Advertisment

ଟୋକିଓ ଅଲିମ୍ପିକ୍ସ: କ୍ୱାର୍ଟର ଫାଇନାଲ୍‌ରେ ସିନ୍ଧୁ

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ବ୍ୟାଡ୍ ମିଣ୍ଟନ୍ ଷ୍ଟାର ପି.ଭି ସିନ୍ଧୁ ଚଳିତ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିବା ଦିଗରେ ଆଉ ପାଦେ ଆଗେଇଛନ୍ତି। ମହିଳା ଏକକ ବର୍ଗରେ ସେ ଗୁରୁବାର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ସିନ୍ଧୁ ଆଜି ଡେନ୍ମାର୍କର ମିଆ ବ୍ଲିଚ୍‌ଫେଲ୍ଡଙ୍କୁ ୨୧-୧୫ ଓ ୨୧-୧୩ ଗେମ୍‌ରେ ପରାସ୍ତ କରିଛନ୍ତି। ପ୍ରି-କ୍ୱାର୍ଟରର ଏହି ମ୍ୟାଚ୍‌କୁ ସିନ୍ଧୁ ମାତ୍ର ୪୧ ମିନିଟ୍‌ରେ ଜିତି ନେଇଥିଲେ। ଶୁକ୍ରବାର (ଆସନ୍ତାକାଲି) ସିନ୍ଧୁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଟୋକିଓ ଅଲିମ୍ପିକ୍ସ: କ୍ୱାର୍ଟର ଫାଇନାଲ୍‌ରେ ସିନ୍ଧୁ

PV Sindhu

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ବ୍ୟାଡ୍ ମିଣ୍ଟନ୍ ଷ୍ଟାର ପି.ଭି ସିନ୍ଧୁ ଚଳିତ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିବା ଦିଗରେ ଆଉ ପାଦେ ଆଗେଇଛନ୍ତି। ମହିଳା ଏକକ ବର୍ଗରେ ସେ ଗୁରୁବାର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି।

Advertisment

ସିନ୍ଧୁ ଆଜି ଡେନ୍ମାର୍କର ମିଆ ବ୍ଲିଚ୍‌ଫେଲ୍ଡଙ୍କୁ ୨୧-୧୫ ଓ ୨୧-୧୩ ଗେମ୍‌ରେ ପରାସ୍ତ କରିଛନ୍ତି। ପ୍ରି-କ୍ୱାର୍ଟରର ଏହି ମ୍ୟାଚ୍‌କୁ ସିନ୍ଧୁ ମାତ୍ର ୪୧ ମିନିଟ୍‌ରେ ଜିତି ନେଇଥିଲେ।

ଶୁକ୍ରବାର (ଆସନ୍ତାକାଲି) ସିନ୍ଧୁ ତାଙ୍କ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳିବେ। ରାଉଣ୍ଡ ୧୬ରେ ଏକ ମ୍ୟାଚ୍‌ରେ ଜାପାନର ଆକେନ୍ ୟାମାଗୁଚି ଓ କିମ୍‌ଙ୍କ ମଧ୍ୟରୁ ଯିଏ ଜିତିବେ, ସେ କ୍ୱର୍ଟର ଫାଇନାଲ୍‌ରେ ସିନ୍ଧୁଙ୍କ ବିରୋଧରେ ଖେଳିବେ।

Advertisment

ଅନ୍ୟପକ୍ଷରେ ତୀରନ୍ଦାଜରେ ପୁରୁଷ ବ୍ୟକ୍ତିଗତ ବର୍ଗରେ ଅତନୁ ଦାସ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ସମସ୍ତଙ୍କୁ ଚକିତ କରି ସେ କୋରିଆର ଓ ଜିନ୍‌ହିକ୍‌କୁ ପରାସ୍ତ କରି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଓ ଜିନ୍‌ହିକ୍ ଲଣ୍ଡନ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ପ୍ରି-କ୍ୱାର୍ଟରରେ ଅତନୁଙ୍କ ଲଢ଼େଇ ହେବ ଜାପାନର ଟାକାହାରୁ ଫୁରୁକାୱାଙ୍କ ସହିତ ହେବ। ଶନିବାର ଏହି ଲଢ଼େଇ ହେବ।

ସୂଚନାଯୋଗ୍ୟ, ଭାରତୀ ପୁରୁଷ ହକି ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ୩-୧ ଗୋଲ୍‌ରେ ହରାଇ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ପୁଲ୍‌ ‘ଏ’ର ଦଳ ୪ଟି ମ୍ୟାଚ୍‌ରୁ ୩ଟିରେ ବିଜୟ ହାସଲ ପୂର୍ବକ ୯ ପଏଣ୍ଟ ପାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି।

Tokyo Olympics