Advertisment

ପଦକ ପକ୍କା: ଲନ ବାଉଲ୍ସରେ ଇତିହାସ ରଚିଲା ଭାରତୀୟ ମହିଳା ଦଳ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଲନ ବାଉଲ୍ସ ୱମେନ ୪ ଇଭେଣ୍ଟରେ ଇତିହାସ ରଚିଛି ଭାରତ। ଏହି ଇଭେଣ୍ଟରେ ଭାରତୀୟ ମହିଳା ଦଳ ଫାଇନାଲରେ ପ୍ରବେଶ କରି ଦେଶ ପାଇଁ ପଦକ ପକ୍କା କରିବାକୁ ସକ୍ଷମ ହୋଇଛି। ଲନ ବାଉଲ୍ସର କୌଣସି ଇଭେଣ୍ଟରେ ଭାରତ ପଦକ ଜିତିବା ଇତିହାସରେ ପ୍ରଥମ ଘଟଣା। ଆଜି ସେମିଫାଇନାଲରେ ଭାରତୀୟ ମହିଳା ଦଳ ନ୍ୟୁଜିଲ୍ୟାଣ୍ଡକୁ ୧୬-୧୩ରେ ପରାସ୍ତ କରିଛି। ଭାରତ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ଦକ୍ଷିଣ ଆଫ୍ରିକା ସହ ଲଢ଼େଇ କରିବ। […]

author-image
Hemant Lenka
ଅଦ୍ୟତନ ହୋଇଛି
ପଦକ ପକ୍କା: ଲନ ବାଉଲ୍ସରେ ଇତିହାସ ରଚିଲା ଭାରତୀୟ ମହିଳା ଦଳ

lawn-bowls

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଲନ ବାଉଲ୍ସ ୱମେନ ୪ ଇଭେଣ୍ଟରେ ଇତିହାସ ରଚିଛି ଭାରତ। ଏହି ଇଭେଣ୍ଟରେ ଭାରତୀୟ ମହିଳା ଦଳ ଫାଇନାଲରେ ପ୍ରବେଶ କରି ଦେଶ ପାଇଁ ପଦକ ପକ୍କା କରିବାକୁ ସକ୍ଷମ ହୋଇଛି। ଲନ ବାଉଲ୍ସର କୌଣସି ଇଭେଣ୍ଟରେ ଭାରତ ପଦକ ଜିତିବା ଇତିହାସରେ ପ୍ରଥମ ଘଟଣା।

Advertisment

ଆଜି ସେମିଫାଇନାଲରେ ଭାରତୀୟ ମହିଳା ଦଳ ନ୍ୟୁଜିଲ୍ୟାଣ୍ଡକୁ ୧୬-୧୩ରେ ପରାସ୍ତ କରିଛି। ଭାରତ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ଦକ୍ଷିଣ ଆଫ୍ରିକା ସହ ଲଢ଼େଇ କରିବ। ହାରିଲେ ବି ଭାରତକୁ ଅତିକମରେ ରୌପ୍ୟ ପଦକ ମିଳିବ।

ଭାରତୀୟ ମହିଳା ଟିମରେ ଲଭଲୀ ଚୌବେ(ଲିଡ୍), ପିଙ୍କି(ଦ୍ୱିତୀୟ), ନୟନମଣି ସାଇକିଆ(ତୃତୀୟ) ଓ ରୂପା ରାଣୀ ତିର୍କୀ(ସ୍କିପ) ଦମଦାର ପ୍ରଦର୍ଶନ କରିଛନ୍ତି। ଦଳ ସେମି ଫାଇନାଲ ମୁକାବିଲା ଜିତି ପଦ ପକ୍କା କରିବାରୁ ଏହି ଖେଳାଳିମାନେ ଖୁସିରେ କାନ୍ଦି ମଧ୍ୟ ପକାଇଥିଲେ। ପ୍ରଥମଥର ପାଇଁ ଏହି ଖେଳରେ ଭାରତ ଭାଗ ନେଉଥିବା ବେଳେ ପଦକ ଜିତିବା ବେଶ ଗୌରବର ବିଷୟ। ନୋରଫୋଲକ ଆଇସଲ୍ୟାଣ୍ଡକୁ ହରାଇ ଭାରତୀୟ ମହିଳା ଦଳ ଲନ ବାଉଲର ସେମିରେ ପ୍ରବେଶ କରିଥିଲା।

Advertisment

ଆଜି ସେମି ଲଢ଼େଇ ବେଶ ଚିତ୍କାର୍ଷକ ରହିଥିଲା। ଉଭୟ ଦଳର ଖେଳାଳିମାନେ ଦମଦାର ପ୍ରଦର୍ଶନ କରି ନିଜ ଟିମ ଆଡ଼କୁ ମ୍ୟାଚ ଆଣିବାକୁ ଉଦ୍ୟମ କରିଥିଲେ। ତେବେ ଶେଷ ରାଉଣ୍ଡରେ ରୂପାରାଣୀ ନ୍ୟୁଜିଲ୍ୟାଣ୍ଡର ସବୁଠାରୁ ଶ୍ରେଷ୍ଠ ବାଉଲକୁ ଚତ୍କାର ଢଙ୍ଗରେ ମାତ ଦେବାକୁ ସକ୍ଷମ ହୋଇଥିଲେ। ଏଥିସହ ଭାରତ ପାଇଁ ପଦ ପକ୍କା କରିଥିଲେ।