/odisha-reporter/media/post_attachments/uploads/2022/09/Nepal.jpg)
Nepal
କାଠମାଣ୍ଡୁ: ଅଡ଼ୁଆରେ ନେପାଳ କ୍ରିକେଟ ଟିମ୍ର କ୍ୟାପ୍ଟେନ ସନ୍ଦୀପ ଲାମିଚାନେ। ତାଙ୍କ ନାଁରେ ଆସିଛି ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ। ଜଣେ ୧୭ ବର୍ଷୀୟ ଝିଅଙ୍କୁ ସନ୍ଦୀପ କାଠମାଣ୍ଡୁରେ ଦୁଷ୍କର୍ମ କରିଛନ୍ତି। ଏନେଇ ପୀଡ଼ିତା ନାବାଳିକା ଜଣଙ୍କ ପୁଲିସ୍ରେ ଅଭିଯୋଗ କରିଛନ୍ତି।
ପୀଡ଼ତା ଜଣଙ୍କ କାଠମାଣ୍ଡୁରେ ଥିବା ଗୌଶାଳା ମେଟ୍ରୋପଲିଟାନ ପୁଲିସ ସର୍କଲରେ ଏଫଆଇଆର ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ପ୍ରାୟ ୩ ସପ୍ତାହ ତଳେ ୨୨ ବର୍ଷୀୟ ସନ୍ଦୀପ ତାଙ୍କୁ କାଠମାଣ୍ଡୁର ଗୋଟିଏ ହୋଟେଲ ଭିତରେ ଦୁଷ୍କର୍ମ କରିଛନ୍ତି। ଅଗଷ୍ଟ ୨୧ ତାରିଖରେ ସନ୍ଦୀପ ତାଙ୍କ କାଠମାଣ୍ଡୁ ଓ ଭକ୍ତପୁରର ବିଭିନ୍ନ ସ୍ଥାନକୁ ବୁଲାଇ ନେଇଥିଲେ। ଏହାପରେ ସେହିଦିନ ରାତିରେ ଗୋଟିଏ ହୋଟେଲକୁ ନେଇ ସନ୍ଦୀପ ତାଙ୍କୁ ଦୁଷ୍କର୍ମ କରିଥିବା ଏଫଆଇଆରରେ ଉଲ୍ଲେଖ କରାଯାଇଛି।
ପୁଲିସ୍ ପୀଡ଼ିତାଙ୍କ ଅଭିଯୋଗକ୍ରମେ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍ କହିଛି ଯେ ବର୍ତ୍ତମାନ ଆମେ ପ୍ରମାଣ ଯୋଗାଡ଼ କରୁଛୁ। ଏଥିସହ ସିସିଟିଭିର ଯାଞ୍ଚ କରାଯାଉଛି। ତଦନ୍ତ ନ ସିରିବା ଯାଏ କିଛି କହି ହେବନି ବୋଲି ପୁଲିସ ସ୍ପଷ୍ଟ କରିଛି।
ସନ୍ଦୀପ ଲାମିଚାନେ ବର୍ତ୍ତମାନ ସିପିଏଲ ଖେଳୁଛନ୍ତି। ସେ ପ୍ରଥମ ନେପାଳି କ୍ରିକେଟର ଯିଏ ଆଇପିଏଲ ଖେଳିବାର କୀର୍ତ୍ତିମାନ ହାସଲ କରିଛନ୍ତି। ୨୦୧୮ରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲରେ ଡେବ୍ୟୁ କରିଥିଲେ। ନିକଟରେ ସନ୍ଦୀପଙ୍କୁ ନେପାଳ କ୍ରିକେଟ ଟିମ୍ର ଅଧିନାୟକ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
