Advertisment

ରବିବାର ମୈଦାନକୁ ଓହ୍ଲାଇବେ ସିନ୍ଧୁ ଓ ମ୍ୟାରିକମ, ଭାରତର ପୂରା ଖେଳସୂଚୀ ଓ ସମୟ ଜାଣନ୍ତୁ

ଟୋକିଓ: ଅଲିମ୍ପିକ୍ସ ୨୦୨୦ର ପ୍ରଥମ ଦିନରେ ଭାରତ ଗୋଟିଏ ପଦକ ଜିତିଛି। ଭାରୋତ୍ତୋଳନରେ ମୀରାବାଈ ଚାନୁ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ଆଜି ଦେଶକୁ ବିଭିନ୍ନ କ୍ରୀଡ଼ାରେ ଝଟକା ଲାଗିଥିବା ବେଳେ ଆଉ କିଛି ବିଭାଗରେ ଖେଳାଳିମାନେ ପରବର୍ତ୍ତୀ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଜି ସବୁଠାରୁ ଖରାପ ସମୟ ଶୁଟିଂ ପାଇଁ ଥିଲା। ବନ୍ଧୁକ ଚାଳନାରେ ପଦକ ଦାବିଦାର ସୌରଭ ଚୌଧୁରୀ ଫାଇନାଲ ରାଉଣ୍ଡରେ ସମସ୍ତଙ୍କୁ ନିରାଶ କରିଛନ୍ତି। ବକ୍ସିଂରେ ବିକାଶ କ୍ରିଷ୍ଣା ପ୍ରଥମ […]

author-image
Hemant Lenka
ରବିବାର ମୈଦାନକୁ ଓହ୍ଲାଇବେ ସିନ୍ଧୁ ଓ ମ୍ୟାରିକମ, ଭାରତର ପୂରା ଖେଳସୂଚୀ ଓ ସମୟ ଜାଣନ୍ତୁ

Sindhu

ଟୋକିଓ: ଅଲିମ୍ପିକ୍ସ ୨୦୨୦ର ପ୍ରଥମ ଦିନରେ ଭାରତ ଗୋଟିଏ ପଦକ ଜିତିଛି। ଭାରୋତ୍ତୋଳନରେ ମୀରାବାଈ ଚାନୁ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ଆଜି ଦେଶକୁ ବିଭିନ୍ନ କ୍ରୀଡ଼ାରେ ଝଟକା ଲାଗିଥିବା ବେଳେ ଆଉ କିଛି ବିଭାଗରେ ଖେଳାଳିମାନେ ପରବର୍ତ୍ତୀ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

Advertisment

ଆଜି ସବୁଠାରୁ ଖରାପ ସମୟ ଶୁଟିଂ ପାଇଁ ଥିଲା। ବନ୍ଧୁକ ଚାଳନାରେ ପଦକ ଦାବିଦାର ସୌରଭ ଚୌଧୁରୀ ଫାଇନାଲ ରାଉଣ୍ଡରେ ସମସ୍ତଙ୍କୁ ନିରାଶ କରିଛନ୍ତି। ବକ୍ସିଂରେ ବିକାଶ କ୍ରିଷ୍ଣା ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗରେ ଥିବା ଏକମାତ୍ର ଖେଳାଳି ଭାବେ ସାଇ ପ୍ରଣୀତ ମଧ୍ୟ ହାରି ଯାଇଛନ୍ତି। ତୀରନ୍ଦାଜୀର ମିକ୍ସଡ ଇଭେଣ୍ଟରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ କ୍ୱାର୍ଟର ଫାଇନାଲରେ ହାରି ସମସ୍ତଙ୍କୁ ନିରାଶ କରିଛନ୍ତି।

ହେଲେ ଟେବୁଲ ଟେନିସରେ ମନୀକା ବାତ୍ରା ଓ ସୁଥିତ୍ରା ମୁଖାର୍ଜୀ ପ୍ରଥମ ରାଉଣ୍ଡରେ ଜବରଦସ୍ତ ବିଜୟ ହାସଲ କରିଛନ୍ତି। ପୁରୁଷ ହକି ଟିମ୍‌ ପ୍ରଥମ ମ୍ୟାଚ୍‌ରେ ଜିତିଛି। ଅବଶ୍ୟ ମହିଳା ହକି ଟିମ ହାରି ଯାଇଛି। ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ସାତ୍ତ୍ୱିକ ଓ ଚିରାଗ ଯୋଡ଼ି ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇଛନ୍ତି।

Advertisment

ତେବେ ପ୍ରଥମ ଦିନ ଭଳି ଆସନ୍ତାକାଲି ମଧ୍ୟ ଭାରତୀୟ କ୍ରୀଡ଼ାବିତ୍‌ ବିଭିନ୍ନ ଇଭେଣ୍ଟରେ ଭାଗ ନେବାକୁ ମୈଦାନକୁ ଓହ୍ଲାବେ।

ଏମାନଙ୍କ ମଧ୍ୟରେ ରିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିବା ସିନ୍ଧୁ ରହିଛନ୍ତି। ସେହିପରି ବକ୍ସିଂରେ ମ୍ୟାରିକମ ରିଗିଂକୁ ଓହ୍ଲାଇବେ। ସାନିଆ ମିର୍ଜା ଓ ଅଙ୍କିତା ରାଇନା ମଧ୍ୟ କାଲି କୋର୍ଟକୁ ଓହ୍ଲାଇବେ। ପୁରୁଷ ହକି ଟିମ୍‌ ବି କାଲି ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ।

ଆସନ୍ତୁ ଜାଣିବା ଭାରତର କ୍ରୀଡ଼ାସୂଚୀ ଓ ସମୟ

୧-ସକାଳ ୫.୩୦-୦ ମିଟର ଏୟାର ପିସ୍ତଲ-ଯସ୍ମିନ ସିଂହ ଦେଶୱାଲ ଓ ମନୁ ଭାକର

୨-ସକାଳ ୬.୩୦-ଶୁଟିଂ-ମିରାଜ ଅହମଦ ଖାନ ଓ ଅଙ୍ଗଦ ବୀର ସିଂହ ବାଜୱା

୩-ସକାଳ ୬.୩୦- ଜିମ୍ନାଷ୍ଟିକ(ସବଡିଭିଜନ-୧ ଯୋଗ୍ୟତା ପର୍ଯ୍ୟାୟ)- ପ୍ରଣତି ନାୟକ

୪-ସକାଳ ୬.୪୦-ରୋଇଂ(ପୁରୁଷ ଡବଲ୍ସ)-ରାଉଣ୍ଡ୨-ଅର୍ଜୁନ ଲାଲ ଜାଟ ଓ ଅରବିନ୍ଦ ସିଂହ

୫- ସକା ୭.୧୦- ବ୍ୟାଡମିଣ୍ଟନ- ପିଭି ସିନ୍ଧୁ ବନାମ କସେନିଆ ପୋଲିକାରାପୋଭା

୬-ସକାଳ ୭.୩୦-ଟେନିସ(ମହିଳା ଡବଲ୍ସ)-ସାନିଆ ମିର୍ଜା ଓ ଅଙ୍କିତା ରାଇନା

୭-ସକାଳ ୮.୩୫-ନୌଚାଳନା(ମହିଳା ରାଉଣ୍ଡ ୧)- ନେତ୍ରା କୁମାନା

୮-ସକାଳ ୯.୩୦- ୧୦ମି ଏୟାର ରାଇଫଲ(ପୁରୁଷ)- ଦୀପକ କୁମାର ଓ ଦିବ୍ୟାଂଶ ସିଂହ ପନୱର

୯-ସକାଳ ୧୦.୩୦-ଟେବୁଲ ଟେନିସ(ପୁରୁଷ ଏକକ)- ସଥିୟାନ ଗନଶେଖରନ

୧୦- ସକାଳ ୧୧.୦୫-ନୌଚାଳନା(ପୁରୁଷ)-ବିଷ୍ଣୁ ସରବାନନ୍‌

୧୧-ମଧ୍ୟାହ୍ନ ୧୨ଟା-ଟେବୁଲ ଟେନିସ(ରାଉଣ୍ଡ-୨)- ମନୀକା ବାତ୍ରା

୧୨-ମଧ୍ୟାହ୍ନ ୧.୩୦-ବକ୍ସିଂ(ମହିଳା)- ମ୍ୟାରି କମ

୧୩-ଅପରାହ୍ନ ୩ଟା- ହକି(ପୁରୁଷ)- ଭାରତ ବନାମ ଅଷ୍ଟ୍ରେଲିଆ

୧୪-ଅପରାହ୍ନ ୩.୬-ବକ୍ସିଂ(ପୁରୁଷ)- ମନୀଷ କୌଶିକ

୧୫-ଅପରାହ୍ନ ୩.୩୨- ସୁଇମିଂ(ରାଉଣ୍ଡ୧ ମହିଳା)-ମାନା ପଟେଲ

୧୬-ଅପରାହ୍ନ ୪.୨୬-ସୁଇମିଂ(ରାଉଣ୍ଡ ୩ ପୁରୁଷ)-ଶ୍ରୀହରି ନଟରାଜ

Tokyo Olympics