Advertisment

ଡାକରା ନ ମିଳିବା ପରେ ପୃଥ୍ୱୀ ଶ’ କରିଥିବା ପୋଷ୍ଟକୁ ନେଇ ଚର୍ଚ୍ଚା

ମୁମ୍ବାଇ: ପ୍ରଥମେ ଆହତ ଓ ପରେ ଖରାପ ଫର୍ମକୁ ନେଇ ଟିମ ଇଣ୍ଡିଆରୁ ବାଦ ପଡ଼ିଥିବା ପୃଥ୍ୱୀ ଶ’ଙ୍କ ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଟିମ ଚୟନ କରାଯାଇଛି। ଏଥିରେ ଟି-୨୦ ବିଶ୍ୱକପ ଖେଳିବାକୁ ଥିବା କୌଣସି ଖେଳାଳି ନାହାନ୍ତି। ଲାଗୁଥିଲା ଶିଖର ଧୱନଙ୍କ ନେତୃତ୍ୱାଧୀନ ଦିନିକିଆ ସ୍କ୍ୱାଡରେ ପୃଥ୍ୱୀ ଶ’ଙ୍କୁ ସ୍ଥାନ ମିଳିବ। ହେଲେ ଚୟନକର୍ତ୍ତା ଶ’ଙ୍କୁ ଚୟନ କରି ନାହାନ୍ତି। […]

ଭାରତ-ଏ ଟିମରେ ପୃଥ୍ୱୀ ଶ' ସାମିଲ୍‌

shaw

Advertisment

ମୁମ୍ବାଇ: ପ୍ରଥମେ ଆହତ ଓ ପରେ ଖରାପ ଫର୍ମକୁ ନେଇ ଟିମ ଇଣ୍ଡିଆରୁ ବାଦ ପଡ଼ିଥିବା ପୃଥ୍ୱୀ ଶ’ଙ୍କ ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଟିମ ଚୟନ କରାଯାଇଛି। ଏଥିରେ ଟି-୨୦ ବିଶ୍ୱକପ ଖେଳିବାକୁ ଥିବା କୌଣସି ଖେଳାଳି ନାହାନ୍ତି। ଲାଗୁଥିଲା ଶିଖର ଧୱନଙ୍କ ନେତୃତ୍ୱାଧୀନ ଦିନିକିଆ ସ୍କ୍ୱାଡରେ ପୃଥ୍ୱୀ ଶ’ଙ୍କୁ ସ୍ଥାନ ମିଳିବ।

Advertisment

ହେଲେ ଚୟନକର୍ତ୍ତା ଶ’ଙ୍କୁ ଚୟନ କରି ନାହାନ୍ତି। ଧୱନ ଅଧିନାୟକ ଦାୟିତ୍ୱ ପାଇଥିବା ବେଳେ ଶ୍ରେୟସ ଆୟରଙ୍କୁ ତାଙ୍କ ଡେପୁଟି କରାଯାଇଛି। ରଜତ ପାଟିଦାର ଓ ମୁକେଶ କୁମାର ନୂଆ ମୁହଁ ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସ୍କ୍ୱାଡରେ ରହିଛନ୍ତି।

ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଡାକରା ନ ମିଳିବାରୁ ଶ’ ଗୋଟିଏ ପୋଷ୍ଟ ଇନଷ୍ଟାଗ୍ରାମରେ କରିଛନ୍ତି। ଏଥିରେ ସେ କାହାକୁ ଟାର୍ଗେଟ କରି ନାହାନ୍ତି। କିନ୍ତୁ ସେ ଲେଖିଥିବା କଥା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଶ’ ଲେଖିଛନ୍ତି, “ସେମାନଙ୍କ ଶଦ୍ଦକୁ ବିଶ୍ୱାସ କରନାହିଁ। ସେମାନଙ୍କ କାର୍ଯ୍ୟକୁ ବିଶ୍ୱାସ କର। କାରଣ କାର୍ଯ୍ୟ ହିଁ ପ୍ରମାଣ କରେ ଶବ୍ଦ କାହିଁକି ମୂଲ୍ୟହୀନ।”

Advertisment


ଶ’ ଦୁଲୀପ ଟ୍ରଫିରେ ଜବରଦସ୍ତ ଫର୍ମରେ ରହିଥିଲେ। ଏପରି କି ସେ ନର୍ଥ-ଇଷ୍ଟ ଜୋନ ବିପକ୍ଷରେ ପଶ୍ଚିମ ଜୋନ ପାଇଁ ଶତକ ହାସଲ କରିଥିଲେ। ସେ ଟିମ ଇଣ୍ଡିଆକୁ ଫେରିବା ପାଇଁ ନିଜ ଫିଟନେଶ ଉପରେ ଅଧିକ ଧ୍ୟାନ ଦେଉଥିବା ମଧ୍ୟ କହିଥିଲେ।

ଶ’ କହିଥିଲେ, “ଏହି ଶତକ ବେଶ ସ୍ୱତନ୍ତ୍ର। କାରଣ ବହୁତ ଦିନ ପରେ ଶତକ ହାସଲ କରିଛନ୍ତି। ଅନେକ ତାଲିକ ଓ ସମୟ କାଟିବା ପରେ ମୁଁ ଟ୍ରାକକୁ ଫେରିଛି। ଏହା ବହୁତ ଆନନ୍ଦ ଦେଇଛି। କ୍ରିକେଟ ଖେଳୁ ନଥିବା ବେଳେ ମୁଁ ମୋ ଫିଟନେଶ ଉପରେ ଧ୍ୟାନ ଦେଇଥାଏ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe