Advertisment

ଚମକିଲେ ଓଡ଼ିଆ ଝିଅ ଝିଲି, ଜିତିଲେ ରୌପ୍ୟ ପଦକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଝିଅ ଝିଲି ଦଳବେହେରା ଆଉ ଏକ ବଡ଼ ସଫଳତା ଅର୍ଜନ କରିଛନ୍ତି। ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନଶିପରେ ଝିଲି ରୌପ୍ୟ ପଦକ ଜିତିଛନ୍ତି। ଝିଲି ୪୯ କେଜି ବର୍ଗରେ ଏହି ସଫଳତା ପାଇଛନ୍ତି। ୪୫ କେଜି ବର୍ଗରେ ଏସିଆନ୍ ଭାରୋତ୍ତୋଳନ ଚାମ୍ପିୟନ୍ ଏବଂ ବିଶ୍ୱ ଜୁନିୟର ବ୍ରୋଞ୍ଜ ପଦକ ବିଜେତା ଝିଲି ଚଳିତ ଚାମ୍ପିୟନଶିପରେ ୪୯ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା […]

ଚମକିଲେ ଓଡ଼ିଆ ଝିଅ ଝିଲି, ଜିତିଲେ ରୌପ୍ୟ ପଦକ

jhili1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଝିଅ ଝିଲି ଦଳବେହେରା ଆଉ ଏକ ବଡ଼ ସଫଳତା ଅର୍ଜନ କରିଛନ୍ତି। ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନଶିପରେ ଝିଲି ରୌପ୍ୟ ପଦକ ଜିତିଛନ୍ତି। ଝିଲି ୪୯ କେଜି ବର୍ଗରେ ଏହି ସଫଳତା ପାଇଛନ୍ତି।

Advertisment

୪୫ କେଜି ବର୍ଗରେ ଏସିଆନ୍ ଭାରୋତ୍ତୋଳନ ଚାମ୍ପିୟନ୍ ଏବଂ ବିଶ୍ୱ ଜୁନିୟର ବ୍ରୋଞ୍ଜ ପଦକ ବିଜେତା ଝିଲି ଚଳିତ ଚାମ୍ପିୟନଶିପରେ ୪୯ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁଙ୍କ ଓହରିଯିବା କାରଣରୁ ଝିଲି ଏହି ଓଜନ ବର୍ଗରେ ଭାଗ ନେଇଥିଲେ। ଝିଲି ମଧ୍ୟ ନିରାଶ ନକରି ପଦକ ଜିତିବାରେ ସଫଳ ହୋଇଛନ୍ତି।

୨୨ ବର୍ଷୀୟ ଝିଲି ସ୍ନାଚରେ ୭୩ କେଜି ଏବଂ କ୍ଲିନ୍ ଓ ଜର୍କରେ ୯୪ କେଜି ସହ ମୋଟ ୧୬୭ କେଜି ଓଜନ ଉଠାଇଛନ୍ତି, ଯାହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ। ଏହାସହ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ମଧ୍ୟ ଝିଲିଙ୍କର ଏହି ପ୍ରଦର୍ଶନ ଦ୍ୱିତୀୟ ଶ୍ରେଷ୍ଠ। ସେ ଅଳ୍ପକେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ। ନାଇଜେରିଆର ପିଟର୍ ଷ୍ଟେଲା କିଙ୍ଗସଲୀ ମୋଟ ୧୬୮ (୭୨+୯୬ କେଜି) କେଜି ଭାର ଉଠାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ଏହି ଇଭେଣ୍ଟରେ ଘାନାର ୱିନିଫ୍ରେଡ୍ ଟୁମି ବ୍ରୋଞ୍ଜ ପଦକ ଜିତିଛନ୍ତି।

Advertisment

https://twitter.com/Media_SAI/status/1468841027200905226?s=20

ସୂଚନାଯୋଗ୍ୟ, ଖୋର୍ଦ୍ଧାରେ ଜନ୍ମିତ ଝିଲି ବହୁ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ ମେଡାଲ ଜିତିଛନ୍ତି। ୨୦୧୭ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ କମନ୍‌ୱେଲ୍‌ଥ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୮ରେ ଜାତୀୟ ଜୁନିଅର ମହିଳା ଭାରୋତ୍ତୋଳନରେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ।

ଉଜ୍‌ବେକିସ୍ତାନରେ ଖେଳାଯାଇଥିବା ଏସିଆନ୍ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌ରେ ଜିତିଥିଲେ ରୌପ୍ୟ ପଦକ। ସେହି ବର୍ଷ ଜୁନିଅର ବିଶ୍ୱ ଚାମ୍ପିଅନସିପ୍‌ରେ ବ୍ରୋଞ୍ଜ ଜିତିଥିଲେ। ୨୦୧୮ରେ ତୁର୍କମେନିସ୍ତାନରେ ଆୟୋଜିତ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପ୍‌ର ୪୯ କିଲୋ ବର୍ଗରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ ଝିଲି। ଚଳିତ ବର୍ଷ ସେ ଏସିଆନ୍ ଚାମ୍ପିୟନଶିପରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe