Advertisment

ଇର୍‌ଫାନ୍‌ ପଠାନ ଓ ତାଙ୍କ ପରିବାର ସହ ଦୁର୍ବ୍ୟବହାର

ନୂଆଦିଲ୍ଲୀ: ବିମାନ ବନ୍ଦରରେ ଭାରତୀୟ ଟିମ୍‌ର ପୂର୍ବତନ ଷ୍ଟାର୍‌ ଅଲ୍‌ରାଉଣ୍ଡର ଖେଳାଳି ଇର୍‌ଫାନ୍‌ ପଠାନ ଓ ତାଙ୍କ ପରିବାରକୁ ଦୁର୍ବ୍ୟବହାର। ଇର୍‌ଫାନ୍‌ ଓ ତାଙ୍କ ପରିବାରକୁ ବିସ୍ତାରା ଏୟାରଲାଇନ୍ସର ଚେକ୍‌ ଇନ୍‌ କାଉଣ୍ଟରରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ତାଙ୍କ ସହ ଦୁର୍ବ୍ୟବହାର କରାଯିବା ସହ ପ୍ରାୟ ଦେଢ଼ ଘଣ୍ଟା କାଳ ତାଙ୍କୁ ଅଟକ ରଖାଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ସୋଶାଲ ମିଡିଆରେ ଏନେଇ ପୂର୍ବତନ କ୍ରିକେଟର୍‌ ଇର୍‌ଫାନ୍‌ ଏକ ପୋଷ୍ଟ ଶେଆର କରିଛନ୍ତି। ଯେଉଁଥିରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଇର୍‌ଫାନ୍‌ ପଠାନ ଓ ତାଙ୍କ ପରିବାର ସହ ଦୁର୍ବ୍ୟବହାର

irfan-pathan-and-family-

ନୂଆଦିଲ୍ଲୀ: ବିମାନ ବନ୍ଦରରେ ଭାରତୀୟ ଟିମ୍‌ର ପୂର୍ବତନ ଷ୍ଟାର୍‌ ଅଲ୍‌ରାଉଣ୍ଡର ଖେଳାଳି ଇର୍‌ଫାନ୍‌ ପଠାନ ଓ ତାଙ୍କ ପରିବାରକୁ ଦୁର୍ବ୍ୟବହାର। ଇର୍‌ଫାନ୍‌ ଓ ତାଙ୍କ ପରିବାରକୁ ବିସ୍ତାରା ଏୟାରଲାଇନ୍ସର ଚେକ୍‌ ଇନ୍‌ କାଉଣ୍ଟରରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ତାଙ୍କ ସହ ଦୁର୍ବ୍ୟବହାର କରାଯିବା ସହ ପ୍ରାୟ ଦେଢ଼ ଘଣ୍ଟା କାଳ ତାଙ୍କୁ ଅଟକ ରଖାଯାଇଥିବା ସେ ଅଭିଯୋଗ ଆଣିଛନ୍ତି।

Advertisment

ସୋଶାଲ ମିଡିଆରେ ଏନେଇ ପୂର୍ବତନ କ୍ରିକେଟର୍‌ ଇର୍‌ଫାନ୍‌ ଏକ ପୋଷ୍ଟ ଶେଆର କରିଛନ୍ତି। ଯେଉଁଥିରେ ସେ ତାଙ୍କ ସହ ଘଟିଥିବା ସମସ୍ତ ଘଟଣାର ଖୁଲାସା କରିଛନ୍ତି। ଏହି ସମୟରେ ତାଙ୍କ ସହ ତାଙ୍କର ପତ୍ନୀ ଓ ତାଙ୍କର ଦୁଇ ଛୁଆ ମଧ୍ୟ ଥିବା ଇର୍‌ଫାନ୍‌ କହିଛନ୍ତି।

ଇର୍‌ଫାନ୍‌ ବୁଧବାର ପରିବାର ସହ ଦୁବାଇ ଯିବା ପାଇଁ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ବିସ୍ତାରା ଫ୍ଲାଇଟ୍‌ ଧରିଥାନ୍ତେ। ଏହି ସମୟରେ ତାଙ୍କ ସହ ବିମାନ ବନ୍ଦରରେ ଦୁର୍ବ୍ୟବହାର କରାଯାଇଥିଲା। ତାଙ୍କ କନ୍‌ଫର୍ମ ଟିକେଟରେ ବିସ୍ତାରା ଏୟାରଲାଇନ୍ସ ହେରଫେର କରିଥିବା ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ତାଙ୍କୁ କାଉଣ୍ଟର୍‌ରେ ଦେଢ଼ ଘଣ୍ଟା ଅଟକ ରହିବାକୁ ପଡିଥିଲା। ତାଙ୍କ ସହ ତାଙ୍କ ପତ୍ନୀ ଓ ୫ ବର୍ଷ ଏବଂ ୮ମାସର ଦୁଇ ଛୁଆ ମଧ୍ୟ ଥିଲେ ବୋଲି ଇର୍‌ଫାନ୍‌ ତାଙ୍କ ପୋଷ୍ଟରେ ଲେଖିଛନ୍ତି।

Advertisment

https://twitter.com/IrfanPathan/status/1562461570990751746?s=20&t=uLejJ-ckQIFsEQVpH6_P4Q

ଆସନ୍ତା ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ । ଦୁବାଇରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଇର୍‌ଫାନ୍‌ ଏସିଆ କପ୍‌-୨୦୨୨ର କମେଣ୍ଟ୍ରି ପ୍ୟାନେଲରେ ସାମିଲ ଅଛନ୍ତି। ୨୮ ତାରିଖରେ ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା।