Advertisment

ଅମରିନ୍ଦରଙ୍କ ଅପିଲ୍: 'ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ନୁହେଁ, ଫୁଟବଲ୍ ଖେଳାଳି'

ନୂଆଦିଲ୍ଲୀ: ପଞ୍ଜାବର ରାଜନୀତିକ ଉତ୍ଥାନ ଓ ପତନ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ନାଁକୁ ଏବେ ଖୁବ୍ ଚର୍ଚ୍ଚା। ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି। ଆଉ ଏବେ ସେ ସିଦ୍ଧୁଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଉଛନ୍ତି। ତେବେ ଏସବୁର ପ୍ରଭାବ ଭାରତୀୟ ଫୁଟବଲ ଉପରେ ପଡ଼ିଛି। କଥା ଟିକିଏ ଅଜବ ଲାଗୁଥିଲେ ବି ସତ। ସୋଶାଲ ମିଡିଆରେ ଏବେ ଏକ ଟ୍ୱିଟ୍ ଖୁବ୍ ଭାଇରାଲ୍ ହେଉଛି, ଯାହା କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ନାଁ […]

author-image
Ranjit Kumar Jena
ଅମରିନ୍ଦରଙ୍କ ଅପିଲ୍: 'ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ନୁହେଁ, ଫୁଟବଲ୍ ଖେଳାଳି'

amrinder-singh

ନୂଆଦିଲ୍ଲୀ: ପଞ୍ଜାବର ରାଜନୀତିକ ଉତ୍ଥାନ ଓ ପତନ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ନାଁକୁ ଏବେ ଖୁବ୍ ଚର୍ଚ୍ଚା। ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି। ଆଉ ଏବେ ସେ ସିଦ୍ଧୁଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଉଛନ୍ତି। ତେବେ ଏସବୁର ପ୍ରଭାବ ଭାରତୀୟ ଫୁଟବଲ ଉପରେ ପଡ଼ିଛି। କଥା ଟିକିଏ ଅଜବ ଲାଗୁଥିଲେ ବି ସତ।

Advertisment

ସୋଶାଲ ମିଡିଆରେ ଏବେ ଏକ ଟ୍ୱିଟ୍ ଖୁବ୍ ଭାଇରାଲ୍ ହେଉଛି, ଯାହା କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ନାଁ ସହ ଜଡ଼ିତ। କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ନାଁକୁ ନେଇ ସୋଶାଲ ମିଡିଆରେ କନଫ୍ୟୁଜନ୍ ହୋଇଛି। ଲୋକେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ବଦଳରେ ଭାରତୀୟ ଫୁଟବଲ ଟିମର ଗୋଲକିପର ଅମରିନ୍ଦର ସିଂହଙ୍କୁ ଟ୍ୟାଗ୍ କରିବାରେ ଲାଗିଛନ୍ତି। ୟୁଜରଙ୍କ ଏଭଳି ବ୍ୟବହାରରେ ଚିନ୍ତିତ ହୋଇପଡ଼ିଛନ୍ତି ଭାରତର ଗୋଲକିପର ଅମରିନ୍ଦର। ଯେଉଁ କାରଣରୁ ଗୋଲକିପର ଅମରିନ୍ଦର ସିଂହଙ୍କୁ ଏକ ଟ୍ୱିଟ୍ ଲେଖିବାକୁ ପଡ଼ିଛି, ଯାହା ଖୁବ୍ ମଜାଦାର ହୋଇଛି।

https://twitter.com/Amrinder_1/status/1443460931736932353?s=20

ସେ ଟ୍ୱିଟରେ ଲେଖିଛନ୍ତି, ପ୍ରିୟ ନ୍ୟୁଜ୍ ମିଡିଆ, ଜର୍ଣ୍ଣାଲିଷ୍ଟ। ମୁଁ ଅମରିନ୍ଦର ସିଂହ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ର ନୁହେଁ ବରଂ ଭାରତୀୟ ଫୁଟବଲ ଦଳର ଗୋଲକିପର। ଦୟାକରି ମୋତେ ଟ୍ୟାଗ୍ କରିବା ବନ୍ଦ କର। ତାଙ୍କ ଏହି ଟ୍ୱିଟ୍ ଉପରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଜବାବ ଦେଇଛନ୍ତି ଏବଂ ଆଗାମୀ ମ୍ୟାଚ୍ ପାଇଁ ତାଙ୍କୁ ଶୁଭକାମନା ଜଣାଇଛନ୍ତି। କ୍ୟାପଟେନ୍ ଅମରିନ୍ଦର ଲେଖିଛନ୍ତି, ମୁଁ ଆପଣଙ୍କୁ ସହାନୁଭୂତି ଜଣାଉଛି ମୋର ଯୁବ ବନ୍ଧୁ। ଆଗାମୀ ମ୍ୟାଚ୍ ପାଇଁ ଆପଣଙ୍କୁ ଶୁଭକାମନା।

Advertisment

https://twitter.com/capt_amarinder/status/1443486135380967425?s=20

ଗୋଲକିପର ଅମରିନ୍ଦରଙ୍କ ଏହି ଟ୍ୱିଟ୍ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଟ୍ୱିଟକୁ ଲୋକେ ଖୁବ୍ ରିଟ୍ୱିଟ୍ ମଧ୍ୟ କରୁଛନ୍ତି ଏବଂ ଏହାସହ ମଜାକିଆ ମେମେସ୍ ମଧ୍ୟ ଶେଆର୍ କରୁଛନ୍ତି।

ଭାରତୀୟ ଫୁଟବଲ୍ ଟିମ୍ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବାକୁଥିବା ସାଫ୍ ଚାମ୍ପିୟନଶିପରେ ଭାଗ ନେବ। ମାଳଦ୍ୱୀପରେ ହେବାକୁଥିବାରେ ଏହି ଚାମ୍ପିୟନଶିପରେ ଆୟୋଜକ ମାଳଦ୍ୱୀପ ବ୍ୟତୀତ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଓ ଭାରତ ସାମିଲ୍ ଅଛନ୍ତି। ପ୍ରତି ଟିମ୍ ପରସ୍ପରକୁ ଥରେ ଲେଖାଏ ଭେଟିବେ। ଶୀର୍ଷରେ ରହିଥିବା ଦୁଇ ଟିମ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଅମରିନ୍ଦରଙ୍କ ଏହି ଚାମ୍ପିୟନଶିପ୍ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଛି।