Advertisment

ଟିକା ନ ନେବା ଜିଦରେ ଅଟଳ ଜୋକଭିଚ୍, ଟୁର୍ଣ୍ଣାମେଣ୍ଟ ଛାଡ଼ିବାକୁ ରାଜି

ୱାଶିଂଟନ: ମହାମାରୀ କରୋନା ବିରୋଧୀ ଟିକା ନ ନେବା ଜିଦରେ ଅଟଳ ରହିଛନ୍ତି ଦୁନିଆର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକଭିଚ୍‌। ତାଙ୍କୁ ଟିକା ନେବାକୁ ବାଧ୍ୟ କରାଗଲେ ସେ ବିଭିନ୍ନ ଟୁର୍ଣ୍ଣାମେଣ୍ଟରୁ ଓହରି ଯିବାକୁ ବେଶୀ ପସନ୍ଦ କରିବେ ବୋଲି କହିଛନ୍ତି। ନିକଟରେ ଟିକା ନେଇ ନଥିବାରୁ ଜୋକଭିଚ୍‌ଙ୍କୁ ଅଷ୍ଟ୍ରେଲିଆ ଓପନରେ ଖେଳିବାକୁ ଅନୁମତି ମିଳି ନଥିଲା। ଏପରି କି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅଷ୍ଟ୍ରେଲିଆରେ ପହଞ୍ଚିଥିବା ଜୋକଭିଚଙ୍କ ଭିସାକୁ ସସପେଣ୍ଡ କରାଯାଇଥିଲା ଓ ତାଙ୍କୁ […]

ଟିକା ନ ନେବା ଜିଦରେ ଅଟଳ ଜୋକଭିଚ୍, ଟୁର୍ଣ୍ଣାମେଣ୍ଟ ଛାଡ଼ିବାକୁ ରାଜି

Novak-Djokovic

Advertisment

ୱାଶିଂଟନ: ମହାମାରୀ କରୋନା ବିରୋଧୀ ଟିକା ନ ନେବା ଜିଦରେ ଅଟଳ ରହିଛନ୍ତି ଦୁନିଆର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକଭିଚ୍‌। ତାଙ୍କୁ ଟିକା ନେବାକୁ ବାଧ୍ୟ କରାଗଲେ ସେ ବିଭିନ୍ନ ଟୁର୍ଣ୍ଣାମେଣ୍ଟରୁ ଓହରି ଯିବାକୁ ବେଶୀ ପସନ୍ଦ କରିବେ ବୋଲି କହିଛନ୍ତି।

Advertisment

ନିକଟରେ ଟିକା ନେଇ ନଥିବାରୁ ଜୋକଭିଚ୍‌ଙ୍କୁ ଅଷ୍ଟ୍ରେଲିଆ ଓପନରେ ଖେଳିବାକୁ ଅନୁମତି ମିଳି ନଥିଲା। ଏପରି କି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅଷ୍ଟ୍ରେଲିଆରେ ପହଞ୍ଚିଥିବା ଜୋକଭିଚଙ୍କ ଭିସାକୁ ସସପେଣ୍ଡ କରାଯାଇଥିଲା ଓ ତାଙ୍କୁ ଅଟକ କେନ୍ଦ୍ରରେ ମଧ୍ୟ ରଖାଯାଇଥିଲା।

ଏହି ଘଟଣା ପରେ ବିବିସିକୁ ସାକ୍ଷାତକାର ଦେଇ ଜୋକଭିଚ କହିଛନ୍ତି, “ନିଜ ଶରୀର ଉପରେ ନିଷ୍ପତ୍ତି ନେବା ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କୌଣସି ଟାଇଟଲ ମୋ ଶରୀରର ଠାରୁ ବଡ଼ ନୁହେଁ।”

Advertisment

ସାକ୍ଷାତକାର ବେଳେ ସାମ୍ବାଦିକ ଜଣଙ୍କ ଜୋକଭିଚ୍‌ଙ୍କୁ ପଚାରିଥିଲେ ଯଦି ଟିକା ନ ନେବା ପାଇଁ ତାଙ୍କୁ ଫ୍ରେଞ୍ଚ ଓପନ ଓ ୱିମ୍ବଲେଡନ ଭଳି ବଡ଼ବଡ଼ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଅନୁମତି ମିଳିବ ନାହିଁ, ତାହେଲେ ଆପଣ କ’ଣ କରିବେ? ଏହାର ଜବାବରେ ଜୋକଭିଚ୍‌ କହିଛନ୍ତି, “ହଁ ଏଥିପାଇଁ ମୁଁ ସବୁ କିଛି ଛାଡ଼ିବାକୁ ପ୍ରସ୍ତୁତ ରହିଛି। ମୋର ଶରୀରରେ ଉପରେ ନିଷ୍ପତ୍ତି ନେବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ନୀତିରେ ମୁଁ କେବେ ହେଲେ ବୁଝାମଣା କରିନି। ଯେତେଦିନ ଯାଏ ସମ୍ଭବ ମୁଁ ମୋ ଶରୀରକୁ ଯତ୍ନର ସହ ରଖିବାକୁ ଚେଷ୍ଟା କରିବି। ସେଥିପାଇଁ ସବୁ କିଛି ଛାଡ଼ିବାକୁ ମୁଁ ରାଜି।”

ତେବେ ସର୍ବିୟାର ଏହି ଷ୍ଟାର ଟେନିସ ତାରକା ଜଣଙ୍କ ଟିକାକରଣ ଅଭିଯାନକୁ ଆଦୌ ବିରୋଧ କରୁ ନଥିବା କହିଛନ୍ତି। ସେ କହିଛନ୍ତି, “ମୁଁ କେବେ ହେଲେ ଟିକାକରଣ ବିରୋଧରେ ନାହିଁ। ବିଶ୍ୱସ୍ତରରେ ସମସ୍ତେ ଭାଇରସକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ମଧ୍ୟ ଆଶା କରୁଛି ଭାଇରସ ଉପରେ ବ୍ରେକ ଲାଗିବ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe