Advertisment

ଫିଫା ବିଶ୍ୱକପ: ଫ୍ରାନ୍ସ ପରେ ରାଉଣ୍ଡ ୧୬ରେ ବ୍ରାଜିଲ ଓ ପର୍ତ୍ତୁଗାଲ

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପରେ ରୋମାଞ୍ଚ ବଢ଼ିବାରେ ଲାଗିଛି। ଏକାଧିକ ବଡ଼ ଟିମ୍‌ ପ୍ରଥମରୁ ଝୁଣ୍ଟିଥିବା ବେଳେ ଆଉ କିଛି ଦଳ ଅପ୍ରତ୍ୟାଶିତ ବିଜୟ ସହ ନକଆଉଟ ପର୍ଯ୍ୟାୟରେ ପହଞ୍ଚିବା ଦ୍ୱାରଦେଶରେ ରହିଛନ୍ତି। ତେବେ ବିଶ୍ୱକପର ୯ମ ଦିନର ଖେଳ ଶେଷ ସୁଦ୍ଧା ବିଶ୍ୱର ୩ ଶକ୍ତିଶାଳୀ ଫୁଟବଲ ଟିମ୍‌ ରାଉଣ୍ଡ ୧୬ ବା ନକଆଉଟ ଷ୍ଟେଜରେ ପହଞ୍ଚି ଯାଇଛନ୍ତି। ପ୍ରଥମେ ଫ୍ରାନ୍ସ ରାଉଣ୍ଡ ୧୬ରେ ପହଞ୍ଚିଥିବା ବେଳେ ଏବେ ବ୍ରାଜିଲ ଓ ପର୍ତ୍ତୁଗାଲ […]

ଫିଫା ବିଶ୍ୱକପ: ଫ୍ରାନ୍ସ ପରେ ରାଉଣ୍ଡ ୧୬ରେ ବ୍ରାଜିଲ ଓ ପର୍ତ୍ତୁଗାଲ

fifa

Advertisment

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପରେ ରୋମାଞ୍ଚ ବଢ଼ିବାରେ ଲାଗିଛି। ଏକାଧିକ ବଡ଼ ଟିମ୍‌ ପ୍ରଥମରୁ ଝୁଣ୍ଟିଥିବା ବେଳେ ଆଉ କିଛି ଦଳ ଅପ୍ରତ୍ୟାଶିତ ବିଜୟ ସହ ନକଆଉଟ ପର୍ଯ୍ୟାୟରେ ପହଞ୍ଚିବା ଦ୍ୱାରଦେଶରେ ରହିଛନ୍ତି। ତେବେ ବିଶ୍ୱକପର ୯ମ ଦିନର ଖେଳ ଶେଷ ସୁଦ୍ଧା ବିଶ୍ୱର ୩ ଶକ୍ତିଶାଳୀ ଫୁଟବଲ ଟିମ୍‌ ରାଉଣ୍ଡ ୧୬ ବା ନକଆଉଟ ଷ୍ଟେଜରେ ପହଞ୍ଚି ଯାଇଛନ୍ତି।

Advertisment

ପ୍ରଥମେ ଫ୍ରାନ୍ସ ରାଉଣ୍ଡ ୧୬ରେ ପହଞ୍ଚିଥିବା ବେଳେ ଏବେ ବ୍ରାଜିଲ ଓ ପର୍ତ୍ତୁଗାଲ ନକଆଉଟ ଷ୍ଟେଜକୁ ଯାଇଛନ୍ତି। ଏହି ୩ ଦଳ ପାଖରେ ଗୋଟିଏ ଲେଖାଏ ମ୍ୟାଚ୍‌ ବି ଖେଳିବାକୁ ବାକି ରହିଛି।

ସୋମବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ଗ୍ରୁପ ଏଚ୍‌ର ଗୋଟିଏ ମୁକାବିଲାରେ ପର୍ତ୍ତୁଗାଲ ୨-୦ରେ ଉରୁଗୁଏକୁ ହରାଇ ଦେଇଛି। କ୍ରିଷ୍ଟିଆନୋ ରୋନାଲ୍ଡଙ୍କ ଏହି ଟିମ୍‌ ଆରମ୍ଭରୁ ନିଜର ଜଲୱା ଦେଖାଇ ଶେଷରେ ଉରୁଗୁଏକୁ ହରାଇଛି। ଦଳ ପକ୍ଷରୁ ଅନ୍ୟତମ ଷ୍ଟାର ଖେଳାଳି ବୁର୍ଣ୍ଣୋ ଫର୍ଣ୍ଣାଣ୍ଡେସ ଦୁଇଟି ଯାକ ଗୋଲ ସ୍କୋର କରିଛନ୍ତି। ଏହି ବିଜୟ ସହ ଗ୍ରୁପ ଏଚ୍‌ର ପ୍ରଥମ ସ୍ଥାନରେ ପହଞ୍ଚି ପର୍ତ୍ତୁଗାଲ ରାଉଣ୍ଡ ୧୬କୁ ଯାଇଛି। ଦଳ ଶେଷ ମ୍ୟାଚରେ ଦକ୍ଷିଣ କୋରିଆକୁ ଭେଟିବ। ଏହାପୂର୍ବରୁ ପର୍ତ୍ତୁଗଲା ତା’ର ପ୍ରଥମ ମ୍ୟାଚ୍‌ରେ ଘାନାକୁ ୩-୨ରେ ହରାଇଥିଲା।

Advertisment

ପର୍ତ୍ତୁଗାଲ ପୂର୍ବରୁ ବ୍ରାଜିଲ ମଧ୍ୟ ସ୍ୱିଜରଲ୍ୟାଣ୍ଡ ବିପକ୍ଷରେ ୧-୦ରେ ଜିତି ରାଉଣ୍ଡ ୧୬ରେ ପ୍ରବେଶ କରିଥିଲା। ଆହତ ସମସ୍ୟା ଯୋଗୁ ସ୍ୱିଜରଲ୍ୟାଣ୍ଡ ବିପକ୍ଷରେ ବ୍ରାଜିଲର ଷ୍ଟାର ନେମାର ଖେଳି ନଥିଲେ। ତଥାପି ଦଳ ୧-୦ରେ ମ୍ୟାଚ୍‌କୁ ଜିତି ରାଉଣ୍ଡ ୧୬ରେ ପହଞ୍ଚିଛି। ପ୍ରଥମ ମ୍ୟାଚ୍‌ରେ ବ୍ରାଜିଲ ୨-୦ରେ ସର୍ବିୟାକୁ ହରାଇଥିଲା।

ଅନ୍ୟପକ୍ଷରେ ଚଳିତ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପୟିନ ଫ୍ରାନ୍ସ ପ୍ରଥମ ଦଳ ଭାବେ ଗ୍ରୁପ୍‌ ଡି’ରୁ ରାଉଣ୍ଡ ୧୬ରେ ପ୍ରବେଶ କରିଥିଲା। ଫ୍ରାନ୍ସ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୪-୧ ଓ ଦ୍ୱିତୀୟ ମ୍ୟାଚ୍‌ରେ ଡେନମାର୍କକୁ ୨-୧ରେ ହରାଇ ୬ ପଏଣ୍ଟ ସହ ନକଆଉଟରେ ପହଞ୍ଚିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe