Advertisment

ଲିଓନେଲ୍ ମେସି କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ଷ୍ଟାର୍ ଫୁଟବଲର ଲିଓନେଲ୍ ମେସି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫ୍ରେଞ୍ଚ୍ କପରେ ମେସି ନିଜ କ୍ଲବ୍ ପିଏସଜି ପକ୍ଷରୁ ସୋମବାର ମ୍ୟାଚ୍ ଖେଳିବାର ଥିଲା, କିନ୍ତୁ ଏହା ପୂର୍ବରୁ ତାଙ୍କର କୋଭିଡ୍-୧୯ ରିପୋର୍ଟ ନେଗେଟିଭ୍ ଆସିଛି। ତାଙ୍କୁ ମିଶାଇ ଟିମର ଚାରିଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପିଏସଜି ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଟିମରେ ମୋଟ ଚାରି ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ମେସିଙ୍କ ନାଁ ରହିଛି। […]

ଲିଓନେଲ୍ ମେସି କରୋନାରେ ଆକ୍ରାନ୍ତ

messi

Advertisment

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ଷ୍ଟାର୍ ଫୁଟବଲର ଲିଓନେଲ୍ ମେସି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫ୍ରେଞ୍ଚ୍ କପରେ ମେସି ନିଜ କ୍ଲବ୍ ପିଏସଜି ପକ୍ଷରୁ ସୋମବାର ମ୍ୟାଚ୍ ଖେଳିବାର ଥିଲା, କିନ୍ତୁ ଏହା ପୂର୍ବରୁ ତାଙ୍କର କୋଭିଡ୍-୧୯ ରିପୋର୍ଟ ନେଗେଟିଭ୍ ଆସିଛି। ତାଙ୍କୁ ମିଶାଇ ଟିମର ଚାରିଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Advertisment

ପିଏସଜି ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଟିମରେ ମୋଟ ଚାରି ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ମେସିଙ୍କ ନାଁ ରହିଛି। ସେହିପରି କ୍ଲବର ଅନ୍ୟତମ ଷ୍ଟାର୍ ଖେଳାଳି ନେମାର ଜୁନିୟରଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ମେସିଙ୍କ ବ୍ୟତୀତ ଆଉ ଯେଉଁ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି, ସେମାନେ ହେଲେ ଜୁଆନ୍ ବର୍ନାଟ୍, ସର୍ଜିଓ ରିକୋ ଓ ନେଥନ ବିଟୁମଜଲା।

https://twitter.com/PSG_English/status/1477588494163877888?s=20

ନେମାର ଜୁନିୟର ଏବେ ବ୍ରାଜିଲରେ ଅଛନ୍ତି ଏବଂ ଜାନୁଆରୀ ୯ ତାରିଖ ଯାଏ ମେଡିକାଲ୍ ଟିମ୍ ନଜରରେ ରହିବେ। ସେ ତିନି ସପ୍ତାହ ଭିତରେ କ୍ଲବ୍ ସହ ଯୋଗଦେବେ।

Advertisment

ନିକଟରେ ୟୁରୋପରେ କରୋନା ମାମଲା ପୁଣିଥରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଫ୍ରାନ୍ସରେ ଯଦି କେହି କୋଭିଡ୍ ଭ୍ୟାକସିନର ଡବଲ୍ ଡୋଜ୍ ନେଇଥିବା ବ୍ୟକ୍ତି ପୁଣିଥରେ କରୋନାରେ ଆକ୍ରାନ୍ତ ହୁଅନ୍ତି, ତାହେଲେ ତାଙ୍କୁ ସପ୍ତାହକ ପାଇଁ ଆଇସୋଲେସନରେ ରହିବାକୁ ପଡ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe