Advertisment

ଘରୋଇ ହିଂସା ମାମଲାରେ ଲିଆଣ୍ଡର୍ ପେସ୍‌ଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ: ବଢ଼ିଲା କିମ୍ବଦନ୍ତୀ ଟେନିସ୍ ଷ୍ଟାର୍ ଲିଆଣ୍ଡର୍ ପେସଙ୍କ ଅଡ଼ୁଆ। ପେସ୍‌ଙ୍କ ବିରୋଧରେ ତାଙ୍କ ପାର୍ଟନର୍ ରିୟା ପିଲ୍ଲାଇ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଏହି ମାଲାରୋ କୋର୍ଟଙ୍କ ରାୟ ରିୟାଙ୍କ ସପକ୍ଷରେ ଯାଇଥିବା ବେଳେ ପେସଙ୍କୁ ଲାଗିଛି ବଡ଼ ଝଟକା। ତାଙ୍କ ପୂର୍ବତନ ପାର୍ଟନର୍ ରିୟା ପିଲ୍ଲାଇ କରିଥିବା ଘରୋଇ ହିଂସା ମାମଲାରେ ଏକ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ ଶୁଣାଣି କରି ଆଦେଶ ଦେଇଛନ୍ତି ଯେ ପେସ୍ ନିଜର ପୂର୍ବତନ ପାର୍ଟନର୍ ତଥା ମଡେଲ୍-ଅଭିନେତ୍ରୀ ରିୟାଙ୍କ […]

ଅଦ୍ୟତନ ହୋଇଛି
ଘରୋଇ ହିଂସା ମାମଲାରେ ଲିଆଣ୍ଡର୍ ପେସ୍‌ଙ୍କୁ ବଡ଼ ଝଟ୍‌କା

leander-paes

Advertisment

ନୂଆଦିଲ୍ଲୀ: ବଢ଼ିଲା କିମ୍ବଦନ୍ତୀ ଟେନିସ୍ ଷ୍ଟାର୍ ଲିଆଣ୍ଡର୍ ପେସଙ୍କ ଅଡ଼ୁଆ। ପେସ୍‌ଙ୍କ ବିରୋଧରେ ତାଙ୍କ ପାର୍ଟନର୍ ରିୟା ପିଲ୍ଲାଇ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଏହି ମାଲାରୋ କୋର୍ଟଙ୍କ ରାୟ ରିୟାଙ୍କ ସପକ୍ଷରେ ଯାଇଥିବା ବେଳେ ପେସଙ୍କୁ ଲାଗିଛି ବଡ଼ ଝଟକା। ତାଙ୍କ ପୂର୍ବତନ ପାର୍ଟନର୍ ରିୟା ପିଲ୍ଲାଇ କରିଥିବା ଘରୋଇ ହିଂସା ମାମଲାରେ ଏକ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ ଶୁଣାଣି କରି ଆଦେଶ ଦେଇଛନ୍ତି ଯେ ପେସ୍ ନିଜର ପୂର୍ବତନ ପାର୍ଟନର୍ ତଥା ମଡେଲ୍-ଅଭିନେତ୍ରୀ ରିୟାଙ୍କ ବିରୋଧରେ ବିଭିନ୍ନ ଘରୋଇ ହିଂସା କରିଛନ୍ତି। ୨୦୧୪ରେ ରିୟା ପେସଙ୍କ ବିରୋଧରେ ଘରୋଇ ହିଂସା ସମ୍ବନ୍ଧିତ ମାମଲାର ଦାୟର କରିଥିଲେ।

Advertisment

କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ରିୟା ନିଜ ଅଲଗା ରହିବାକୁ ଚାହୁଛନ୍ତି, ତାହେଲେ ପେସ୍ ତାଙ୍କୁ ମାସିକ ଭରଣପୋଷଣ ପାଇଁ ୧ ଲକ୍ଷ ଟଙ୍କା ବ୍ୟତୀତ ଭଡ଼ା ପାଇଁ ୫୦ ହଜାର ଟଙ୍କା ପ୍ରଦାନ କରିବେ। ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋମଲ ସିଂହ ରାଜପୁତ ଚଳିତ ମାସ ଆରମ୍ଭରୁ ଏହି ଆଦେଶ ଦେଇଥିଲେ, କିନ୍ତୁ ଏହାର କପି ବୁଧବାର ଉପଲବ୍ଧ ହୋଇଛି।

ପେସଙ୍କ ସହ ଲିଭ୍ ଇନ୍ ରିଲେସନରେ ରହୁଥିବା ପିଲାଇ ୨୦୧୪ରେ ଘରୋଇ ହିଂସାରୁ ସୁରକ୍ଷା ଦେବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପିଲାଇଙ୍କ କହିବା ଅନୁସାରେ ପେସ୍ ତାଙ୍କ ସହ ୮ ବର୍ଷ ଧରି ଲିଭ୍-ଇନ୍ ରିଲେସନରେ ରହୁଥିଲେ। ପେସ୍ ନିଜ କାର୍ଯ୍ୟ ଏବଂ ଆଚରଣ ମାଧ୍ୟମରେ ତାଙ୍କୁ ମୌଖିକ, ଭାବପ୍ରବଣତା ଏବଂ ଆର୍ଥିକ ଶୋଷଣ କରିଥିବା ସେ ଦାବି କରିଥିଲେ। ମାଜିଷ୍ଟ୍ରେଟ୍ ମଧ୍ୟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି, ପ୍ରତିପକ୍ଷ ବିଭିନ୍ନ ଘରୋଇ ହିଂସାକାଣ୍ଡ ଘଟାଇଥିବା ପ୍ରମାଣିତ ହୋଇଛି।

Advertisment

କୋର୍ଟ କହିଛନ୍ତି, ଯଦି ପିଲାଇ ନିଜ ପାର୍ଟନର୍ ପେସଙ୍କ ସହ ରହିବାକୁ ଚାହୁଁଛନ୍ତି, ତାହେଲେ ତାଙ୍କୁ ଭଡ଼ା ପାଇଁ ପ୍ରାପ୍ୟ ମିଳିବ ନାହିଁ। କୋର୍ଟ ଆହୁରି କହିଛନ୍ତି ଯେ ଯେହେତୁ ପେସଙ୍କ ଟେନିସ୍ କ୍ୟାରିୟର ଶେଷ ହୋଇଯାଇଛି, ତେଣୁ ଏଭଳି ପରିସ୍ଥିତିରେ ଯଦି ପିଲ୍ଲାଇଙ୍କୁ ଭରଣପୋଷଣ ବ୍ୟତୀତ ଭଡ଼ା ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଏ, ତେବେ ଏହା ଅତ୍ୟଧିକ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe