Advertisment

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ: ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଜରୀନ

ଇସ୍ତାନବୁଲ: ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ରେକର୍ଡ କରିଛନ୍ତି ଯୁବ ବକ୍ସର ନିଖହତ ଜରୀନ। ସେ ୫୨ କେଜି ବର୍ଗରେ ଭାରତ ପାଇଁ ଆଜି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫ୍ଲାଏ ୱେଟ କ୍ୟାଟାଗୋରୀର ଫାଇନାଲ ମୁକାବିଲାରେ ସେ ଥାଇଲ୍ୟାଣ୍ଡର ଜିଟପଙ୍ଗ ଜୁଟାମସଙ୍କ ୫-୦ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାରେ ଜରୀନ ୫ମ ମହିଳା ବକ୍ସର। ତାଙ୍କ ପୂର୍ବରୁ ମ୍ୟାରି କମ, ସରିତା ଦେବୀ, […]

author-image
Hemant Lenka
ବିଶ୍ୱ ବକ୍ସିଂ ଚାମ୍ପିୟନଶିପ: ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଜରୀନ

zareen

ଇସ୍ତାନବୁଲ: ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ରେକର୍ଡ କରିଛନ୍ତି ଯୁବ ବକ୍ସର ନିଖହତ ଜରୀନ। ସେ ୫୨ କେଜି ବର୍ଗରେ ଭାରତ ପାଇଁ ଆଜି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫ୍ଲାଏ ୱେଟ କ୍ୟାଟାଗୋରୀର ଫାଇନାଲ ମୁକାବିଲାରେ ସେ ଥାଇଲ୍ୟାଣ୍ଡର ଜିଟପଙ୍ଗ ଜୁଟାମସଙ୍କ ୫-୦ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି।

Advertisment

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାରେ ଜରୀନ ୫ମ ମହିଳା ବକ୍ସର। ତାଙ୍କ ପୂର୍ବରୁ ମ୍ୟାରି କମ, ସରିତା ଦେବୀ, ଜେନ୍ନୀ ଆରଏଲ ଓ ଲେଖା କେସି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୫ ବର୍ଷୀୟ ଜରୀନ ପୂର୍ବତନ ଜୁନିୟର ୟୁଥ ୱାର୍ଲ୍ଡ ଚାମ୍ପିୟନ। ସେ ୨୦୨୧ ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ।

ଆଜିର ଫାଇନାଲ ମ୍ୟାଚ୍‌ରେ ତେଲେଙ୍ଗାନା ବକ୍ସର ଜରୀନ ତାଙ୍କ ଥାଇଲ୍ୟାଣ୍ଡ ପ୍ରତିପକ୍ଷଙ୍କ ବିରୋଧରେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ଜିତିଛନ୍ତି। ଏହି ବାଉଟରେ ଜଜମାନେ ଜରୀନଙ୍କ ସପକ୍ଷରେ ୩୦-୨୭, ୨୯-୨୮, ୨୯-୨୮, ୩୦-୨୭ ଓ ୨୯-୨୮ରେ ରେଜଲ୍ଟ ଘୋଷଣା କରିଛନ୍ତି।

Advertisment

ଜରୀନଙ୍କ ପୂର୍ବରୁ ମ୍ୟାରି କମ ୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮, ୨୦୦୬ରେ ସରିତା ଦେବୀ, ୨୦୦୬ରେ ଜେନ୍ନୀ ଆରଏଲ ବିଭିନ୍ନ ବର୍ଗରେ ଭାରତ ପାଇଁ ବିଶ୍ୱ ବିଜେତା ହୋଇଥିଲେ।

ଜରୀନଙ୍କ ବ୍ୟତୀତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପର ୫୭ କେଜି ବର୍ଗରେ ମନୀଷା ମୋନୁ ଓ ଡେବ୍ୟୁଟାଣ୍ଟ ପରଭୀନ ହୁଡା ୬୩ ବର୍ଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି।