Advertisment

ମ୍ୟାଚ୍‌ ବେଳେ କବାଡ଼ି ଖେଳାଳି ସନ୍ଦୀପଙ୍କୁ ଗୁଳିକରି ହତ୍ୟା

ଜଲନ୍ଧର: ପଞ୍ଜାବରୁ ଆସିଛି ଏକ ଦୁଃଖଦ ଖବର। ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ କିଛି ଦୁର୍ବୃତ୍ତ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରିଛନ୍ତି। ଜଲନ୍ଧରର ମାଲିଆନ ଗାଁରେ ଗୋଟିଏ କବାଡି ମ୍ୟାଚ୍‌ ଚାଲିଥିବା ବେଳେ ଏତେ ବଡ଼ ଅଘଟଣ ଘଟିଛି। ସନ୍ଦୀପଙ୍କ ମୁଣ୍ଡ ଓ ଛାତିକୁ ଲକ୍ଷ୍ୟ କରି ପ୍ରାୟ ୨୦ ରାଉଣ୍ଡ ଗୁଳି ମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ ଯୋଗୁ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଜଲନ୍ଧର (ଗ୍ରାମୀଣ) ଡେପୁଟି ଏସ୍‌ପି ଲଖିୱିନ୍ଦର […]

author-image
Hemant Lenka
ଅଦ୍ୟତନ ହୋଇଛି
ମ୍ୟାଚ୍‌ ବେଳେ କବାଡ଼ି ଖେଳାଳି ସନ୍ଦୀପଙ୍କୁ ଗୁଳିକରି ହତ୍ୟା

Kabadi

ଜଲନ୍ଧର: ପଞ୍ଜାବରୁ ଆସିଛି ଏକ ଦୁଃଖଦ ଖବର। ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ କିଛି ଦୁର୍ବୃତ୍ତ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରିଛନ୍ତି। ଜଲନ୍ଧରର ମାଲିଆନ ଗାଁରେ ଗୋଟିଏ କବାଡି ମ୍ୟାଚ୍‌ ଚାଲିଥିବା ବେଳେ ଏତେ ବଡ଼ ଅଘଟଣ ଘଟିଛି। ସନ୍ଦୀପଙ୍କ ମୁଣ୍ଡ ଓ ଛାତିକୁ ଲକ୍ଷ୍ୟ କରି ପ୍ରାୟ ୨୦ ରାଉଣ୍ଡ ଗୁଳି ମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ ଯୋଗୁ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ।

Advertisment

ଜଲନ୍ଧର (ଗ୍ରାମୀଣ) ଡେପୁଟି ଏସ୍‌ପି ଲଖିୱିନ୍ଦର ସିଂହ ଗୁଳିମାଡ଼ରେ ସନ୍ଦୀପଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି। ୨୦ ରାଉଣ୍ଡ ଗୁଳିରୁ ତାଙ୍କ ଶରୀରରେ ପ୍ରାୟ ୮ରୁ ୧୦ଟି ବୁଲେଟ ମାଡ଼ ହୋଇଥିବା ପୁଲିସ୍‌ ସନ୍ଦେହ କରୁଛି। ତେବେ ପୁଲିସ୍‌ ଘଟଣା ପଛର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମ୍ୟାଚ୍‌ ଚାଲିଥିବା ବେଳେ ୧୦ରୁ ୧୨ ଜଣ ମାଲିଆନ ଗାଁରେ ପହଞ୍ଚିଥିଲେ। ଏହାପରେ ସେମାନେ ମିଳିତ ଭାବେ ସନ୍ଦୀପଙ୍କୁ ଟାର୍ଗେଟ କରି ଗୁଳି ମାଡ଼ କରିଥିଲେ। ଏହାଦେଖି ଲୋକମାନେ ଘଟଣାସ୍ଥଳରୁ ଦୌଡ଼ିବାକୁ ଲାଗିଥିଲେ।

Advertisment

ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ମଧ୍ୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ସନ୍ଦୀପଙ୍କୁ ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲ ନେବାକୁ ଚେଷ୍ଟା କରିଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ପୂର୍ବ ଶତ୍ରୁତାରୁ ସମ୍ଭବତଃ ଏପରି ଘଟଣା ଘଟିଛି ବୋଲି କୁହାଯାଉଛି। କିନ୍ତୁ ପୁଲିସ୍‌ ଏଯାଏ ଘଟଣାର କାରଣ ସମ୍ପର୍କରେ କିଛି ବି କହିନାହିଁ।

ଦୀର୍ଘ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହେବ ସନ୍ଦୀପ କବାଡ଼ି ଜବଗତରେ ବେଶ୍‌ ପରିଚିତ ଥିଲେ। ସେ ପଞ୍ଜାବ ବ୍ୟତୀତ କାନାଡ଼ା, ଆମେରିକା ଓ ବ୍ରିଟେନରେ ମଧ୍ୟ କବାଡ଼ି ଖେଳି ନାଁ କମାଇଥିଲେ। ସେ ଷ୍ଟପର ଭାବେ ମ୍ୟାଚ୍‌ ଖେଳନ୍ତି। ତାଙ୍କ ଫ୍ୟାନମାନେ ତାଙ୍କୁ ଗ୍ଲାଡିୟଟର ଭାବେ ଜାଣନ୍ତି।