ପାରାଲିମ୍ପିକ୍ସ ସେମିରେ ପ୍ରମୋଦ ଭଗତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପ୍ରମୋଦ ଭଗତ ବ୍ୟାଡମିଣ୍ଟନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଆଉ ଗୋଟିଏ ମ୍ୟାଚ୍ ଜିତିଲେ ପ୍ରମୋଦଙ୍କ ପଦକ ପକ୍କା ହୋଇଯିବ। ଗୁରୁବାର ବ୍ୟାଡମିଣ୍ଟନର ପୁରୁଷ ଏସଏଲ୍-୩ ବର୍ଗର ଦ୍ୱିତୀୟ ମ୍ୟାଚରେ ଓଡ଼ିଆ ପୁଅ ୟୁକ୍ରେନର ଓଲେସାଣ୍ଡର୍ ଚିରକୋଭଙ୍କୁ ସିଧାସଳଖ ୨୧-୧୨, ୨୧-୯ ଗେମରେ ପରାସ୍ତ କରିଛନ୍ତି। ଉକ୍ତ ମ୍ୟାଚରେ ପ୍ରମୋଦ ଆରମ୍ଭରୁ ହିଁ ଦବଦବା କାଏମ୍ ରଖିଥିଲେ। ପ୍ରଥମ ଗେମରେ ସେ ଲଗାତର ୫ ପଏଣ୍ଟ ହାସଲ କରିଥିଲେ। […]

pramod-bhagat

pramod-bhagat

Ranjit Kumar Jena
  • Published: Thursday, 02 September 2021
  • Updated: 02 September 2021, 06:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପ୍ରମୋଦ ଭଗତ ବ୍ୟାଡମିଣ୍ଟନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଆଉ ଗୋଟିଏ ମ୍ୟାଚ୍ ଜିତିଲେ ପ୍ରମୋଦଙ୍କ ପଦକ ପକ୍କା ହୋଇଯିବ। ଗୁରୁବାର ବ୍ୟାଡମିଣ୍ଟନର ପୁରୁଷ ଏସଏଲ୍-୩ ବର୍ଗର ଦ୍ୱିତୀୟ ମ୍ୟାଚରେ ଓଡ଼ିଆ ପୁଅ ୟୁକ୍ରେନର ଓଲେସାଣ୍ଡର୍ ଚିରକୋଭଙ୍କୁ ସିଧାସଳଖ ୨୧-୧୨, ୨୧-୯ ଗେମରେ ପରାସ୍ତ କରିଛନ୍ତି।

ଉକ୍ତ ମ୍ୟାଚରେ ପ୍ରମୋଦ ଆରମ୍ଭରୁ ହିଁ ଦବଦବା କାଏମ୍ ରଖିଥିଲେ। ପ୍ରଥମ ଗେମରେ ସେ ଲଗାତର ୫ ପଏଣ୍ଟ ହାସଲ କରିଥିଲେ। ପ୍ରମୋଦ ଶଟରଙ୍କ କୌଣସି ଜବାବ ପ୍ରତିପକ୍ଷ ଓଲେସାଣ୍ଡରଙ୍କ ପାଖରେ ନଥିଲା। ଦ୍ୱିତୀୟ ଗେମରେ ମଧ୍ୟ ପ୍ରମୋଦ ଆକ୍ରମଣ ଜାରି ରଖିଥିଲେ। ସେ ଇଣ୍ଟରଭାଲ୍ ସୁଦ୍ଧା ୧୧-୨ରେ ଆଗୁଆ ଥିଲା। ଏହା ପରେ ସେ ୧୬-୬ରେ ଆଗୁଆ ରହି ଏକାଥରକେ ୧୦ ପଏଣ୍ଟର ବଡ଼ ଲିଡ୍ ହାସଲ କରିନେଇଥିଲେ। ପ୍ରମୋଦ ଏହି ଧାରା ବଜାୟ ରଖି ଗେମକୁ ୨୧-୯ରେ ଜିତି ନେଇଥିଲେ। ଏହି ମ୍ୟାଚକୁ ଜିତିବା ପାଇଁ ପ୍ରମୋଦ ମାତ୍ର ୨୬ ମିନିଟ୍ ନେଇଥିଲେ।

ବୁଧବାର ଗ୍ରୁପ୍ ଷ୍ଟେଜର ପ୍ରଥମ ମ୍ୟାଚରେ ପ୍ରମୋଦ ନିଜ ଦେଶର ମନୋଜ ସରକାରଙ୍କୁ ୨୧-୧୦, ୨୧-୨୩, ୨୧-୯ ଗେମରେ ହରାଇଥିଲେ। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ୫୬ ମିନିଟ୍ ଧରି ଚାଲିଥିଲା।

ମିକ୍ସଡ୍ ଡବଲ୍ସରେ ପ୍ରମୋଦଙ୍କୁ ନିରାଶ ହେବାକୁ ପଡ଼ିଛି। ମିକ୍ସଡ୍ ଡବଲ୍ସର ପ୍ରଥମ ରାଉଣ୍ଡରେ ପ୍ରମୋଦ ଓ ପଲକ କୋହଲି ଫ୍ରାନ୍ସ ଯୋଡ଼ି ଲୁକାସ ମାଜୁର ଓ ଫୌଷ୍ଟାଇନ୍ ନୋଏଲଙ୍କ ନିକଟରୁ ୯-୨୧, ୨୧-୧୫, ୧୯-୨୧ ଗେମରେ ପରାସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos