକାଇ ଦେଇଥିଲେ। ତେବେ ତୃତୀୟ ପ୍ରୟାସରେ ଗୁରୁରାଜା ୧୨୦ କେଜି ଓଜନ ଉଠାଇବାକୁ ଚେଷ୍ଟା କରି ଫେଲ ମାରିଥିଲେ। ତେବେ ମୋରେଇ ପରବର୍ତ୍ତୀ ଅବସ୍ଥାରେ ଭଲ ପ୍ରଦର୍ଶନ କରି ଗୁରୁରାଜାଙ୍କୁ ପଛରେ ପକାଇ ଦେଇଥିଲେ।

ଏହି ୬୧ କେଜି ବର୍ଗରେ ମାଲେସିୟାର ମହମ୍ମଦ ଅଜନିଲ ବିଡିନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ମୋଟ ୨୮୫ କେଜି ଓଜନ ଉଠାଇଛନ୍ତି। ସେହିପରି ପିଏନଜିର ମୋରେଆ ବାରୁ ମୋଟ ୨୭୩ କେଜି ଓଜନ ଉଠାଇ ରୌପ୍ୟ ପଦକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe