Advertisment

ଟି-ଟ୍ୱେଣ୍ଟି ମ୍ୟାଚ୍‌ ଟିକେଟକୁ ନେଇ ହଙ୍ଗାମା, ପୁଲିସ ମାଡ଼ରେ ୨୦ ଆହତ

ହାଇଦ୍ରାବାଦ: କମୁନି କ୍ରିକେଟ୍‌ କ୍ରେଜ୍‌। ମ୍ୟାଚ୍‌ ଦେଖିବାକୁ ପାଗଳ ଦର୍ଶକ। ଆସନ୍ତା ୨୫ ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ଶେଷ ମ୍ୟାଚ୍‌ ଖେଳାଯିବ। ତେବେ ଏହି ମ୍ୟାଚ୍‌ ଦେଖିବାକୁ ଏବେଠୁ ହିଁ ଲୋକଙ୍କ ମଧ୍ୟରେ କ୍ରେଜ୍‌ ବଢ଼ିବାରେ ଲାଗିଛି। ହଜାର ହଜାର ସଂଖ୍ୟା ଦର୍ଶକ ଟିକେଟ କିଣିବା ପାଇଁ ଜିମଖାନା ମଇଦାନରେ ଭିଡ ଜମାଇଛନ୍ତି। ତେବେ ଏହି ଟିକେଟ୍‌ କିଣାବେଳେ ଦେଖିବାକୁ ମିଳିଛି ଜୋରଦାର ହଙ୍ଗାମା। ପୁଲିସ […]

ଅଦ୍ୟତନ ହୋଇଛି
ଟି-ଟ୍ୱେଣ୍ଟି ମ୍ୟାଚ୍‌ ଟିକେଟକୁ ନେଇ ହଙ୍ଗାମା, ପୁଲିସ ମାଡ଼ରେ ୨୦ ଆହତ

ruckus-over-tickets-for-t20

Advertisment

ହାଇଦ୍ରାବାଦ: କମୁନି କ୍ରିକେଟ୍‌ କ୍ରେଜ୍‌। ମ୍ୟାଚ୍‌ ଦେଖିବାକୁ ପାଗଳ ଦର୍ଶକ। ଆସନ୍ତା ୨୫ ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ଶେଷ ମ୍ୟାଚ୍‌ ଖେଳାଯିବ। ତେବେ ଏହି ମ୍ୟାଚ୍‌ ଦେଖିବାକୁ ଏବେଠୁ ହିଁ ଲୋକଙ୍କ ମଧ୍ୟରେ କ୍ରେଜ୍‌ ବଢ଼ିବାରେ ଲାଗିଛି। ହଜାର ହଜାର ସଂଖ୍ୟା ଦର୍ଶକ ଟିକେଟ କିଣିବା ପାଇଁ ଜିମଖାନା ମଇଦାନରେ ଭିଡ ଜମାଇଛନ୍ତି। ତେବେ ଏହି ଟିକେଟ୍‌ କିଣାବେଳେ ଦେଖିବାକୁ ମିଳିଛି ଜୋରଦାର ହଙ୍ଗାମା। ପୁଲିସ ମାଡରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Advertisment

https://twitter.com/CoreenaSuares2/status/1572848008449777664?s=20&t=K2iJm5UxbbwcndlEEGmwPw

ପ୍ରକୃତରେ ହାଇଦ୍ରାବାଦରେ ଗତ ୩ ବର୍ଷ ଭିତରେ କୌଣସି ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ଖେଳାଯାଇ ନାହିଁ। ତିନି ବର୍ଷ ପରେ ପ୍ରଥମ କରି ଏହି ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରି ରହିଛି। ଟିକେଟ ପାଇଁ ପ୍ରବଳ ଭିଡ ଓ ଠେଲାପେଲା ହୋଇଛନ୍ତି ଦର୍ଶକ। ପରେ ପୁଲିସ ଲାଠି ମାଡ କରିଛି। ଏସମସ୍ତ ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସେପଟେ ଟି-୨୦ ମ୍ୟାଚ୍‌ର ଟିକେଟ୍‌କୁ ନେଇ କଳାବଜାରୀ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଯେଉଁମାନେ କଳାବଜାରୀ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତେଲେଙ୍ଗାନା କ୍ରୀଡା ମନ୍ତ୍ରୀ ଶ୍ରୀନିବାସ ଗୌଡ ଚେତାବନୀ ଜାରି କରିଛନ୍ତି।

ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ ଖେଳାଯିବ। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ସେପ୍ଟେମ୍ବର ୧୫ରୁ ଅନ୍‌ଲାଇନ୍‌ ପେଟିଏମ୍‌ ଆପ୍‌ ଓ ପେଟିଏମ୍‌ ଇନ୍‌ସାଇଡ୍‌ରରେ ଆରମ୍ଭ ହୋଇଯାଇଥିବା ହାଇଦ୍ରାବାଦ କ୍ରିକେଟ ଆସୋସିଏସନ୍‌ ଅଧ୍ୟକ୍ଷ ମହମ୍ମଦ ଅଜହରୁଦ୍ଦିନ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe