Advertisment

ଆଉ ଏକ ବଡ଼ ପୁରସ୍କାର ପାଇବେ ପ୍ରମୋଦ ଭଗତ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଆଉ ଏକ ବଡ଼ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ପ୍ରମୋଦଙ୍କୁ ବର୍ଷର ‘ସର୍ବଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ ଖେଳାଳି’ ପାଇଁ ମନୋନୀତ କରାଯାଇଛି। ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ୍ ପ୍ରମୋଦଙ୍କ ସମେତ ମୋଟ ୬ ଜଣଙ୍କ ନାଁ ଏହି ପୁରସ୍କାର ପାଇଁ ମନୋନୀତ କରିଛି। ତେବେ ଭାରତର ଅନ୍ୟ କୌଣସି ଖେଳାଳି ଏହି ପୁରସ୍କାର ତାଲିକାରେ ସ୍ଥାନ ପାଇନାହାନ୍ତି। ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ୍ ପ୍ରମୋଦ ଭଗତ […]

ପ୍ରମୋଦ ଭଗତ ପାଇବେ ‘ଖେଳରତ୍ନ’, ବୀରେନ୍ଦ୍ର ଓ ଅମିତଙ୍କୁ ଅର୍ଜୁନ ପୁରସ୍କାର

pramod

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଆଉ ଏକ ବଡ଼ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ପ୍ରମୋଦଙ୍କୁ ବର୍ଷର ‘ସର୍ବଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ ଖେଳାଳି’ ପାଇଁ ମନୋନୀତ କରାଯାଇଛି। ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ୍ ପ୍ରମୋଦଙ୍କ ସମେତ ମୋଟ ୬ ଜଣଙ୍କ ନାଁ ଏହି ପୁରସ୍କାର ପାଇଁ ମନୋନୀତ କରିଛି। ତେବେ ଭାରତର ଅନ୍ୟ କୌଣସି ଖେଳାଳି ଏହି ପୁରସ୍କାର ତାଲିକାରେ ସ୍ଥାନ ପାଇନାହାନ୍ତି।

Advertisment

ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ୍ ପ୍ରମୋଦ ଭଗତ ସେପ୍ଟେମ୍ବରରେ ଟୋକିଓରେ ଆୟୋଜିତ ପାରାଲିମ୍ପିକ୍ସର ପୁରୁଷ ସିଙ୍ଗଲ୍ସ ଏସଏଲ୍-୩ ବର୍ଗରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତାଙ୍କ ସହ ଟୋକିଓରେ ଭାଗ ନେଇଥିବା ଭାରତର ମନୋଜ ସରକାରଙ୍କୁ ବର୍ଷର ସର୍ବଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ୍ ଯୋଡ଼ି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସରକାର ଟୋକିଓ ପାରାଲିମ୍ପିକ୍ସର ପୁରୁଷ ସିଙ୍ଗଲ୍ସ ଏସଏଲ୍-୩ରେ ରୌପ୍ୟ ପଦକ ଜିତିଥିଲେ।

୩୩ ବର୍ଷୀୟ ପ୍ରମୋଦ ଚାରିବର୍ଷର ହୋଇଥିବା ବେଳେ ତାଙ୍କୁ ପୋଲିଓ ହୋଇଥିଲା। ସେ ତାଙ୍କ ପଡ଼ୋଶୀଙ୍କୁ ଦେଖି ବ୍ୟାଡମିଣ୍ଟନ ଖେଳ ପ୍ରତି ରୁଚି ଦେଖାଇଥିଲେ। ଆରମ୍ଭରୁ ସେ ସକ୍ଷମ ଖେଳାଳିଙ୍କ ସହ ଖେଳୁଥିଲେ। ପ୍ରମୋଦ ବର୍ତ୍ତମାନ ଦୁନିଆର ଏକ ନମ୍ବର ଖେଳାଳି ଏବଂ ଏସଏଲ୍-୩ ବର୍ଗରେ ଏସିଆନ୍ ଚାମ୍ପିୟନ୍ ମଧ୍ୟ ଅଛନ୍ତି। ସେହିପରି ସକ୍ଷମ ଖେଳାଳିଙ୍କ ତାଲିକାରେ କୌଣସି ଭାରତୀୟ ଖେଳାଳି ସ୍ଥାନ ପାଇନାହାନ୍ତି। ନେଦରଲ୍ୟାଣ୍ଡ ଖେଳାଳି ଭିକ୍ଟର ଆକ୍ସଲେସେନ୍ ଓ ଆଣ୍ଡର୍ସ ଆଣ୍ଟୋସେନ୍, ଚାଇନାର ୱନାଗ୍ ୟି ଲ୍ୟୁ ଓଜାପାନର ୟୁତା ୱାଟାନାବେ ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ଦୌଡ଼ରେ ରହିଛନ୍ତି।

Advertisment

ମହିଳା ସିଙ୍ଗଲ୍ସରେ ଚାଇନାର ଟୋକିଓ ଅଲିମ୍ପିକ୍ସ ମହିଳା ସିଙ୍ଗଲ୍ସ ବିଜେତା ଚେନ୍ ୟୁ ଫେଇ, ସ୍ପେନର କାରୋଲିନା ମାରିନ୍, ତାଇପେଇର ତାଇ ଜୁ ୟିଙ୍ଗ ଓ ଜାପାନର ଅକାନେ ୟାମାଗୁଚି ମହିଳା ଶ୍ରେଷ୍ଠ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। କୋଭିଡ୍-୧୯ ମହାମାରୀ କାରଣରୁ ଯୋଗ୍ୟତା ସମୟ ବଢ଼ା ଯାଇଛି, ଯାହା ଏ‍ବେ ୨୦୨୦ ଓ ୨୦୨୧ ସିଜନ୍ (ନଭେମ୍ବର ୧, ୨୦୧୯ରୁ ଅକ୍ଟୋବର ୩୧, ୨୦୨୧ ଯାଏ) ପର୍ଯ୍ୟନ୍ତ କରିଦିଆଯାଇଛି। ବିଜେତାଙ୍କ ଘୋଷଣା ଇଣ୍ଡୋନେସିଆରେ ନଭେମ୍ବର-ଡିସେମ୍ବରରେ ହେବାକୁଥିବା ଏଚଏସବିସି ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ବେଳେ ବାଲି ପର୍ଯ୍ୟାୟରେ କରାଯିବ। ବର୍ଷର ସର୍ବଶ୍ରେଷ୍ଠ ଯୋଡ଼ି ଓ ବର୍ଷର ସର୍ବଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ ଯୋଡ଼ି ପୁରସ୍କାର ବର୍ଗକୁ ସାମିଲ୍ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe