Advertisment

ଟାଇଟଲ୍ ଜିତିଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ସୟଦ ମୋଦି ଇଣ୍ଟରନ୍ୟାଶ୍ଲ୍ ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ହୋଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲରେ ସିନ୍ଧୁ ନିଜ ଦେଶର ମାଳବିକା ବନସୋଡଙ୍କୁ ହରାଇ ଏହି ସଫଳତା ଅର୍ଜନ କରିଛନ୍ତି। ନିକଟରେ ସାଇନା ନେହ୍ୱାଲଙ୍କୁ ହରାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମାଳବିକାଙ୍କ ଉପରେ ସିନ୍ଧୁ ଭାରି ପଡ଼ିଥିଲେ ଏବଂ ମୁକାବିଲାକୁ ୨୧-୧୩, ୨୧-୧୬ ଗେମରେ ଜିତି ନେଇଛନ୍ତି। ଏହା ପୂର୍ବରୁ ଋଷ ପ୍ରତିଦ୍ୱନ୍ଦ୍ୱୀ ଇବଜେନିଆ କୋସେତସ୍କାୟାଙ୍କର ସେମିଫାଇନାଲରେ ରିଟାୟର୍ଡ […]

author-image
Ranjit Kumar Jena
ଟାଇଟଲ୍ ଜିତିଲେ ପିଭି ସିନ୍ଧୁ

pv-sindhu

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ସୟଦ ମୋଦି ଇଣ୍ଟରନ୍ୟାଶ୍ଲ୍ ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ହୋଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲରେ ସିନ୍ଧୁ ନିଜ ଦେଶର ମାଳବିକା ବନସୋଡଙ୍କୁ ହରାଇ ଏହି ସଫଳତା ଅର୍ଜନ କରିଛନ୍ତି। ନିକଟରେ ସାଇନା ନେହ୍ୱାଲଙ୍କୁ ହରାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମାଳବିକାଙ୍କ ଉପରେ ସିନ୍ଧୁ ଭାରି ପଡ଼ିଥିଲେ ଏବଂ ମୁକାବିଲାକୁ ୨୧-୧୩, ୨୧-୧୬ ଗେମରେ ଜିତି ନେଇଛନ୍ତି।

Advertisment

ଏହା ପୂର୍ବରୁ ଋଷ ପ୍ରତିଦ୍ୱନ୍ଦ୍ୱୀ ଇବଜେନିଆ କୋସେତସ୍କାୟାଙ୍କର ସେମିଫାଇନାଲରେ ରିଟାୟର୍ଡ ହର୍ଟ ହେବା ପରେ ସିନ୍ଧୁ ଫାଇନାଲରେ ପହଞ୍ଚିଥିଲେ। ସେମିଫାଇନାଲରେ ଟପ୍ ସିଡ୍ ସିନ୍ଧୁ ପ୍ରଥମ ଗେମକୁ ୨୧-୧୧ରେ ଜିତି ନେଇଥିଲେ। ଯାହା ପରେ ଇବଜେନିଆ ଦ୍ୱିତୀୟ ଗେମରେ ରିଟାୟର୍ଡ ହର୍ଟ କାରଣରୁ ମ୍ୟାଚରୁ ହଟି ଯାଇଥିଲେ। ଅନ୍ୟପଟେ ମାଳବିକା ସେମିଫାଇନାଲରେ ଅନ୍ୟତମ ଭାରତୀୟ ଖେଳାଳି ଅନୁପମା ଉପାଧ୍ୟାୟଙ୍କୁ ୧୯-୨୧, ୨୧-୧୯, ୨୧-୭ ଗେମରେ ପରାସ୍ତ କରି ଫାଇନାଲ୍ ଟିକେଟ୍ କାଟିଥିଲେ।

https://twitter.com/ddsportschannel/status/1485191615350472705?s=20

କୋଭିଡ୍-୧୦ କାରଣରୁ କିଛି ଶୀର୍ଷ ଖେଳାଳିଙ୍କ ଅନୁପସ୍ଥିତିରେ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ସିନ୍ଧୁଙ୍କୁ ଏକତରଫା ଫାଇନାଲରେ ବିଶେଷ ସଂଘର୍ଷର ସାମ୍ନା କରିବାକୁ ପଡ଼ିନଥିଲା। ସିନ୍ଧୁ ମାତ୍ର ୩୫ ମିନିଟରେ ଫାଇନାଲକୁ ଜିତି ନେଇଥିଲେ। ପୂର୍ବତନ ବିଶ୍ୱ ଚାମ୍ପିୟନ୍ ସିନ୍ଧୁଙ୍କର ଏହା ଦ୍ୱିତୀୟ ସୟଦ ମୋଦି ଟାଇଟଲ୍। ଏହା ପୂର୍ବରୁ ସେ ୨୦୧୭ରେ ମଧ୍ୟ ଏହି ବିଡବ୍ଲ୍ୟୁଏପ୍ ବିଶ୍ୱ ଟୁର୍ ସୁପର୍-୩୦୦ ଟୁର୍ଣ୍ଣାମେଣ୍ଟର ଟ୍ରଫି ଜିତିଥିଲେ।

Advertisment

ସେହିପରି ଚଳିତ ଟୁର୍ଣ୍ଣାମେଣ୍ଟର ମିକ୍ସଡ୍ ଡବଲ୍ସରେ ଭାରତର ଈଶାନ୍ ଭଟନାଗର ଓ ତନିଷା କ୍ରାଷ୍ଟୋଙ୍କ ଯୋଡ଼ି ଫାଇନାଲରେ ନିଜ ଦେଶର ହେମା ନାଗେନ୍ଦ୍ର ବାବୁ ଓ ଶ୍ରୀବେଦ୍ୟ ଗୁରାଜାଦାଙ୍କୁ ସିଧାସଳଖ ୨୧-୧୬, ୨୧-୧୨ ଗେମରେ ହରାଇ ଟାଇଟଲ୍ ଜିତିଥିଲେ।