Advertisment

ଗର୍ଲଫ୍ରେଣ୍ଡ ବିନିଙ୍କୁ ବିବାହ କଲେ ମ୍ୟାକ୍ସୱେଲ

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ତଥା ଆଇପିଏଲ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କର ଗର୍ଲଫ୍ରେଣ୍ଡ ବିନି ରମଣଙ୍କ ହାତକୁ ସବୁଦିନ ପାଇଁ ଧରିଛନ୍ତି। ବିନି ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ମ୍ୟାକ୍ସୱେଲ ଓ ବିନିଙ୍କ ବାହାର କେବଳ କିଛି ଘନିଷ୍ଠ ବନ୍ଧୁକ ଉପସ୍ଥିତିରେ ଶେଷ ହୋଇଛି। ବାହାଘର ପରେ ଉଭୟ ପରସ୍ପରକୁ କିସ୍‌ କରିବା ବେଳର ଫଟୋକୁ ବିନି ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହାର କ୍ୟାପସନରେ […]

ଗର୍ଲଫ୍ରେଣ୍ଡ ବିନିଙ୍କୁ ବିବାହ କଲେ ମ୍ୟାକ୍ସୱେଲ

maxwell

Advertisment

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ତଥା ଆଇପିଏଲ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କର ଗର୍ଲଫ୍ରେଣ୍ଡ ବିନି ରମଣଙ୍କ ହାତକୁ ସବୁଦିନ ପାଇଁ ଧରିଛନ୍ତି। ବିନି ହେଉଛନ୍ତି ଭାରତୀୟ ବଂଶୋଦ୍ଭବ।

Advertisment

ମ୍ୟାକ୍ସୱେଲ ଓ ବିନିଙ୍କ ବାହାର କେବଳ କିଛି ଘନିଷ୍ଠ ବନ୍ଧୁକ ଉପସ୍ଥିତିରେ ଶେଷ ହୋଇଛି। ବାହାଘର ପରେ ଉଭୟ ପରସ୍ପରକୁ କିସ୍‌ କରିବା ବେଳର ଫଟୋକୁ ବିନି ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହାର କ୍ୟାପସନରେ ସେ ମିଷ୍ଟର ଆଣ୍ଡ ମିସେସ ମ୍ୟାକ୍ସୱେଲ ରଖିଛନ୍ତି।

ମ୍ୟାକ୍ସୱେଲ ପତ୍ନୀଙ୍କ ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରିଜରେ ସ୍ଥାନ ଦେଇଛନ୍ତି। ଏଥିରେ ନବଦମ୍ପତି ପରସ୍ପରର ହାତ ଧରିଥିବା ବେଳେ ସେମାନଙ୍କ ଆଙ୍ଗୁଠିରେ ବିବାହ ମୁଦି ରହିଛି। ଉଭୟ ୧୮.୩.୨୦୨୨ରେ ବିବାହ କରିଥିବା ଏହି ପୋଷ୍ଟରୁ ସ୍ପଷ୍ଟ ହୋଇଛି। ମ୍ୟାକ୍ସୱେଲ ଓ ବିନି ପରସ୍ପରକୁ ଦୀର୍ଘ ବର୍ଷ ହେଲା ଡେଟିଂ କରୁଥିଲେ।

Advertisment

୨୦୨୦ରେ ଉଭୟ ଇନଷ୍ଟାଗ୍ରାମରେ ସାରା ବିଶ୍ୱକୁ ସେମାନଙ୍କ ନିର୍ବନ୍ଧ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଥମେ ସେମାନେ ପାଶ୍ଚାତ୍ୟ ନୀତିକାନ୍ତି ଓ ପରେ ଭାରତୀୟ ପରମ୍ପରା ଅନୁସାରେ ପୁଣି ନିର୍ବନ୍ଧ କରିଥିଲେ। ଏବେ ଠିକ୍‌ ଆଇପିଏଲ ପୂର୍ବରୁ ମ୍ୟାକ୍ସୱେଲ ଗର୍ଲଫ୍ରେଣ୍ଡ ବିନିଙ୍କୁ ନିଜ ଜୀନବସାଥୀ ଭାବେ ଗ୍ରହଣ କରିଛନ୍ତି।

ବିନି ଭାରତୀୟ ବଂଶୋଦ୍ଭବ ହୋଇଥିଲେ ମଧ୍ୟ ମେଲବର୍ଣ୍ଣରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରନ୍ତି। ସେ ଗୋଟିଏ ତାମିଲ ପରିବାରରୁ ଆସିଛନ୍ତି। ତାଙ୍କ ପରିବାର ଅଷ୍ଟ୍ରେଲିଆରେ ରୁହନ୍ତି। ୨୦୧୭ରେ ଗୋଟିଏ ଆୱାର୍ଡ ଶୋ’ରେ ବିନି ଓ ମ୍ୟାକ୍ସୱେଲଙ୍କୁ ପ୍ରଥମେ ଦେଖିବାକୁ ମିଳିଥିଲା। ପ୍ରଥମେ ବନ୍ଧୁତା, ପରେ ଡେଟିଂ ଓ ଏବେ ଉଭୟ ବିବାହ କରିଛନ୍ତି।


ଗତବର୍ଷ ଭଳି ଚଳିତ ବର୍ଷ ମ୍ୟାକ୍ସୱେଲ ଆରସିବି ପକ୍ଷରୁ ଖେଳିବେ। ଆରସିବି ଆସନ୍ତା ୨୭ ତାରିଖରେ ତା’ର ପ୍ରଥମ ମ୍ୟାଚ୍ ପଞ୍ଜାବ କିଙ୍ଗସ ବିପକ୍ଷରେ ଖେଳିବାକୁ ମୈଦାନକୁ ଓହ୍ଲାଇବ। ଏହି ମ୍ୟାଚ୍ରେ ମ୍ୟାକ୍ସୱେଲଙ୍କୁ ଦେଖିବାକୁ ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe