Advertisment

ସଚିନଙ୍କୁ ଭେଟି ପିଲା ଦିନର ସ୍ୱପ୍ନ ପୂରଣ କଲେ ପ୍ରମୋଦ

ନୂଆଦିଲ୍ଲୀ: ଭାରତ ପାଇଁ ପାରାଲିମ୍ପିକ୍ସରେ ପ୍ରଥମଥର ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ ନିଜ ପିଲା ଦିନର ସ୍ୱପ୍ନ ପୂରଣ କରିଛନ୍ତି। ସେ ଆଜି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ ଭେଟି ତାଙ୍କ ସହ ଫଟୋ ଉଠାଇଛନ୍ତି। ସଚିନଙ୍କୁ ଭେଟିବା ପାଇଁ ସେ ପିଲା ଦିନରୁ ସ୍ୱପ୍ନ ଦେଖୁଥିଲେ ଓ ଆଜି ସେହି ସ୍ୱପ୍ନ ସାକାର ହୋଇଥିବା ପ୍ରମୋଦ ଟ୍ୱିଟ କରି ସୂଚନା ଦେଇଛନ୍ତି। ସଚିନ ମଧ୍ୟ ପ୍ରମୋଦଙ୍କ ସହ ସେଲଫି ନେଇଛନ୍ତି। ସେ […]

author-image
Hemant Lenka
ସଚିନଙ୍କୁ ଭେଟି ପିଲା ଦିନର ସ୍ୱପ୍ନ ପୂରଣ କଲେ ପ୍ରମୋଦ

Pramod

ନୂଆଦିଲ୍ଲୀ: ଭାରତ ପାଇଁ ପାରାଲିମ୍ପିକ୍ସରେ ପ୍ରଥମଥର ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ ନିଜ ପିଲା ଦିନର ସ୍ୱପ୍ନ ପୂରଣ କରିଛନ୍ତି। ସେ ଆଜି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ ଭେଟି ତାଙ୍କ ସହ ଫଟୋ ଉଠାଇଛନ୍ତି। ସଚିନଙ୍କୁ ଭେଟିବା ପାଇଁ ସେ ପିଲା ଦିନରୁ ସ୍ୱପ୍ନ ଦେଖୁଥିଲେ ଓ ଆଜି ସେହି ସ୍ୱପ୍ନ ସାକାର ହୋଇଥିବା ପ୍ରମୋଦ ଟ୍ୱିଟ କରି ସୂଚନା ଦେଇଛନ୍ତି।

Advertisment

ସଚିନ ମଧ୍ୟ ପ୍ରମୋଦଙ୍କ ସହ ସେଲଫି ନେଇଛନ୍ତି। ସେ ପାଇଥିବା ସ୍ୱର୍ଣ୍ଣ ପଦକ ସହ ସଚିନ ଫଟୋ ମଧ୍ୟ ଉଠାଇଛନ୍ତି। ଏଥିସହ ତାଙ୍କ ଜର୍ସିରେ ପ୍ରମୋଦଙ୍କ ପାଇଁ ବାର୍ତ୍ତା ଦେଇ ଦସ୍ତଖତ କରିଛନ୍ତି।

ଏହି ଭେଟଘାଟ ପରେ ପ୍ରମୋଦ ଟ୍ୱିଟ କରି କହିଛନ୍ତି, “ପିଲା ଦିନର ସ୍ୱପ୍ନ ପୂରଣ ହୋଇଛି। ମୁଁ ଆଜି କେତେ ଖୁସି ତା’ ମୁଁ ନିଜେ ବି ବିଶ୍ୱାସ କରିପାରୁନି। ମୋ ପିଲାଦିନରୁ ସଚନ ସାର୍‌ଙ୍କ ଠାରୁ ବହୁତ କିଛି ଶିଖିଛି। ଆଜି ତାଙ୍କ ସହ କଥା ହୋଇଥିବା ପ୍ରତିଟି ଶବ୍ଦ ମୋ ସହ ସବୁଦିନ ରହିବ। ଜୀବନରେ ଆଗକୁ ଯିବାକୁ ପ୍ରେରଣା ଯୋଗାଇବ। ମୁଁ ତାଙ୍କୁ ମୋ ହୃଦହୟରୁ ଧନ୍ୟବାଦ ଜଣାଉଛି। ଆଜି ରାତିରେ ମୁଁ ଶୋଇପାରିବିନି।”

Advertisment

ପାରାଲିମ୍ପିକ୍ସରେ ପ୍ରମୋଦ ଭଗତ ଦେଶ ପାଇଁ ସ୍ୱର୍ଣ୍ଣପଦକ ଜିତିଛନ୍ତି। ତାଙ୍କର ଐତିହାସିକ ସଫଳତା ପାଇଁ ଓଡ଼ିଶା ସରକାର ତାଙ୍କୁ ୬ କୋଟି ଟଙ୍କାର ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି। ଏଥିସହ ତାଙ୍କୁ ଗ୍ରୁପ୍ ‘ଏ’ ସରକାରୀ ଚାକିରି ପ୍ରଦାନ କରାଯିବ।

ବ୍ୟାଡ୍‌ମିଣ୍ଟର ପୁରୁଷ ଏକକ ଏସ୍ଏଲ୍୩ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ ଭଗତ। ତେବେ ମିକ୍ସଡ୍ ଡବଲ୍ସ (ଏସ୍ଏଲ୍୩-ଏସ୍ୟୁ୫ ବର୍ଗ)ରେ ବ୍ରୋଞ୍ଜ ଲଢ଼େଇରେ ହାରି ଯାଇଥିଲେ। ପାରାଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ପଦକ ହାସଲ କରିବାର ରେକର୍ଡ ପ୍ରମୋଦ ଭଗତଙ୍କ ନାଁରେ ଯୋଡ଼ି ହୋଇଯାଇଛି।


ବିଶ୍ୱ ଚାମ୍ପିଅନଶିପରେ ପ୍ରମୋଦ ଭଗତ ୪ ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୦୧୮ ଏସିଆନ୍ ପାରା ଗେମ୍ସରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ। ୫ ବର୍ଷ ବର୍ଷ ହୋଇଥିବା ବେଳେ ପୋଲିଓର ଶିକାର ହୋଇଥିବା ପ୍ରମୋଦ ଭଗତ ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ପାରା ଶଟଲର। ସେ ୪୫ଟି ଅନ୍ତର୍ଜାତୀୟ ପଦକ ଜିତିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ଟୋକିଓ ପାରାଲିମ୍ପିକ୍ସରେ ଭାରତ ୧୯ଟି ପଦକ ଜିତିଛି। ପାରାଲିମ୍ପିକ୍ସ ଇତିହାସରେ ଭାରତର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହି ୧୯ଟି ପଦକ ମଧ୍ୟରୁ ୪ଟି ବ୍ୟାଡ୍‌ମିଣ୍ଟନରୁ ଆସିଛି।