ଏକଲବ୍ୟ ପୁରସ୍କାର ପାଇଲେ ଋତପର୍ଣ୍ଣା ପଣ୍ଡା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ଷ୍ଟାର୍ ଋତପର୍ଣ୍ଣା ପଣ୍ଡା ପାଇଲେ ସମ୍ମାନଜନକ ଏକଲବ୍ୟ ପୁରସ୍କାର। ଆଜି ଭୁବନେଶ୍ୱରର ଏକ ପଞ୍ଚତାରକା ହୋଟେଲରେ ଇମ୍ଫା ଗ୍ରୁପର ଇମ୍ପାକ୍ଟ ପକ୍ଷରୁ ଆୟୋଜିତ ଏକ ସମାରୋହରେ ଋତପର୍ଣ୍ଣାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟପାଳ ଗଣେଣୀ ଲାଲ୍ ଋତପର୍ଣ୍ଣାଙ୍କୁ ପୁରସ୍କାର ବାବଦକୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରିଛନ୍ତି। ସେହିପରି ସାଇକେଲ ଚାଳିକା ସ୍ୱସ୍ତି ସିଂ ଓ ଫୁଟବଲ […]

Ekalavya Award

Ranjit Kumar Jena
  • Published: Monday, 03 January 2022
  • , Updated: 04 January 2022, 09:00 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ଷ୍ଟାର୍ ଋତପର୍ଣ୍ଣା ପଣ୍ଡା ପାଇଲେ ସମ୍ମାନଜନକ ଏକଲବ୍ୟ ପୁରସ୍କାର। ଆଜି ଭୁବନେଶ୍ୱରର ଏକ ପଞ୍ଚତାରକା ହୋଟେଲରେ ଇମ୍ଫା ଗ୍ରୁପର ଇମ୍ପାକ୍ଟ ପକ୍ଷରୁ ଆୟୋଜିତ ଏକ ସମାରୋହରେ ଋତପର୍ଣ୍ଣାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟପାଳ ଗଣେଣୀ ଲାଲ୍ ଋତପର୍ଣ୍ଣାଙ୍କୁ ପୁରସ୍କାର ବାବଦକୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରିଛନ୍ତି।

ସେହିପରି ସାଇକେଲ ଚାଳିକା ସ୍ୱସ୍ତି ସିଂ ଓ ଫୁଟବଲ ଖେଳାଳି ପ୍ୟାରୀ ଖାଖାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ଉଭୟ କ୍ରୀ‍ଡ଼ାବିତଙ୍କୁ ୫୦ ହଜାର ଲେଖାଏ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି। ଏହି ପୁରସ୍କାର ସମାରୋହରେ ପଦ୍ମଶ୍ରୀ ଦିଲୀପ ତିର୍କୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ।

ପୁରସ୍କାର ପାଇବା ଋତପର୍ଣ୍ଣା କହିଛନ୍ତି, ଏକଲବ୍ୟ ପୁରସ୍କାର ପାଇ ମୁଁ ନିଜକୁ ଗୌରବ ମନେ କରୁଛି। ଏହି ପୁରସ୍କାର ଜିତିବା ଓଡ଼ିଶାର ସବୁ ଯୁବ କ୍ରୀଡ଼ାବିତଙ୍କର ଗୋଟିଏ ସ୍ୱପ୍ନ। ଏହି ପୁରସ୍କାର ଜିତିବା ମୋତେ ଆଗକୁ ବହୁତ ପ୍ରେରଣା ଯୋଗାଇବ। ୨୦୨୧ ଆରମ୍ଭରୁ ସବୁକିଛି ବନ୍ଦ ଥିଲା। ତେବେ ଧୀରେ ଧୀରେ ପୁଣି ସବୁକିଛ ଆରମ୍ଭ ହୋଇଥିଲା। ସୁଦୀରମାନ କପ୍, ଥୋମାସ ଓ ଉବେର କପରେ ମୁଁ ଟ୍ରାୟଲ୍ସ ମ୍ୟାଚ୍ ଖେଳିଥିଲି। ତେବେ ଭାରତର ଷ୍ଟାର୍ ଖେଳାଳି ଅଶ୍ୱିନୀ ପୋନ୍ନାପ୍ପା ଓ ଏନ୍ ସିକ୍କି ରେଡ୍ଡିଙ୍କୁ ହରାଇବା ମୋ ଜୀବନର ସବୁଠାରୁ ବଡ଼ ବିଜୟ ଥିଲା ବୋଲି ଋତପର୍ଣ୍ଣା କହିଛନ୍ତି।

ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ମହିଳା ବ୍ୟାଡମିଣ୍ଟନ୍ ତାରକା ଋତପର୍ଣ୍ଣା ୨୦୨୦ ଓ ୨୦୨୧ ମସିହାରେ ଅନେକ ଭଲ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ଜୁରୀ କମିଟି ଋତପର୍ଣ୍ଣାଙ୍କୁ ଏକଲବ୍ୟ ପୁରସ୍କାର ପାଇଁ ଚୟନ କରିଥିଲେ। ୨୨ ବର୍ଷୀୟା ଋତପର୍ଣ୍ଣା ତିନୋଟି ବିଏଫଡବ୍ଲ୍ୟୁ ଅନ୍ତର୍ଜାତୀୟ ଓ ସିରିଜ୍ ଟାଇଟଲ୍ ଜିତିଥିବା ବେଳେ ୪ଥର ରନର୍ସଅପ୍ ହୋଇଛନ୍ତି।

ସେ ୨୦୧୮ରେ ହେଲାସ୍ ଓପନ୍ ଓ ୨୦୧୯ରେ ଘାନା ଇଣ୍ଟରନ୍ୟାଶନାଲରେ ଡବଲ୍ସ ଟାଇଟଲ୍ ଜିତିଥିବା ବେଳେ ନେପାଳ ଇଣ୍ଟରନ୍ୟାଶନାଲ (୨୦୧୯), ବାଂଲାଦେଶ ଇଣ୍ଟରନ୍ୟାଶନାଲ୍ (୨୦୧୯) ଓ ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍ ଚ୍ୟାଲେଞ୍ଜ (୨୦୨୧)ରେ ରନର୍ସଅପ୍ ହୋଇଥିଲେ। ସେହିପରି ମିକ୍ସଡ୍ ଡବଲ୍ସରେ ଋତପର୍ଣ୍ଣା ଘାନା ଇଣ୍ଟରନ୍ୟାଶନାଲରେ ଟାଇଟଲ୍ ଜିତିଥିବା ବେଳେ ଲାଗୋସ ଇଣ୍ଟରନ୍ୟାଶନାଲରେ ରନର୍ସଅପ୍ ହୋଇଥିଲେ।

Related story