Advertisment

ସେମିରେ ୟାମାଗୁଚିଙ୍କ ଠାରୁ ହାରି ବିଦା ହେଲେ ସିନ୍ଧୁ

ବାଲି: ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ ଇଣ୍ଡୋନେସିଆ ମାଷ୍ଟର୍ସର ସେମି ଫାଇନାଲରୁ ବିଦାୟ ନେଇଛନ୍ତି। ଆଜି ସେମି ଫାଇନାଲ ମୁକାବିଲାରେ ତାଙ୍କୁ ଜାପାନର ଆକେନ ୟାମାଗୁଚି ସିଧାସଳଖ ୨-୦ରେ ପରାସ୍ତ କରି ବାହାର ରାସ୍ତା ଦେଖାଇ ଦେଇଛନ୍ତି। ଅଲିମ୍ପିକ୍ସରେ ଭାରତ ପାଇଁ ଡବଲ ପଦକ ଜିତିଥିବା ସିନ୍ଧୁ ଇଣ୍ଡୋନେସିଆ ମାଷ୍ଟର୍ସରେ ଟ୍ରଫି ହାସଲ କରିବେ ବୋଲି ସମସ୍ତେ ଆଶା ରଖିଥିଲେ। ହେଲେ ସେ ସମସ୍ତଙ୍କୁ ନିରାଶ କରିଛନ୍ତି। ତାଙ୍କୁ ୟାମାଗୁଚି ୨୧-୧୩ ଓ ୨୧-୯ରେ ହରାଇଛନ୍ତି। […]

ସେମିରେ ୟାମାଗୁଚିଙ୍କ ଠାରୁ ହାରି ବିଦା ହେଲେ ସିନ୍ଧୁ

PV-sindhu

Advertisment

ବାଲି: ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ ଇଣ୍ଡୋନେସିଆ ମାଷ୍ଟର୍ସର ସେମି ଫାଇନାଲରୁ ବିଦାୟ ନେଇଛନ୍ତି। ଆଜି ସେମି ଫାଇନାଲ ମୁକାବିଲାରେ ତାଙ୍କୁ ଜାପାନର ଆକେନ ୟାମାଗୁଚି ସିଧାସଳଖ ୨-୦ରେ ପରାସ୍ତ କରି ବାହାର ରାସ୍ତା ଦେଖାଇ ଦେଇଛନ୍ତି। ଅଲିମ୍ପିକ୍ସରେ ଭାରତ ପାଇଁ ଡବଲ ପଦକ ଜିତିଥିବା ସିନ୍ଧୁ ଇଣ୍ଡୋନେସିଆ ମାଷ୍ଟର୍ସରେ ଟ୍ରଫି ହାସଲ କରିବେ ବୋଲି ସମସ୍ତେ ଆଶା ରଖିଥିଲେ। ହେଲେ ସେ ସମସ୍ତଙ୍କୁ ନିରାଶ କରିଛନ୍ତି। ତାଙ୍କୁ ୟାମାଗୁଚି ୨୧-୧୩ ଓ ୨୧-୯ରେ ହରାଇଛନ୍ତି। ଏହି ସେମି ଫାଇନାଲ ଲଢ଼େଇ ମାତ୍ର ୩୨ ମିନିଟ୍‌ ଧରି ଚାଲିଥିଲା।

Advertisment

ଏହି ମ୍ୟାଚ୍‌ ପୂର୍ବରୁ ଚଳିତ ବର୍ଷ ୟାମାଗୁଚି ଓ ସିନ୍ଧୁ ୨ଥର ମୁହାଁମୁହିଁ ହୋଇଥିଲେ। ଉଭୟ ମ୍ୟାଚ୍‌ରେ ସିନ୍ଧୁ ହିଁ ଜିତିଥିଲେ। ୟାମାଗୁଚିଙ୍କ ବିରୋଧରେ ତାଙ୍କ ରେକର୍ଡ ୧୨-୭ ରହିଥିଲା। କିନ୍ତୁ ଆଜି ସେମିରେ ସିନ୍ଧୁଙ୍କୁ ମାତ ଦେବାକୁ ସକ୍ଷମ ହୋଇଛନ୍ତି। ସିନ୍ଧୁ ଆଜି ଆଦୌ ଲୟରେ ନଥିବା ଭଳି ମନେ ହେଉଥିଲା। ଆରମ୍ଭରୁ ହିଁ ୟାମାଗୁଚି ନିଜର ଦବଦବା ଦେଇଥିଲେ। ଶେଷରେ ସିନ୍ଧୁଙ୍କୁ ହରାଇ ଫାଇନାଲ ଟିକେଟ ହାସଲ କରିଥିଲେ।

ସିନ୍ଧୁ କ୍ୱାର୍ଟର ଫାଇନାଲରେ ତୁର୍କୀର ନେସଲିହାନ ୟିଗିତଙ୍କୁ ୨୧-୧୩ ଓ ୨୧-୧୦ରେ ହରାଇ ସେମିରେ ପ୍ରବେଶ କରିଥିଲେ। ଏହି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ୩୫ ମିନିଟ୍‌ ଧରି ଚାଲିଥିଲା। ଗତମାସରେ ଖେଳା ଯାଇଥିବା ଡେନମାର୍କ ଓପନରେ ମଧ୍ୟ ୟିଗିତ ହାଇଦ୍ରାବାଦ ଲଳନା ସିନ୍ଧୁଙ୍କ ଠାରୁ ହାରିଥିଲେ।

Advertisment

ୟାମାଗୁଚି ସେମିରେ ସିନ୍ଧୁଙ୍କ ହରାଇଥିବାରୁ ଟ୍ରଫି ପାଇଁ ଲଢ଼େଇ କରିବେ। ତାଙ୍କର ମୁକାବିଲା କୋରିଆର ଆନ ସେ ୟୋଙ୍ଗଙ୍କ ସହ ହେବ। ସେ ଥାଇଲ୍ୟାଣ୍ଡର ପିଟ୍ଟାୟପୋର୍ଣ୍ଣଙ୍କୁ ୨୧-୧୩ ଓ ୨୧-୯ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି।

ସିନ୍ଧୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିବାରୁ ଏବେ ଭାରତର ସବୁ ଆଶା ପୁରୁଷ ଶଟଲର କାଦମ୍ବୀ ଶ୍ରୀକାନ୍ତଙ୍କ ଉପରେ ରହିଛି। ସେ ଆଜି ଡେନମାର୍କର ଆଣ୍ଡ୍ରେସ ଆଣ୍ଟୋନସେନଙ୍କ ସହ ସେମି ଫାଇନାଲ ଖେଳିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe