Advertisment

ହତ୍ୟା ମାମଲାରେ ରେସଲର ସୁଶୀଲ କୁମାରଙ୍କ ନାଁରେ ଲୁକ ଆଉଟ୍‌ ନୋଟିସ୍‌ ଜାରି

ନୂଆଦିଲ୍ଲୀ: ଭାରତ ପାଇଁ ଦୁଇଥର ଅଲିମ୍ପିକ୍ସରେ ପଦକ ଜିତିଥିବା ପ୍ରଖ୍ୟାତ ରେସଲର ସୁଶୀଲ କୁମାରଙ୍କ ନାଁରେ ଦିଲ୍ଲୀ ପୁଲିସ୍‌ ଲୁକ ଆଉଟ ନୋଟିସ ଜାରି କରିଛି। ଛତ୍ରସାଲ ଷ୍ଟାଡିୟମ ହତ୍ୟାକାଣ୍ଡ ଓ ଗଣ୍ଡଗୋଳ ଘଟଣାରେ ସୁଶୀଲ କୁମାର ସାମିଲ ଥିବା ପୁଲିସ୍‌ ଜାଣିବାକୁ ପାଇଛି। ଏହି ଘଟଣାରେ ରୁଜୁ ଏଫଆଇଆର୍‌ରେ ସୁଶୀଲ କୁମାରଙ୍କ ନାଁ ଯୋଡ଼ି ହେବା ଦିନଠାରୁ ସେ ଫେରାର ରହିଛନ୍ତି। ତାଙ୍କୁ ଧରିବା ପାଇଁ ରବିବାର ବିଳମ୍ବିତ ସନ୍ଧ୍ୟାରେ ପୁଲିସ୍‌ ଲୁକ ଆଉଟ ନୋଟିସ୍‌ […]

ଅଦ୍ୟତନ ହୋଇଛି
ରେସଲର୍ ସୁଶୀଲ କୁମାରଙ୍କ ବିରୋଧରେ ଜାମିନବିହୀନ ପରୱାନା

Sushil-Kumar

Advertisment

ନୂଆଦିଲ୍ଲୀ: ଭାରତ ପାଇଁ ଦୁଇଥର ଅଲିମ୍ପିକ୍ସରେ ପଦକ ଜିତିଥିବା ପ୍ରଖ୍ୟାତ ରେସଲର ସୁଶୀଲ କୁମାରଙ୍କ ନାଁରେ ଦିଲ୍ଲୀ ପୁଲିସ୍‌ ଲୁକ ଆଉଟ ନୋଟିସ ଜାରି କରିଛି। ଛତ୍ରସାଲ ଷ୍ଟାଡିୟମ ହତ୍ୟାକାଣ୍ଡ ଓ ଗଣ୍ଡଗୋଳ ଘଟଣାରେ ସୁଶୀଲ କୁମାର ସାମିଲ ଥିବା ପୁଲିସ୍‌ ଜାଣିବାକୁ ପାଇଛି।

Advertisment

ଏହି ଘଟଣାରେ ରୁଜୁ ଏଫଆଇଆର୍‌ରେ ସୁଶୀଲ କୁମାରଙ୍କ ନାଁ ଯୋଡ଼ି ହେବା ଦିନଠାରୁ ସେ ଫେରାର ରହିଛନ୍ତି। ତାଙ୍କୁ ଧରିବା ପାଇଁ ରବିବାର ବିଳମ୍ବିତ ସନ୍ଧ୍ୟାରେ ପୁଲିସ୍‌ ଲୁକ ଆଉଟ ନୋଟିସ୍‌ ଜାରି କରିଛି।

ମଙ୍ଗଳବାଳ ଛତ୍ରସାଲ ଷ୍ଟାଡିୟମ ନିକଟ ମଡେଲ ଟାଉନ ଅଞ୍ଚଳରେ ଥିବା ଗୋଟିଏ କୋଠା ଖାଲି କରିବାକୁ ନେଇ ନେଇ ସୁଶୀଲ ଓ ତାଙ୍କ ସହଯୋଗୀମାନେ ଆଉ ଜଣେ ରେସଲରଙ୍କ ସହ ଗଣ୍ଡଗୋଳ କରିଥିଲେ। ଏହି ଗଣ୍ଡଗୋଳ ଏତେ ଭୟଙ୍କର ଥିଲା ଯେ ସାଗର ନାମକ ଜଣେ ୨୪ ବର୍ଷୀୟ କୁସ୍ତିଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା।

Advertisment

ସାଗରଙ୍କ ଆଉ କିଛି ସହଯୋଗୀ ମଧ୍ୟ ଆହତ ହୋଇଥିଲା। ପୀଡ଼ିତଙ୍କ ପରିବାର ଲୋକଙ୍କ ବୟାନକୁ ଆଧାର କରି ପୁଲିସ୍ ମାମଲା ରୁଜୁ କରିଛି। ମଙ୍ଗଳବାର ରାତିରେ ସାଗର ଓ ତାଙ୍କର ସହଯୋଗୀମାନଙ୍କୁ ଛତ୍ରସାଲ ଷ୍ଟାଡିୟମରେ ସୁଶୀଲ ଆଣ୍ଡ କୋ ପ୍ରବଳ ମାଡ଼ ମାରିଥିବା ଅଭତଯୋଗ ହୋଇଛି।

ଏହି ଗଣ୍ଡଗୋଳ ସୁଶୀଲ, ଅଜୟ, ପ୍ରିନ୍ସ ଦଲାଲ, ସୋନୁ, ସାଗର, ଅମିତ ଓ ଅନ୍ୟମାନଙ୍କ ମଧ୍ୟରେ ହୋଇଥିଲା। ଘଟଣା ପରଠାରୁ ପୁଲିସ୍‌ ସୁଶୀଲଙ୍କୁ ଧରିବା ପାଇଁ ଦିଲ୍ଲୀ-ଏନସିଆର ଓ ପଡ଼ୋଶୀ ରାଜ୍ୟରେ ଚଢ଼ଉ କରିବାରେ ଲାଗିଛି। ତଥାପି ସେ ଫେରାର ରହିଛନ୍ତି।

Sushil Kumar Sagar Dhankhar Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe