Pakistan
ଦୁବାଇ: ଦୀର୍ଘ ୨୯ ବର୍ଷ ପରେ ପ୍ରଥମଥର ଭାରତକୁ ବିଶ୍ୱକପରେ ପରାସ୍ତ କରିଥିବା ପାକିସ୍ତାନ ଏବେ ନୂଆ ଭେଳିକି ଦେଖାଇବା ଆରମ୍ଭ କରିଛି। ଭାରତ ବିପକ୍ଷ ବିଜୟକୁ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରଶିଦ ଅହମଦ ଇସଲାମ ସହ ଯୋଡ଼ିଛନ୍ତି। ପାକିସ୍ତାନ ରବିବାର ଟି-୨୦ ବିଶ୍ୱକପର ଗୋଟିଏ ମୁକାବିଲାରେ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା। ଏବେ ଶେଖ ରଶିଦ ଏହାକୁ ଇସଲାମର ବିଜୟ ବୋଲି କହି ବିଦ୍ୱେଷର ମଞ୍ଜି ବୁଣିବାକୁ ଚେଷ୍ଟା କରିଛନ୍ତି।
ମ୍ୟାଚ୍ ଶେଷ ହେବା ମାତ୍ରେ ଶେଖ ଗୋଟିଏ ଭିଡିଓ ଜାରି କରିଥିଲେ। ଏଥିରେ ସେ ପ୍ରଥମଥର ପାଇଁ ବ୍ୟକ୍ତିଗତ କାରଣରୁ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମକୁ ଯାଇ ପାରି ନଥିବା କହିଛନ୍ତି। ତେବେ ଭାରତ ବିପକ୍ଷ ବିଜୟ ପରେ ସେ ବେଶ ଖୁସି ହେବା ସହ ପୂରା ଦେଶକୁ ଶୁଭେଚ୍ଛା ଜଣାଇଛନ୍ତି।
ଏଥିସହ ଭାରତ ବିପକ୍ଷ ମ୍ୟାଚ୍ ପାକିସ୍ତାନ ପାଇଁ ଫାଇନାଲ ଥିଲା ବୋଲି ମଧ୍ୟ ସେ କହିଛନ୍ତି। ଶେଖ ରଶିଦ କହିଛନ୍ତି, “ରବିବାର ମ୍ୟାଚ୍ ବେଳେ ସମଗ୍ର ବିଶ୍ୱରେ ଥିବା ମୁସଲିମାନେ ପାକିସ୍ତାନକୁ ସମର୍ଥନ କରିଥିଲେ। ଏହା ସବୁ ମୁସଲମାନଙ୍କର ବିଜୟ। ଭାରତରେ ଥିବା ମୁସଲିମମାନେ ମଧ୍ୟ ପାକିସ୍ତାନ ବିଜୟରେ ଖୁସି ହୋଇଛନ୍ତି। ପାକିସ୍ତାନ ପାଇଁ ଭାରତ-ପାକ୍ ମ୍ୟାଚ୍ ଫାଇନାଲ ଥିଲା। ପୂରା ମ୍ୟାଚ୍ରେ ଭାରତ ଉପରେ ପାକିସ୍ତାନ ତା’ର ଦବଦବା ଦେଖାଇଛି।
ପାକିସ୍ତାନ ଖେଳାଳିମାନେ ଯେଉଁ ସାହାସର ସହ ତା’ର ଚୀର ପ୍ରତିଦ୍ୱନ୍ଦ୍ୱୀଙ୍କୁ ଜବାବ ଦେଲେ, ସେଥିପାଇଁ ସମସ୍ତଙ୍କୁ ସଲାମ। ଆଜି ପୂରା ଦେଶ ଉତ୍ସବ ପାଳନ କରୁଛି। ଏହା ଇସଲାମର ବିଜୟ। ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି।”
ସୂଚନାଯୋଗ୍ୟ, ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୫୧ ରନ୍ କରିଥିଲା। ଏହାର ଜବାବରେ ପାକିସ୍ତାନ ୧୩ ବଲ ପୂର୍ବରୁ ବିନା କୌଣସି ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିନେଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/10/Pakistan1.jpg)