Advertisment

ପାରାଲିମ୍ପିଆନ୍ ପ୍ରମୋଦ ଭଗତ ପାଇବେ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଷ୍ଟାର୍ ପାରା ଶଟଲର୍ ପ୍ରମୋଦ ଭଗତ ଆଉ ଏକ ବଡ଼ ସମ୍ମାନ ପାଇବେ। ପୂର୍ବରୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର ପାଇଥିବା ପ୍ରମୋଦ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବ। ଆଉ ସେ ଦେଶର ପ୍ରଥମ ପାରା ବ୍ୟାଡମିଣ୍ଟନ୍ ଖେଳାଳି ଭାବେ ଏହି ପୁରସ୍କାର ପାଇବେ। ବର୍ତ୍ତମାନ ସ୍ପେନରେ ଟ୍ରେନିଂରେ ବ୍ୟସ୍ତ ଥିବା ପ୍ରମୋଦ କହିଛନ୍ତି, ପଦ୍ମଶ୍ରୀ ପୁରସ୍କାର ମନୋନୀତ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପାରାଲିମ୍ପିଆନ୍ ପ୍ରମୋଦ ଭଗତ ପାଇବେ ପଦ୍ମଶ୍ରୀ ପୁରସ୍କାର

pramod-bhagat

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଷ୍ଟାର୍ ପାରା ଶଟଲର୍ ପ୍ରମୋଦ ଭଗତ ଆଉ ଏକ ବଡ଼ ସମ୍ମାନ ପାଇବେ। ପୂର୍ବରୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର ପାଇଥିବା ପ୍ରମୋଦ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବ। ଆଉ ସେ ଦେଶର ପ୍ରଥମ ପାରା ବ୍ୟାଡମିଣ୍ଟନ୍ ଖେଳାଳି ଭାବେ ଏହି ପୁରସ୍କାର ପାଇବେ।

Advertisment

ବର୍ତ୍ତମାନ ସ୍ପେନରେ ଟ୍ରେନିଂରେ ବ୍ୟସ୍ତ ଥିବା ପ୍ରମୋଦ କହିଛନ୍ତି, ପଦ୍ମଶ୍ରୀ ପୁରସ୍କାର ମନୋନୀତ ହେବା ମୋ ପାଇଁ ଗର୍ବର କଥା। ଆଗକୁ ଏସିଆନ୍ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍ ଭଳି ବଡ଼ ଇଭେଣ୍ଟ ଅଛି। ଆଉ ଏହା ପୂର୍ବରୁ ଏହି ପୁରସ୍କାର ମୋତେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରୋତ୍ସାହିତ କରିବ।

ବିଶ୍ୱର ଏକ ନମ୍ବର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଗତବର୍ଷ ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏଥିସହ ସେ ପ୍ରଥମ ଭାରତୀୟ ଭାବେ ଉଭୟ ପାରାଲିମ୍ପିକ୍ସ ଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କର ଏହି ଐତିହାସିକ ସଫଳତା ପାଇଁ ୨୦୨୧ ଅକ୍ଟୋବର ମାସରେ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏବେ ତାଙ୍କୁ ଆଉ ଏକ ବଡ଼ ସମ୍ମାନ ଭାବେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ।

Advertisment

ଚଳିତ ବର୍ଷ ୧୪ରୁ ଅଧିକ ପାରା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ବର୍ଷ ଏସିଆନ୍ ଗେମ୍ସ ଓ ବିଶ୍ୱ ଚାମ୍ପିୟନ୍ସ ସହ ଆଉ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ।

Padma Shri