Advertisment

ଇତିହାସ ରଚିଲେ ଲକ୍ଷ୍ୟ ସେନ୍

ନୂଆଦିଲ୍ଲୀ: ଭାରତର ଯୁବ ଶଟଲର୍ ଲକ୍ଷ୍ୟ ସେନ୍ ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ୍ ଲୋ କିନ୍ ୟୁ’ଙ୍କୁ ହରାଇ ଇଣ୍ଡିଆ ଓପନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି। ଏଥିସହ ୨୦ ‍ବର୍ଷୀୟ ଏହି ଭାରତୀୟ ଶଟଲର ସୁପର-୫୦୦ ପ୍ରତିଯୋଗିତାର ନିଜର ପ୍ରଥମ ଟ୍ରଫି ଜିତି ଇତିହାସ ରଚିଛନ୍ତି। ଗତ ମାସରେ ସ୍ପେନରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ଲକ୍ଷ୍ୟ ରବିବାର ଖେଳାଯାଇଥିବା ଫାଇନାଲରେ ସିଙ୍ଗାପୁରର କିନ୍ ୟୁଙ୍କୁ ସିଧାସଳଖ ୨୪-୨୨, ୨୧-୧୭ ଗେମରେ ହରାଇଛନ୍ତି। Congratulations […]

ଇତିହାସ ରଚିଲେ ଲକ୍ଷ୍ୟ ସେନ୍

sen

Advertisment

ନୂଆଦିଲ୍ଲୀ: ଭାରତର ଯୁବ ଶଟଲର୍ ଲକ୍ଷ୍ୟ ସେନ୍ ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ୍ ଲୋ କିନ୍ ୟୁ’ଙ୍କୁ ହରାଇ ଇଣ୍ଡିଆ ଓପନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି। ଏଥିସହ ୨୦ ‍ବର୍ଷୀୟ ଏହି ଭାରତୀୟ ଶଟଲର ସୁପର-୫୦୦ ପ୍ରତିଯୋଗିତାର ନିଜର ପ୍ରଥମ ଟ୍ରଫି ଜିତି ଇତିହାସ ରଚିଛନ୍ତି। ଗତ ମାସରେ ସ୍ପେନରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ଲକ୍ଷ୍ୟ ରବିବାର ଖେଳାଯାଇଥିବା ଫାଇନାଲରେ ସିଙ୍ଗାପୁରର କିନ୍ ୟୁଙ୍କୁ ସିଧାସଳଖ ୨୪-୨୨, ୨୧-୧୭ ଗେମରେ ହରାଇଛନ୍ତି।

Advertisment

https://twitter.com/JoshiPralhad/status/1482713591438405634?s=20

ଏହି ମ୍ୟାଚ୍ ପୂର୍ବରୁ ଦୁଇ ଖେଳାଳିଙ୍କ ମଧ୍ୟ ଚାରିଥର ମୁକାବିଲା ହୋଇଥିଲା। ଯେଉଁଥିରୁ ଲକ୍ଷ୍ୟ ଦୁଇଟି ମ୍ୟାଚ୍ ଜିତିଥିଲେ। ଗତବର୍ଷ ଡଚ୍ ଓପନ୍ ଫାଇନାଲରେ ପଞ୍ଚମ ସିଡ୍ କିନ୍ ୟୁ ବାଜି ମାରି ନେଇଥିଲେ। ତେବେ ଡଚ୍ ଓପନ୍ ପରାଜୟରୁ ଶିକ୍ଷା ନେଇ ଲକ୍ଷ୍ୟ ଚଳିତ ଇଣ୍ଡିଆ ଓପନରେ କିଛି ଭୁଲ୍ କରିନଥିଲେ ଏବଂ ଦମଦାର ପ୍ରଦର୍ଶନ କରି ଟାଇଟଲ୍ ନିଜ ନାଁରେ କରିଥିଲେ। ସେ ଫାଇନାଲ୍ ମୁକାବିଲାକୁ ୫୪ ମିନିଟରେ ଜିତି ନେଇଥିଲେ।

Image

ଲକ୍ଷ୍ୟଙ୍କ ପୂର୍ବରୁ ରବିବାର ଭାରତୀୟ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପୁରୁଷ ଡବଲ୍ସ ଟାଇଟଲ୍ ଜିତିଥିଲେ। ଫାଇନାଲ୍ ଏହି ଭାରତୀୟ ଯୋଡ଼ି ଇଣ୍ଡୋନେସିଆର ଟପ୍ ସିଡ୍ ମହମ୍ମଦ ଏହସାନ୍ ଓ ହେଣ୍ଡ୍ରା ସେଟିଆୱାନଙ୍କୁ ୨୧-୧୬, ୨୬-୨୪ ଗେମରେ ହରାଇଥିଲେ। ଶନିବାର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି ସେମିଫାଇନାଲରେ ଫ୍ରେଞ୍ଚ୍ ଯୋଡ଼ିଦାର ଫାବିଏନ୍ ଡେଲରୁ ଓ ୱିଲିୟମ୍ ଭିଲେଜରଙ୍କୁ ୨୧-୧୦, ୨୧-୧୮ରେ ପରାସ୍ତ କରିଥିଲେ।

Advertisment

Image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe