Advertisment

୪୪ତମ ଚେସ୍‌ ଅଲିମ୍ପିଆଡକୁ ଷ୍ଟାଲିନଙ୍କ ସହ ମିଶି ଉଦଘାଟନ କଲେ ମୋଦି

ଚେନ୍ନାଇ: ଉଦଘାଟନ ହୋଇଛି ୪୪ତମ ଚେସ୍‌ ଅଲିମ୍ପିଆଡ। ପ୍ରଥମଥର ଭାରତ ଏହି ଚେସ୍‌ ଅଲିମ୍ପିଆଡର ଆୟୋଜନ କରୁଛି। ଆଜି ଚେନ୍ନାଇରେ ଥିବା ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମିଳିତ ଭାବେ ଏହି କ୍ରୀଡ଼ାର ଶୁଭାରମ୍ଭ ମଶାଲ ଦେଖାଇ ଆରମ୍ଭ କରିଛନ୍ତି। ଏହି ସମୟରେ ୫ଥର ଚେସ୍‌ରେ ବିଶ୍ୱ ଚାମ୍ପିୟନ ହୋଇଥିବା ବିଶ୍ୱନାଥ ଆନନ୍ଦ ଉପସ୍ଥିତ ରହିଥିଲେ। ଚେସ ଅଲିମ୍ପିଆଡକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ଏହି ମଶାଲକୁ […]

୪୪ତମ ଚେସ୍‌ ଅଲିମ୍ପିଆଡକୁ ଷ୍ଟାଲିନଙ୍କ ସହ ମିଶି ଉଦଘାଟନ କଲେ ମୋଦି

chess

Advertisment

ଚେନ୍ନାଇ: ଉଦଘାଟନ ହୋଇଛି ୪୪ତମ ଚେସ୍‌ ଅଲିମ୍ପିଆଡ। ପ୍ରଥମଥର ଭାରତ ଏହି ଚେସ୍‌ ଅଲିମ୍ପିଆଡର ଆୟୋଜନ କରୁଛି। ଆଜି ଚେନ୍ନାଇରେ ଥିବା ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମିଳିତ ଭାବେ ଏହି କ୍ରୀଡ଼ାର ଶୁଭାରମ୍ଭ ମଶାଲ ଦେଖାଇ ଆରମ୍ଭ କରିଛନ୍ତି। ଏହି ସମୟରେ ୫ଥର ଚେସ୍‌ରେ ବିଶ୍ୱ ଚାମ୍ପିୟନ ହୋଇଥିବା ବିଶ୍ୱନାଥ ଆନନ୍ଦ ଉପସ୍ଥିତ ରହିଥିଲେ।

Advertisment

ଚେସ ଅଲିମ୍ପିଆଡକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ଏହି ମଶାଲକୁ ଭାରତୀୟ ଚେସ୍‌ ଖେଳାଳିଙ୍କୁ ଦେଇଛନ୍ତି। ଆଜି ଠାରୁ ଅଗଷ୍ଟ ୧୦ ତାରିଖ ଯାଏ ତାମିଲନାଡୁର ମହାବଳୀପୁରମରେ ଚେସ ଅଲିମ୍ପିଆଡ ଚାଲିବ। ଏହି ଟୁର୍ଣ୍ଣାମେଣ୍ଟରେ ୧୮୮ଟି ଦେଶ ଭାଗ ନେବାକୁ ପଞ୍ଜୀକରଣ କରିଛନ୍ତି। ଏହାର ଅର୍ଥ ନିଜ ଦେଶର ଚେସ୍‌ ଖେଳାଳିଙ୍କୁ ସମର୍ଥନ କରିବାକୁ ସାଧାରଣ ଲୋକ ମଧ୍ୟ ଭାରତ ଆସିବେ। ୧୯୨୭ ପରଠାରୁ ଆୟୋଜିତ ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଭାରତରେ ଓ ୩୦ ବର୍ଷ ପରେ ଏସିଆରେ ଆୟୋଜିତ ହେଉଛି।

ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ସବୁଠାରୁ ସମ୍ମାନଜନକ ଇଭେଣ୍ଟ ଆଜି ନିଜ ଘରକୁ ଫେରିଛି। ଯେଉଠି ଉତ୍ପତ୍ତି ହୋଇଥିଲା, ସେହିଠାରେ ପ୍ରଥମଥର ପାଇଁ ଚେସ୍‌ ଅଲିମ୍ପିଆଡ ଅନୁଷ୍ଠିତ ହେଉଛି। ଦୀର୍ଘ ୩ ଦଶନ୍ଧି ପରେ ଏସିଆକୁ ଚେସ୍‌ ଅଲିମ୍ପିଆଡ ଫେରିଛି।

Advertisment

କ୍ରୀଡ଼ାକୁ ସବୁବେଳେ ଦିବ୍ୟଶକ୍ତି ଭାବେ ବିଚାର କରାଯାଏ। ତାମିଲନାଡୁରେ ଆମେ ଶତୁରଙ୍ଗନାଥନଙ୍କ ମନ୍ଦିର ନିଶ୍ଚିତ ପାଇବା। ଭଗବାନ ନିଜେ ଚେସ ଖେଳୁଥିଲେ। ଚେସ୍‌ ସହ ତାମିଲନାଡୁର ଐତିହାସିକ ସମ୍ପର୍କ ରହିଛି। ଏଥିପାଇଁ ଭାରତର ଚେସ୍‌ ପାୱାର ହେଉଛି ତାମିଲନାଡୁ। ତାମିଲନାଡୁ ଅନେକ ଗ୍ରାଣ୍ଡ ମାଷ୍ଟରଙ୍କୁ ଦେଖିଛି। ବିଶ୍ୱର ସର୍ବପୁରାତନ ଭାଷା ତାମିଲର ଜନ୍ମ ସ୍ଥାନ ମଧ୍ୟ ତାମିଲନାଡୁ।”ଏହି କାର୍ଯ୍ୟକ୍ରମରେ ତାମିଲନାଡୁର ରାଜ୍ୟପାଳ ଆରଏନ ରବି ଓ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଯୋଗଦେଇଥିଲେ।

ଚେସ୍‌ ଅଲିମ୍ପିଆଡ଼ର ଏକାଧିକ ଭାରତୀୟ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ବିଶ୍ୱନାଥ ଆନନ୍ଦ ଅବଶ୍ୟ ଭାଗନେବେ ନାହିଁ, କିନ୍ତୁ ସେ ଭାରତୀୟ ଖେଳାଳିଙ୍କ ମେଣ୍ଟୋର ଭୂମିକାରେ ରହିବେ। ପ୍ରଥମେ ୪୪ତମ ଚେସ ଅଲିମ୍ପିଆଡ ରୁଷରେ ହେବାର ଥିଲା। କିନ୍ତୁ ୟୁକ୍ରେନ ସହ ରୁଷର ଯୁଦ୍ଧ ଯୋଗୁ ଚେସ୍‌ ଅଲିମ୍ପିଆଡର ଆୟୋଜନ ଦାୟିତ୍ୱ ଭାରତକୁ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe