ମହେନ୍ଦ୍ର ସିଂହ ଧୋନିଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଆମ୍ରପାଲୀ ଗ୍ରୁପ୍‌ ସହ ୧୫୦ କୋଟି ଟଙ୍କାର ନେଣଦେଣ ମାମଲାରେ ଧୋନିଙ୍କୁ ନୋଟିସ କରାଯାଇଛି। ଘର କ୍ରେତାକୁ ଆମ୍ରପାଲୀ ଠକି ଥିବା ବେଳେ ଧୋନି ଗ୍ରୁପର ବ୍ରାଣ୍ଡ ଆମ୍ବାସାଡର ଥିଲେ। ଲୋକଙ୍କୁ ଗ୍ରୁପ୍‌ ଆଡ଼କୁ ଆକୃଷ୍ଟ ମଧ୍ୟ କରୁଥିଲେ। ଏଥିପାଇଁ କମ୍ପାନୀ ପକ୍ଷରୁ ଧୋନିଙ୍କ ସହ ପ୍ରାୟ ୧୫୦ କୋଟି ଟଙ୍କାର ଡିଲ୍ ହୋଇଥିଲା। ଏହା ମଧ୍ୟରୁ କିଛି ଟଙ୍କା ଧୋନି […]

dhoni

dhoni

Hemant Lenka
  • Published: Tuesday, 26 July 2022
  • Updated: 26 July 2022, 07:31 AM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଆମ୍ରପାଲୀ ଗ୍ରୁପ୍‌ ସହ ୧୫୦ କୋଟି ଟଙ୍କାର ନେଣଦେଣ ମାମଲାରେ ଧୋନିଙ୍କୁ ନୋଟିସ କରାଯାଇଛି। ଘର କ୍ରେତାକୁ ଆମ୍ରପାଲୀ ଠକି ଥିବା ବେଳେ ଧୋନି ଗ୍ରୁପର ବ୍ରାଣ୍ଡ ଆମ୍ବାସାଡର ଥିଲେ। ଲୋକଙ୍କୁ ଗ୍ରୁପ୍‌ ଆଡ଼କୁ ଆକୃଷ୍ଟ ମଧ୍ୟ କରୁଥିଲେ। ଏଥିପାଇଁ କମ୍ପାନୀ ପକ୍ଷରୁ ଧୋନିଙ୍କ ସହ ପ୍ରାୟ ୧୫୦ କୋଟି ଟଙ୍କାର ଡିଲ୍ ହୋଇଥିଲା। ଏହା ମଧ୍ୟରୁ କିଛି ଟଙ୍କା ଧୋନି ପାଇଥିବା ବେଳେ ଆଉ କିଛି ଟଙ୍କା ପାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ତେବେ ଗ୍ରୁପ ଯଦି ଧୋନିଙ୍କୁ ଟଙ୍କା ଦିଏ, ତା’ହେଲେ ଘର କ୍ରେତା ଆଉ ସେମାନଙ୍କ ପ୍ଲଟ ପାଇବେ ନାହିଁ ବୋଲି କହିଛନ୍ତି। ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ସୋମବାର ସୁପ୍ରିମକୋର୍ଟ ଧୋନିଙ୍କୁ ନୋଟିସ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ଧୋନିଙ୍କୁ ନୋଟିସ କରିବା ସହ ତାଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆମ୍ରପାଲୀ ଗ୍ରୁପ୍ ବିରୋଧରେ ଆରମ୍ଭ କରିଥିବା ମଧ୍ୟସ୍ଥତା ସଂକ୍ରାନ୍ତ ପ୍ରକ୍ରିୟା ଉପରେ ମଧ୍ୟ ରୋକ ଲଗାଇ ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି, ଆମ୍ରପାଲୀ ଘର କ୍ରେତାଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଆଯିବା ନିହାତି ଜରୁରୀ। ମଧ୍ୟସ୍ଥତା ପ୍ରକ୍ରିୟା ନାଁରେ ଘର କ୍ରେତାଙ୍କ ସ୍ୱାର୍ଥକୁ ଆମ୍ରପାଲୀ ଗ୍ରୁପ୍‌ ଓ ଏହାର ମ୍ୟାନେଜମେଣ୍ଟ ସଦସ୍ୟମାନେ ଏଡ଼ାଇ ଯାଇ ପାରିବେ ନାହିଁ।

୨୦୧୯ ମାର୍ଚ୍ଚ ମାସରେ ଧୋନି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ସମୟରେ ସେ ନିଜର ସେବା ପାଇଁ ଆମ୍ରପାଲୀ ଗ୍ରୁପ୍‌ ଠାରୁ ୪୦ କୋଟି ଟଙ୍କା ପାଇବାକୁ ଥିବା ଜଣାଇଥିଲେ। ପୂର୍ବରୁ ଘର କ୍ରେତାମାନେ ଆମ୍ରପାଲୀ ଗ୍ରୁପ ଦ୍ୱାରା ଠକେଇର ଶିକାର ହୋଇ କୋର୍ଟରେ ଆବେଦନ କରିଥିଲେ। ସୋମବାର କୋର୍ଟ ଏହାର ଶୁଣାଣି କରିବା ବେଳେ ଧୋନିଙ୍କୁ ନୋଟିସ କରିଛନ୍ତି।

କୋର୍ଟ ନୋଏଡା ଓ ଗ୍ରେଟର ନୋଏଡାର ପ୍ରଶାସନକୁ ଅବ୍ୟବୃତ ହୋଇଥିବା ଆମ୍ରପାଲୀର ସମ୍ପତ୍ତି ଓ ଏହାର ନିର୍ଦ୍ଦେଶକମାନଙ୍କ ଘର ବିକ୍ରି କରି କେମିତି ୭୦୦ କୋଟି ଟଙ୍କା ଆଦାୟ କରାଯାଇ ପାରିବ, ତା’ର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଧୋନିଙ୍କ ପକ୍ଷ ଜାଣିବା ପାଇଁ ନୋଟିସ କରିଛନ୍ତି।

ପ୍ରଥମେ ଧୋନି ନିଜର ଟଙ୍କା ଫେରିପାଇବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ମାମଲାର ସମାଧାନ ପାଇଁ ଗୋଟିଏ କମିଟି ଗଠନ କରିଥିଲେ। ହେଲେ ଏହାକୁ ବିରୋଧ କରି ଘର କ୍ରେତାମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ କହିଥିଲେ ଯେ ଆମ୍ରପାଲୀ ଗ୍ରୁପ୍‌ ପାଖରେ ଟଙ୍କାର ଅଭାବ ରହିଛି। ଏଥିପାଇଁ ସେମାନଙ୍କୁ କମ୍ପାନୀ ପ୍ଲଟ ଦେଇ ପାରୁନି। ଯଦି ଧୋନି କରିଥିବା ଆବେଦନ ଅନୁସାରେ ତାଙ୍କୁ ଟଙ୍କା ଦିଆଯାଏ, ତା’ହେଲେ ପ୍ଲଟ ମିଳିବା ଆଶା ଆହୁରି କଷ୍ଟକର ହୋଇ ପଡ଼ିବ ବୋଲି ସେମାନେ ଆବେଦନରେ ଉଲ୍ଲେଖ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story