Advertisment

ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା ପାଇବେ ବଡ଼ ସମ୍ମାନ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଭାରତର ଷ୍ଟାର୍ ଆଥଲେଟ୍ ନୀରଜ ଚୋପ୍ରା ପାଇବେ ଆଉ ଏକ ବଡ଼ ସମ୍ମାନ। ସାଧାରଣତନ୍ତ୍ର ଦିବସ ଅବସରରେ ନୀରଜଙ୍କୁ ପରମ ବିଶିଷ୍ଟ ସେବା ମେଡାଲ (PVSM) ପ୍ରଦାନ କରାଯିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ନୀରଜଙ୍କୁ ଏହି ସମ୍ମାନ ପ୍ରଦାନ କରିବେ। ନୀରଜ ଟୋକିଓ ଅଲିମ୍ପିକ୍ସରେ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲେ। ଏହି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା ପାଇବେ ବଡ଼ ସମ୍ମାନ

neeraj-chopra

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଭାରତର ଷ୍ଟାର୍ ଆଥଲେଟ୍ ନୀରଜ ଚୋପ୍ରା ପାଇବେ ଆଉ ଏକ ବଡ଼ ସମ୍ମାନ। ସାଧାରଣତନ୍ତ୍ର ଦିବସ ଅବସରରେ ନୀରଜଙ୍କୁ ପରମ ବିଶିଷ୍ଟ ସେବା ମେଡାଲ (PVSM) ପ୍ରଦାନ କରାଯିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ନୀରଜଙ୍କୁ ଏହି ସମ୍ମାନ ପ୍ରଦାନ କରିବେ। ନୀରଜ ଟୋକିଓ ଅଲିମ୍ପିକ୍ସରେ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲେ। ଏହି ସଫଳତା ପାଇଁ ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯିବ।

Advertisment

ପରମ ବିଶିଷ୍ଟ ସେବା ମେଡାଲ ଏକ ସେନା ପୁରସ୍କାର। ୧୯୬୦ରେ ଏହି ପୁରସ୍କାରର ଗଠନ କରାଯାଇଥିଲା। ଏହି ପୁରସ୍କାର ଶାନ୍ତି ପାଇଁ ଏବଂ ସେବା କ୍ଷେତ୍ରରେ ସବୁଠାରୁ ଅସାଧାରଣ କାର୍ଯ୍ୟ କରିବା ପାଇଁ ପ୍ରଦାନ କରାଯାଏ।

ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ନୀରଜ ଜାଭେଲିନ୍ ଥ୍ରୋ’ରେ ଭାରତ ପାଇଁ ଇତିହାସ ରଚିଥିଲେ। ସେ ୮୭.୫୮ ମିଟର୍ ଥ୍ରୋ’ କରି ଜାଭେଲିନରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ନୀରଜ ୪ ରାଜପୁତାନା ରାଇଫଲରେ ସୁବେଦାର ପଦବୀରେ ଅଛନ୍ତି। ସେନାରେ ରହି ଏହି ଭାରତୀୟ ଆଥଲେଟ୍ ଦମଦାର ପ୍ରଦର୍ଶନ କରିଛନ୍ତି, ଯେଉଁ କାରଣରୁ ତାଙ୍କୁ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇସାରିଛି। କିନ୍ତୁ ଏବେ ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯିବ।

Advertisment

ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩୮୪ ସାହସିକତା ପଦକ ପ୍ରଦାନ କରିବେ। ସେହିପରି ୧୨ ଜଣଙ୍କୁ ସମ୍ମାନଜନକ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯିବ। ଏହାଛଡ଼ା ୮୧ ଜଣଙ୍କୁ ସେନା ପଦକ, ୨ ଜଣଙ୍କୁ ବାୟୁସେନା ପଦକ, ୨୯ ଜଣଙ୍କୁ ପରମ ବିଶିଷ୍ଟ ସେବା ମେଡାଲ୍, ୪ ଜଣଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ୍, ୫୩ ଜଣଙ୍କୁ ଅତି ବିଶିଷ୍ଟ ସେବା ମେଡାଲ୍, ୧୩ ଜଣଙ୍କୁ ଯୁଦ୍ଧ ସେବା ମେଡାଲ୍ ପ୍ରଦାନ କରାଯିବ।