Advertisment

ନୀରଜ ଓ ବଜରଙ୍ଗଙ୍କ ସହ କଥା ହୋଇ କ’ଣ କହିଲେ ମୋଦି

ନୂଆଦିଲ୍ଲୀ: ଭାରତ ପାଇଁ ଚଳିତ ଅଲିମ୍ପିକ୍ସରେ ଆଜି ଦୁଇ ଭାରତୀୟ ତାରକା ପଦକ ଜିତିଛନ୍ତି। ୬୫ କେଜି ଫ୍ରି ଷ୍ଟାଇଲ ରେସଲିଂରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ଜିତିଥିବା ବେଳେ ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା ଐତିହାସିକ ସ୍ୱର୍ଣ୍ଣ ହାସଲ କରିଛନ୍ତି। ଆଜି ଟୋକିଓରେ ଭାରତର ସମସ୍ତ ଇଭେଣ୍ଟ ଶେଷ ହୋଇଛି। ଶେଷ ଦିନରେ ଦୁଇ ପଦକ ମିଳିଥିବାରୁ ବିଜେତାଙ୍କ ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ କରି କଥା ହୋଇଛନ୍ତି। ମୋଦି ପ୍ରଥମେ ବଜରଙ୍ଗଙ୍କୁ […]

author-image
Hemant Lenka
ନୀରଜ ଓ ବଜରଙ୍ଗଙ୍କ ସହ କଥା ହୋଇ କ’ଣ କହିଲେ ମୋଦି

Bajraning.jpg1

ନୂଆଦିଲ୍ଲୀ: ଭାରତ ପାଇଁ ଚଳିତ ଅଲିମ୍ପିକ୍ସରେ ଆଜି ଦୁଇ ଭାରତୀୟ ତାରକା ପଦକ ଜିତିଛନ୍ତି। ୬୫ କେଜି ଫ୍ରି ଷ୍ଟାଇଲ ରେସଲିଂରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ଜିତିଥିବା ବେଳେ ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା ଐତିହାସିକ ସ୍ୱର୍ଣ୍ଣ ହାସଲ କରିଛନ୍ତି।

Advertisment

ଆଜି ଟୋକିଓରେ ଭାରତର ସମସ୍ତ ଇଭେଣ୍ଟ ଶେଷ ହୋଇଛି। ଶେଷ ଦିନରେ ଦୁଇ ପଦକ ମିଳିଥିବାରୁ ବିଜେତାଙ୍କ ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ କରି କଥା ହୋଇଛନ୍ତି। ମୋଦି ପ୍ରଥମେ ବଜରଙ୍ଗଙ୍କୁ ଫୋନ କରିଥିଲେ। ମୋଦି ତାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ତାଙ୍କ ପାଇଁ ଦେଶ ଆଜି ଗର୍ବିତ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ସନ୍ଧ୍ୟା ସମୟରେ ମୋଦି ନୀରଜ ଚୋପ୍ରାଙ୍କୁ ମଧ୍ୟ ଫୋନ କରିଥିଲେ। ଏହି ସମୟରେ ମୋଦି ତାଙ୍କୁ ଐତିହାସିକ ସ୍ୱର୍ଣ୍ଣ ପାଇଁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି। ମୋଦି ଟ୍ୱିଟ କରି କହିଛନ୍ତି, “ମୁଁ ନୀରଜ ଚୋପ୍ରାଙ୍କ ସହ କଥା ହେବା ସହ ତାଙ୍କୁ ସ୍ୱର୍ଣ୍ଣ ପଦକ ପାଇଁ ଶୁଭେଚ୍ଛା ଜଣାଇଛି। ପୂରା ଅଲିମ୍ପିକ୍ସରେ ତାଙ୍କର କଠିନ ପରିଶ୍ରମ ଓ ଦୃଢ଼ ବିଶ୍ୱାସକୁ ମଧ୍ୟ ସାଧୁବାଦ ଜଣାଇଛି। ସେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଅଲିମ୍ପିକ୍ସରେ ଦେଖାଇଛନ୍ତି। ଆଗାମୀ ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା।”

Advertisment

ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ମୋଦି ଏଥିରେ କହିଛନ୍ତି ଯେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଅଲିମ୍ପିକ୍ସ ଶେଷ ଆଡ଼କୁ ଯାଉଥିବା ବେଳେ ଆପଣ ସ୍ୱର୍ଣ୍ଣ ଜିତି ସମସ୍ତଙ୍କୁ ଖୁସି କରିଦେଇଛନ୍ତି। ପାନିପଥ ଆଜି ପାଣି ଦେଖାଇ ଦେଇଛି। ଏଥର ଅଲିମ୍ପିକ୍ସ ଗୋଟିଏ ବର୍ଷ ବିଳମ୍ବ ହେବାରୁ ଆପଣଙ୍କୁ ଗୋଟିଏ ବର୍ଷ ଅଧିକ ପରିଶ୍ରମ କରିବାକୁ ମିଳିଲା।

ଏଥିସହ କରୋନା ପାଇଁ ଆପଣ ବହୁତ ସମସ୍ୟା ଭୋଗିଥିଲେ। ଆପଣ ମଝିରେ ଆହତ ବି ହୋଇଥିଲେ। ଏହା ସତ୍ତ୍ୱେ ବି ଆପଣ ପୂରା କମଲା କରିଛନ୍ତି। ଏହା କେବଳ କଷ୍ଟ କଲେ ହିଁ ମିଳିଥାଏ। ଆପଣ ଟୋକିଓ ଯିବା ବେଳେ ମୋ ସହ କଥା ହୋଇଥିଲେ। ଏହି ସମୟରେ ମୁଁ ଆପଣ ଚେହେରାରେ ବହୁତ ବିଶ୍ୱାସ ଥିବା ଦେଖିବାକୁ ପାଇଥିଲି।

ଆପଣଙ୍କ ଉପରେ କୌଣସି ଚାପ ନଥିଲା। ଆପଣ ଖାଲି ହସୁଥିଲେ ଓ ଖେଳୁଥିଲେ। ଆପଣ ଦେଶର ନାଁକୁ ଆଜି ଆଗକୁ ନେଇଛନ୍ତି। ଆପଣଙ୍କ ସଫଳତା ଅନ୍ୟମାନଙ୍କୁ ପ୍ରେରଣା ଦେବ। ଆପଣ ଜଣେ ଫୌଜି। ତେଣୁ ଆପଣ ଅନେକ ଲୋକଙ୍କୁ ଖେଳ ପାଇଁ ପ୍ରସ୍ତୁତ କରିପାରିବେ। ଆପଣଙ୍କ ବାପା ମା’ଙ୍କୁ ମୋ ତରଫରୁ ଧନ୍ୟବାଦ ବୋଲି ମୋଦି କହିଛନ୍ତି। ଏଥିସହ ମୋଦି ନୀରଜ ଚୋପ୍ରାଙ୍କୁ ୧୫ ଅଗଷ୍ଟକୁ ନିମନ୍ତ୍ରଣ କରିଛନ୍ତି।


ଏହାପୂର୍ବରୁ ମୋଦି ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବା ଭାରତୀୟ ପୁରଷ ହକି ଟିମର ଅଧିନାୟକ ଓ କୋଚ ମାନଙ୍କ ସହ କଥା ହୋଇଥିଲେ। ସେହିପରି ଲଢ଼େଇ କରି ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ହାରି ଯାଇଥିବା ଭାରତୀୟ ମହିଳା ଦଳର ଖେଳାଳି ଓ ଅଧିନାୟକଙ୍କ ସହ ମଧ୍ୟ ମୋଦି କଥା ହୋଇଥିଲେ।