Advertisment

ପାରାଲିମ୍ପିକ୍ସ: ମିକ୍ସଡ ସେମିରେ ହାରିଲେ ପ୍ରମୋଦ ଓ ପଲକ ଯୋଡ଼ି

ଟୋକିଓ: ଚଳିତ ପାରାଲିମ୍ପିକ୍ସର ଏସ୍‌ଏଲ୍ ୩ର ଏକକ ବର୍ଗ ପୁରୁଷ ବ୍ୟାଡମିଣ୍ଟନର ଫାନାଲରେ ପ୍ରବେଶ କରିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ ମିକ୍ସଡ ଇଭେଣ୍ଟରେ ନିରାଶ କରିଛନ୍ତି। ମିକ୍ସଡ ଇଭେଣ୍ଟର ଏସ୍ଏଲ୩-ଏସ୍‌ୟୁ୫ରେ ପ୍ରମୋଦ ଓ ପଲକ କୋହଲି ଦମଦାର ପ୍ରଦର୍ଶନ କରି ସେମିକୁ ଯାଇଥିଲେ ହେଁ ଆଗକୁ ବଢ଼ି ପାରିନାହାନ୍ତି। ଏହି ମ୍ୟାଚରେ ସେମାନଙ୍କୁ ଇଣ୍ଡୋନେସିଆର ଏସ୍‌ ହ୍ୟାରୀ ଓ ରାତ୍ରୀଙ୍କ ଠାରୁ ଏକ ତରଫା ୦-୨ରେ ପରାସ୍ତ ହେବାକୁ ପଡ଼ିଛି। ପ୍ରମୋଦ ସିଙ୍ଗଲ୍ସରେ ଭଲ ପ୍ରଦର୍ଶନ […]

ଅଦ୍ୟତନ ହୋଇଛି
ପାରାଲିମ୍ପିକ୍ସ: ମିକ୍ସଡ ସେମିରେ ହାରିଲେ ପ୍ରମୋଦ ଓ ପଲକ ଯୋଡ଼ି

Pramod1

Advertisment

ଟୋକିଓ: ଚଳିତ ପାରାଲିମ୍ପିକ୍ସର ଏସ୍‌ଏଲ୍ ୩ର ଏକକ ବର୍ଗ ପୁରୁଷ ବ୍ୟାଡମିଣ୍ଟନର ଫାନାଲରେ ପ୍ରବେଶ କରିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ ମିକ୍ସଡ ଇଭେଣ୍ଟରେ ନିରାଶ କରିଛନ୍ତି। ମିକ୍ସଡ ଇଭେଣ୍ଟର ଏସ୍ଏଲ୩-ଏସ୍‌ୟୁ୫ରେ ପ୍ରମୋଦ ଓ ପଲକ କୋହଲି ଦମଦାର ପ୍ରଦର୍ଶନ କରି ସେମିକୁ ଯାଇଥିଲେ ହେଁ ଆଗକୁ ବଢ଼ି ପାରିନାହାନ୍ତି। ଏହି ମ୍ୟାଚରେ ସେମାନଙ୍କୁ ଇଣ୍ଡୋନେସିଆର ଏସ୍‌ ହ୍ୟାରୀ ଓ ରାତ୍ରୀଙ୍କ ଠାରୁ ଏକ ତରଫା ୦-୨ରେ ପରାସ୍ତ ହେବାକୁ ପଡ଼ିଛି।

Advertisment

ପ୍ରମୋଦ ସିଙ୍ଗଲ୍ସରେ ଭଲ ପ୍ରଦର୍ଶନ କରିଥିବାରୁ ମିକ୍ସଡ ଇଭେଣ୍ଟରେ ତାଙ୍କ ଠାରୁ ଦେଶ ଦମଦାର ପ୍ରଦର୍ଶନର ଆଶା କରିଥିଲେ। କିନ୍ତୁ ସେମିରେ ପ୍ରୋମଦ ଓ ପଲକ ଯୋଡ଼ିଙ୍କୁ ଇଣ୍ଡୋନେସିଆର ଦୁଇ ଖେଳାଳି ସଂପୂର୍ଣ୍ଣ ବ୍ୟାକଫୁଟକୁ ଠେଲି ଦେଇଥିଲେ। ପ୍ରଥମ ସେଟକୁ ହ୍ୟାରୀ ଓ ରାତ୍ରୀ ୨୧-୩ରେ ଜିତି ନେଇଥିବା ବେଳେ ଦ୍ୱିତୀୟ ସେଟକୁ ୨୧-୧୫ରେ ଜିତି ଫାଇନାଲ ଟିକେଟ ହାସଲ କରିଥିଲେ।

ଏହି ମ୍ୟାଚ୍‌କୁ ଜିତିବା ପାଇଁ ସେମାନଙ୍କୁ ମାତ୍ର ୧୯ ମିନିଟର ସମୟ ଲାଗିଥିଲା। ପ୍ରଥମ ସେଟକୁ ଜିତିବା ପାଇଁ ୭ ମିନିଟ୍ ଓ ଦ୍ୱିତୀୟ ସେଟକୁ ସେମାନେ ୧୨ ମିନିଟରେ ଶେଷ କରିଥିଲେ। ପ୍ରମୋଦ ଓ ପଲକ ସେମିରେ ହାରିଥିଲେ ହେଁ ସେମାନଙ୍କ ପାଖରେ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ରହିଛି। ବ୍ରୋଞ୍ଜ ପଦକ ପାଇଁ ଉଭୟ ଜାପାନର ଡି ଫୁଜିହାରା ଓ ଏ ସୁଗିନୋଙ୍କ ସହ ଲଢ଼େଇ କରିବେ।

Advertisment

ପ୍ରମୋଦ ପୁରୁଷ ଏକକ ବର୍ଗର ସେମିରେ ଫୁଜିହାରାଙ୍କୁ ହରାଇ ଫାଇନାଲ ଟିକେଟ ପାଇଛନ୍ତି। ତେଣୁ ମିକ୍ସଡ ଇଭେଣ୍ଟରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି।


ଅନ୍ୟପକ୍ଷରେ ବ୍ୟାଡମିଣ୍ଟନର ଏସଏସ୍ ୩ର ପୁରୁଷ ଏକକ ବର୍ଗ ସେମିରେ ଭାରତର ମନୋଜ ସରକାର ପରାସ୍ତ ହୋଇଛନ୍ତି। ସେ ବ୍ରିଟେନର ଡି ବେଥେଲ୍ଲେଙ୍କ ଠାରୁ ହାରି ଯାଇଛନ୍ତି। ଫାଇନାଲରେ ବେଥେଲ୍ଲେଙ୍କ ମୁକାବିଲା ଭାରତର ପ୍ରମୋଦଙ୍କ ସହ ହେବ। ସେହିପରି ମନୋଜ ସରକାର ବ୍ରୋଞ୍ଜ ପଦକ ପାଇଁ ଜାପାନର ଫୁଜିହାରାଙ୍କ ସହ ଲଢ଼େଇ କରିବେ।

Tokyo Paralympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe