Advertisment

ଗୋଟିଏ ଫ୍ରେମରେ ଦୁଇ ସୁନାପୁଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ସୁନା ପୁଅ। ଜଣେ ଟୋକିଓ ଅଲିମ୍ପିକ୍ସରେ ତ ଆଉ ଜଣେ ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଆଉ ଦୁହେଁ ଏହି ସଫଳତା ଆଣି ଦେଶ ପାଇଁ ଅନେକ ଯଶକୀର୍ତ୍ତି ଆଣିଛନ୍ତି। ଏବେ ଦୁହେଁ ସୁନା ପୁଅଙ୍କୁ ଗୋଟିଏ ଫ୍ରେମରେ ଦେଖିବାକୁ ମିଳିଛି। ଆମେ କହୁଛୁ ଦୁଇ ଅଲିମ୍ପିକ୍ସ ଗୋଲ୍ଡେନ ବୟ ନୀରଜ ଚୋପ୍ରା ଓ ପ୍ରମୋଦ ଭଗତ। ଦୁହେଁ ମୁମ୍ବାଇର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ […]

ଅଦ୍ୟତନ ହୋଇଛି
ଗୋଟିଏ ଫ୍ରେମରେ ଦୁଇ ସୁନାପୁଅ

pramod-and-neeraj

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ସୁନା ପୁଅ। ଜଣେ ଟୋକିଓ ଅଲିମ୍ପିକ୍ସରେ ତ ଆଉ ଜଣେ ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଆଉ ଦୁହେଁ ଏହି ସଫଳତା ଆଣି ଦେଶ ପାଇଁ ଅନେକ ଯଶକୀର୍ତ୍ତି ଆଣିଛନ୍ତି। ଏବେ ଦୁହେଁ ସୁନା ପୁଅଙ୍କୁ ଗୋଟିଏ ଫ୍ରେମରେ ଦେଖିବାକୁ ମିଳିଛି।

Advertisment

ଆମେ କହୁଛୁ ଦୁଇ ଅଲିମ୍ପିକ୍ସ ଗୋଲ୍ଡେନ ବୟ ନୀରଜ ଚୋପ୍ରା ଓ ପ୍ରମୋଦ ଭଗତ। ଦୁହେଁ ମୁମ୍ବାଇର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପରସ୍ପରକୁ ଭେଟିଛନ୍ତି ନୀରଜ ଓ ପ୍ରମୋଦ। ଉଭୟ ପ୍ରମୋଦ ଓ ନୀରଜ ପରସ୍ପରକୁ ଖୁବ୍ ସମ୍ମାନ ଦେଇଥିଲେ।

https://twitter.com/PramodBhagat83/status/1438846570972123141?s=20

୨୩ ବର୍ଷୀୟ ନୀରଜ ଟୋକିଓ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ’ରେ ୮୭.୫୮ ମିଟର୍ ଥ୍ରୋ’ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି। ଏଥିସହ ନୀରଜ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛନ୍ତି। ଏହାପୂର୍ବରୁ ଶୁଟିଂରେ ଅଭିନବ ବିନ୍ଦ୍ରା ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ।

Advertisment

ସେହିପରି ଓଡ଼ିଆ ପୁଅ ପ୍ରମୋଦ ଭଗତ ଟୋକିଓ ପାରାଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ ପୁରୁଷ ଏକକ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ଏହା ସହିତ ପ୍ରଥମ ଭାରତୀୟ ଭାବେ ସେ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତିଛନ୍ତି। ବିଶ୍ୱର ୧ ନମ୍ବର ଖେଳାଳି ପ୍ରମୋଦ ଫାଇନାଲରେ ବ୍ରିଟେନ୍‌ର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ ଗେମ୍‌ରେ ହରାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe