Advertisment

ସୁନା ପୁଅର ମନର କଥା, ହୃଦୟରେ ଉଠିଥିବା ଝଡ଼ ଶାନ୍ତ ହୋଇଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ପାରା ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତ ଆଜି ଓଡ଼ିଶା ଫେରିଛନ୍ତି। ଶୁକ୍ରବାର ଭୁବନେଶ୍ୱର ଫେରିବା ପରେ ପ୍ରମୋଦଙ୍କୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ଘୋଷଣା ଅନୁସାରେ ପ୍ରମୋଦଙ୍କୁ ୬ କୋଟି ପୁରସ୍କାର ରାଶିର ଚେକ୍ ପ୍ରଦାନ କରିଛନ୍ତି। ସେପଟେ ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ପ୍ରତିକ୍ରିୟା ରଖି ପ୍ରମୋଦ ଭଗତ ଡେପୁଟୀ କଲେକ୍ଟର ହେବାକୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସୁନା ପୁଅର ମନର କଥା, ହୃଦୟରେ ଉଠିଥିବା ଝଡ଼ ଶାନ୍ତ ହୋଇଛି

pramod-bhagat

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ପାରା ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତ ଆଜି ଓଡ଼ିଶା ଫେରିଛନ୍ତି। ଶୁକ୍ରବାର ଭୁବନେଶ୍ୱର ଫେରିବା ପରେ ପ୍ରମୋଦଙ୍କୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ଘୋଷଣା ଅନୁସାରେ ପ୍ରମୋଦଙ୍କୁ ୬ କୋଟି ପୁରସ୍କାର ରାଶିର ଚେକ୍ ପ୍ରଦାନ କରିଛନ୍ତି।

Advertisment

ସେପଟେ ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ପ୍ରତିକ୍ରିୟା ରଖି ପ୍ରମୋଦ ଭଗତ ଡେପୁଟୀ କଲେକ୍ଟର ହେବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି। ପ୍ରମୋଦ କହିଛନ୍ତି, ବହୁ ଘାତ, ପ୍ରତିଘାତ ଦେଇ ଆଗକୁ ଆସି ଆଜି ସ୍ୱର୍ଣ୍ଣ ଜିତିଛି। ମୋ ସଫଳତା ପଛରେ ମୋ ଗାଁ ଲୋକ, କୋଚଙ୍କର ଅବଦାନ ରହିଛି। ତା’ର ଆଜି ପର୍ଯ୍ୟନ୍ତ ମୁଁ ୧୦୦ରୁ ଊର୍ଦ୍ଧ୍ୱ ପଦକ ଜିତିଛି। କିନ୍ତୁ ଅଲିମ୍ପିକ୍ସ ପଦକ ସବୁ ପଦକକୁ ପଛରେ ପକାଇ ଦେଇଛି। ଅଲିମ୍ପିକ୍ସରେ ପଦକ ଜିତିବା ପାଇଁ ମୋର ପିଲାଦିନରୁ ଇଚ୍ଛା ଥିଲା। ଆଉ ଏଥିପାଇଁ ମୋ ହୃଦୟରେ ଯେଉଁ ଝଡ଼ ଥିଲା, ତାହା ପଦକ ଜିତିବା ପରେ ଶାନ୍ତ ହୋଇଛି। କହିବାକୁ ଗଲେ ମୋର ୨୦ ବର୍ଷ ତପସ୍ୟା ଟୋକିଓରେ ଶେଷ ହୋଇଛି ବୋଲି ପ୍ରମୋଦ କହିଛନ୍ତି।

https://twitter.com/Naveen_Odisha/status/1436317753149849603?s=20

ରାଜ୍ୟ ସରକାରଙ୍କ ତରଫରୁ ପ୍ରମୋଦଙ୍କୁ କ୍ଲାସ୍-୧ ଚାକିରି ଦେବାକୁ କୁହାଯାଇଛି। ଏ ନେଇ ପ୍ରମୋଦ କହିଛନ୍ତି, ମୁଁ ଯେଉଁଥିରେ ଆଜି ଦେଶ ପାଇଁ ଗୌରବ ଆଣିଛି, ସେଥିରେ ରହିବାକୁ ପସନ୍ଦ କରିଛି। ଅର୍ଥାତ କ୍ରୀଡ଼ା କ୍ଷେତ୍ରରେ ଚାକିରି ପାଇଲେ ଖୁସି ହେବି। ମୁଁ ଡେପୁଟୀ କଲେକ୍ଟର ହେବାକୁ ସ୍ୱପ୍ନ ଦେଖିଥିଲି। ଆଜି ବି ଏ ସ୍ୱପ୍ନ ରହିଛି। ତେବେ ଚାକିରି ନେଇ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ, ତାହା ଭଲ ହେବ ବୋଲି ପ୍ରମୋଦ କହିଛନ୍ତି।

Advertisment

ପ୍ରମୋଦ କହିଛନ୍ତି ଯେ ସେ ରାଜ୍ୟରେ ପାରା ଆଥଲେଟଙ୍କୁ ଚାକିରି ଦେବା ସପକ୍ଷରେ ଅଛନ୍ତି। ରାଜ୍ୟ ସରକାର ମଧ୍ୟ ପାରା ଆଥଲେଟଙ୍କୁ ଚାକିରି ଦେବାକୁ କହିଛନ୍ତି। ରାଜ୍ୟରେ ଥିବା କିଛି ଷ୍ଟାଡିୟମରେ ପାରା ଆଥଲେଟଙ୍କୁ ସୁବିଧା ଯୋଗାଇ ଦିଆଗଲେ, ଆଗାମୀ ଦିନରେ ଆହୁରି ପ୍ରମୋଦ ଭଗତ ବାହାରିବେ ବୋଲି ପ୍ରମୋଦ କହିଛନ୍ତି।

ସେପଟେ ପ୍ରମୋଦ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ପ୍ରମୋଦଙ୍କୁ ବିମାନ ବନ୍ଦରରୁ ଖୋଲା ଜିପରେ ଶୋଭାଯାତ୍ରା କରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା।