ବର୍ମିଂହାମ: ଭାରତର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁଙ୍କ ଅଧୂରା ସ୍ୱପ୍ନ ଆଜି ପୂରା ହୋଇଛି। ୨୦୧୮ରେ ତାଙ୍କର ଯେଉଁ ସ୍ୱପ୍ନ ଅଧା ରହି ଯାଇଥିଲା ୨୦୨୨ରେ ତା’ହା ପୂରଣ ହୋଇଛି। କାରଣ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି ସିନ୍ଧୁ। ସେ କାନାଡାର ମିଚେଲ ଲିଙ୍କୁ ୨-୦ରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡମିଣ୍ଟନରେ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
୨୦୧୮ରେ ସିନ୍ଧୁ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଅନ୍ୟତମ ଭାରତୀୟ ଷ୍ଟାର ସାଇନା ନେହୱାଲଙ୍କ ଠାରୁ ପରାସ୍ତ ହୋଇଥିଲେ। ସାଇନା ସ୍ୱର୍ଣ୍ଣ ଓ ସିନ୍ଧୁ ରୌପ୍ୟ ଜିତିଥିଲେ। ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାଇନା ନଥିବାରୁ ସିନ୍ଧୁଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲେ। ସେ ମଧ୍ୟ କାହାକୁ ନିରାଶ କରି ନାହାନ୍ତି। ଫାଇନାଲ ମ୍ୟାଚ୍ ପୂର୍ବରୁ ସିନ୍ଧୁଙ୍କ ବାମଗୋଡ଼ରେ ସମସ୍ୟା ସୃଷ୍ଟି ହୋଇଥିଲା। ତଥାପି ସେ ଏହାକୁ ଖାତିର ନ କରି ଲି‘ଙ୍କ ବିପକ୍ଷରେ ଲଢ଼େଇ କରିଥିଲେ।
ଲି’ ହେଉଛନ୍ତି ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ୱର୍ଣ୍ଣ ପଦକ ବିଜେତା। ତେଣୁ ଆଜି ସେ ସିନ୍ଧୁଙ୍କୁ କିଛି ମାତ୍ରାରେ ସମସ୍ୟାରେ ପକାଇଥିଲେ। କିନ୍ତୁ ସିନ୍ଧୁ ନିଜର କ୍ଲାସ ଦେଖାଇଛନ୍ତି। ମ୍ୟାଚ୍ ଆରମ୍ଭରୁ ସିନ୍ଧୁ ଲିଡ ହାସଲ କରିଥିଲେ। ହେଲେ ଲି’ କମବ୍ୟାକ କରିଥିଲେ। କିନ୍ତୁ ସିନ୍ଧୁ ପ୍ରଥମ ସେଟକୁ ୨୧-୧୫ରେ ଜିତି ନେଇଥିଲେ। ସେହିପରି ଦ୍ୱିତୀୟ ସେଟକୁ ମଧ୍ୟ ସିନ୍ଧୁ ୨୧-୧୩ରେ ଜିତିବା ସହ ଭାରତ ପାଇଁ ଆଉ ଗୋଟିଏ ସ୍ୱର୍ଣ୍ଣ ପକ୍କା କରିଥିଲେ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ସିନ୍ଧୁଙ୍କ ତୃତୀୟ ଏକକ ପଦକ। ସେ ୨୦୧୪ରେ ବ୍ରୋଞ୍ଜ, ୨୦୧୮ରେ ରୌପ୍ୟ ଓ ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଆଜର ଏକକ ବର୍ଗରେ ସ୍ୱର୍ଣ୍ଣ ଜିତିବା ପୂର୍ବରୁ ସିନ୍ଧୁ ମିକ୍ସଡ ଟିମ ଇଭେଣ୍ଟରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ।
The winning shot, the shriek, the fist bump with Park Tae-Sang - PV Sindhu winning a medal is a mood in itself 😎#CommonwealthGames | #Badminton 🏸 pic.twitter.com/7inZQhcKJD
— The Bridge (@the_bridge_in) August 8, 2022
ଅନ୍ୟପକ୍ଷରେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଏହା ୫୬ତମ ପଦକ। ଏହା ମଧ୍ୟରେ ୧୯ଟି ସ୍ୱର୍ଣ୍ଣ, ୧୫ଟି ରୌପ୍ୟ ଓ ୨୨ଟି ବ୍ରୋଞ୍ଜ ପଦକ ରହିଛି। ରେସଲିଂ ବା କୁସ୍ତିରେ ଭାରତକୁ ସର୍ବାଧିକ ୧୨ଟି ପଦକ ମିଳିଛି। ଏଥିରେ ୬ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ରହିଛି। ସେହିପରି ଭାରୋତ୍ତୋଳନରେ ଭାରତୀୟ ଖେଳାଳିମାନେ ୧୦ଟି ପଦକ ଜିତିଛନ୍ତି। ଏଥିରେ ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ମେଡାଲ ରହିଛି।
Name a better duo, we'll wait!🔥#CommonwealthGames22 pic.twitter.com/j3X7R4a0UZ
— The Bridge (@the_bridge_in) August 8, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।