ବିଶ୍ୱ ଚାମ୍ପିୟନରୁ ବଞ୍ଚିତ, ତଥାପି ଇତିହାସ ରଚିଲେ ଶ୍ରୀକାନ୍ତ

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ଶଟଲିର୍ କିଦାମ୍ବୀ ଶ୍ରୀକାନ୍ତଙ୍କର ବିଶ୍ୱ ଚାମ୍ପିୟନ୍ ହେବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି। ସ୍ପେନର ହୁଏଲଭାଠାରେ ଅନୁଷ୍ଠିତ ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନଶିପର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଶ୍ରୀକାନ୍ତଙ୍କୁ ୨୧-୧୫, ୨୨-୨୦ ଗେମରେ ହରାଇ ସିଙ୍ଗାପୁରର ଲୋ କିନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ପରାଜୟ ସହ ଶ୍ରୀକାନ୍ତ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଫାଇନାଲରେ ହାରିବା ସତ୍ତ୍ୱେ ଶ୍ରୀକାନ୍ତ ରୌପ୍ୟ ଜିତି ଇତିହାସ ରଚିଛନ୍ତି। ଅନ୍ୟପକ୍ଷରେ ଚଳିତ ଚାମ୍ପିୟନଶିପରେ ଭାରତର ଲକ୍ଷ୍ୟ ସେନ୍ ମଧ୍ୟ […]

srikant

srikant

Ranjit Kumar Jena
  • Published: Sunday, 19 December 2021
  • Updated: 19 December 2021, 09:04 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ଶଟଲିର୍ କିଦାମ୍ବୀ ଶ୍ରୀକାନ୍ତଙ୍କର ବିଶ୍ୱ ଚାମ୍ପିୟନ୍ ହେବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି। ସ୍ପେନର ହୁଏଲଭାଠାରେ ଅନୁଷ୍ଠିତ ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନଶିପର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଶ୍ରୀକାନ୍ତଙ୍କୁ ୨୧-୧୫, ୨୨-୨୦ ଗେମରେ ହରାଇ ସିଙ୍ଗାପୁରର ଲୋ କିନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ପରାଜୟ ସହ ଶ୍ରୀକାନ୍ତ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଫାଇନାଲରେ ହାରିବା ସତ୍ତ୍ୱେ ଶ୍ରୀକାନ୍ତ ରୌପ୍ୟ ଜିତି ଇତିହାସ ରଚିଛନ୍ତି। ଅନ୍ୟପକ୍ଷରେ ଚଳିତ ଚାମ୍ପିୟନଶିପରେ ଭାରତର ଲକ୍ଷ୍ୟ ସେନ୍ ମଧ୍ୟ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି। କୌଣସି ବିଶ୍ୱ ଚାମ୍ପିୟନଶିପର ଗୋଟିଏ ସଂସ୍କରଣରେ ଭାରତ ପ୍ରଥମଥର ଲାଗି ଦୁଇଟି ପଦକ ଜିତିଛି।

ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ପଦକ ହାସଲ କରିବାରେ ଶ୍ରୀକାନ୍ତ ଦ୍ୱିତୀୟ ଭାରତୀୟ ପୁରୁଷ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ୧୯୮୩ରେ ପ୍ରକାଶ ପାଦୁକୋଣ ଓ ୨୦୧୯ରେ ସାଇ ପ୍ରଣୀତ ବ୍ରୋଞ୍ଜ ପଦକ ଜିତିଥିଲେ। ହେଲେ ଭାରତ ପାଇଁ ବିଶ୍ୱ ଚାମ୍ପିୟନଶିପରେ ରେକର୍ଡ ସଂଖ୍ୟକ ପଦକ ଜିତିଛନ୍ତି ପିଭି ସିନ୍ଧୁ। ସିନ୍ଧୁ ୨୦୧୯ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୨୦୧୮ ଓ ୨୦୧୮ରେ ରୌପ୍ୟ ଏବଂ ୨୦୧୩ ଓ ୨୦୧୪ରେ ବ୍ରୋଞ୍ଜ ପଦକ ଜିତିଥିଲେ।

https://twitter.com/bwfmedia/status/1472580337238749184?s=20

ଆଜି ମ୍ୟାଚରେ ଶ୍ରୀକାନ୍ତ ଆରମ୍ଭରୁ ଆକ୍ରମଣାତ୍ମକ ଶୈଳୀ ଆପଣାଇଥିଲେ। ପ୍ରଥମ ଗେମରେ ଶ୍ରୀକାନ୍ତ ଏକ ସମୟରେ ୯-୩ରେ ଆଗୁଆ ରହିଥିଲେ। କିନ୍ତୁ ପରେ ସେ ନିଜ ଆଟାକକୁ ଜାରି ରଖିପାରିନଥିଲେ। ଯେଉଁ କାରଣରୁ ସେ ପ୍ରଥମ ଗେମରେ ୨୧-୧୫ରେ ହାରି ଯାଇଥିଲେ। ଏହି ଗେମକୁ ଜିତିବା ପାଇଁ କିନ୍ ମାତ୍ର ୧୬ ମିନିଟ୍ ସମୟ ନେଇଥିଲେ।

ଦ୍ୱିତୀୟ ଗେମର ଆରମ୍ଭରୁ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା। ଦୁଇ ଖେଳାଳି ଗୋଟିଏ ଲେଖାଏ ପଏଣ୍ଟ ହାସଲ କରି ଗେମକୁ ବରାବର ସ୍ଥିତିକୁ ଆଣିଥିଲେ। ସ୍କୋର ୯-୯ରେ ବରାବର ଥିବା ବେଳେ କିନ୍ ଲଗାତର ଦୁଇଟି ପଏଣ୍ଟ ହାସଲ କରି ୧୧-୯ର ଅଗ୍ରଣୀ ହାସଲ କରିନେଇଥିଲେ। ଦ୍ୱିତୀୟ ହାଫରେ ମଧ୍ୟ ଦୁଇ ଖେଳାଳି ପରସ୍ପରକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ଏବଂ ଗେମ୍ ପୁଣିଥରେ ୧୪-୧୪ରେ ବରାବର ରହିଥିଲା। ଗେମ୍ ଏକ ସମୟରେ ୨୦-୨୦ରେ ଥିବା ବେଳେ କିନ୍ ଲଗାତର ଦୁଇ ପଏଣ୍ଟ ହାସଲ କରି ମ୍ୟାଚକୁ ଜିତି ନେଇଥିଲେ।

BWF World Championships final, Kidambi Srikanth vs Loh Kean Yew: Srikanth  gets silver, loses to Loh in the final - The Times of India

ଚଳିତ ଚାମ୍ପିୟନଶିପର ମହିଳା ସିଙ୍ଗଲ୍ସରେ ଜାପାନର ଅକାନେ ୟାମାଗୁଚି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ସେ ଚାଇନିଜ୍ ତାଇପେଇର ଅଲିମ୍ପିକ୍ସ ଚାମ୍ପିୟନ୍ ତାଇ ଜୁ-ୟିଙ୍ଗଙ୍କୁ ସିଧାସଳଖ ୨୧-୧୪, ୨୧-୧୧ ଗେମରେ ପରାସ୍ତ କରିଥିଲେ। ପୁରୁଷ ଡବଲ୍ସରେ ଜାପାନ ଯୋଡ଼ି ହୋକି ତାକୁରା ଓ କୋବାୟାଶି ୟୁଗୋ ଚାମ୍ପିୟନ୍ ହୋଇଥିବା ବେଳେ ମହିଳା ଡବଲ୍ସରେ ଚାଇନାର କ୍ୱିଙ୍ଗଚେନ୍ ଚେନ୍ ଓ ୟିଫାନ୍ ଜିଆ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମିକ୍ସଡ୍ ଡବଲ୍ସରେ ଥାଇଲ୍ୟାଣ୍ଡର ପୁଆଭାରାନୁକ୍ରୋ ଡେଚାପୋଲ୍ ଓ ତାଇରାତାନାଚାଇ ସାପସିରୀଙ୍କ ଯୋଡ଼ି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos