Advertisment

କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ କରୋନା

ମୁମ୍ବାଇ: ନିକଟରେ ଇଣ୍ଡିଆ ଲିଜେଣ୍ଡ୍ସକୁ ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍‌ରେ ଚାମ୍ପିୟନ କରାଇଥିବା କ୍ରିକେଟର ଭଗବାନ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଆଜି ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ସେ ଏବେ ହୋମ କ୍ୱାରେଣ୍ଟାଇନରେ ଥିବା ମଧ୍ୟ କହିଛନ୍ତି। ସଚିନ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ସେ କହିଛନ୍ତି, […]

ଅଦ୍ୟତନ ହୋଇଛି
କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ କରୋନା

sachin

Advertisment

ମୁମ୍ବାଇ: ନିକଟରେ ଇଣ୍ଡିଆ ଲିଜେଣ୍ଡ୍ସକୁ ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍‌ରେ ଚାମ୍ପିୟନ କରାଇଥିବା କ୍ରିକେଟର ଭଗବାନ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଆଜି ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ସେ ଏବେ ହୋମ କ୍ୱାରେଣ୍ଟାଇନରେ ଥିବା ମଧ୍ୟ କହିଛନ୍ତି। ସଚିନକରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି।

Advertisment

ସେ କହିଛନ୍ତି, “କରୋନାକୁ ଦୂରେଇ ରଖିବା ପାଇଁ ମୁଁ ସବୁ ପ୍ରକାରର ଟେଷ୍ଟିଂ ଓ ପଦକ୍ଷେପ ଆପଣାଇ ଚାଲିଛି। ତଥାପି ମୋ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୋ ଶରୀରରେ ବହୁତ ସାମାନ୍ୟ‌ ଲକ୍ଷଣ ଦେଖାଯାଇଛି। ଆମ ଘରର ବାକି ସମସ୍ତ ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି।

ମୁଁ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଘରେ କ୍ୱାରେଣ୍ଟାଇନରେ ରହିଛି। ଏଥିସହ ଡାକ୍ତର ଦେଇଥିବା ସମସ୍ତ ପରାମର୍ଶକୁ ମାନୁଛି। ମୋତେ ସହଯୋଗ କରୁଥିବା ଦେଶର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ମୋତେ ଶୁଭେଚ୍ଛା ଜଣାଇଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ।”

Advertisment


ସଚିନଙ୍କୁ ନିକଟରେ ରାୟପୁରରେ ଚାଲିଥିବା ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍‌ରେ ଦେଖାବାକୁ ମିଳିଥିଲା। କ୍ରିକେଟର ଭେଟରାନମାନଙ୍କୁ ନେଇ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ଇଣ୍ଡିଆ ଲିଜେଣ୍ଡ୍ସ ଶ୍ରୀଲଙ୍କା ଲିଜେଣ୍ଡସକୁ ହରାଇ ଚାମ୍ପିୟନ ହୋଇଥିଲା। ଇଣ୍ଡିଆ ଲିଜେଣ୍ଡ୍ସର କମାଣ ସଚିନ ତେନ୍ଦୁଲକର ଧରିଥିଲେ। ଟୁର୍ଣ୍ଣାମେଣ୍ଟରେ ସଚିନଙ୍କ ବ୍ୟାଟରୁ ମଧ୍ୟ ରନ୍‌ ବର୍ଷା ହୋଇଥିଲା।

ସୂଚନାଯୋଗ୍ୟ, ଦିନକୁ ଦିନ ଦେଶରେ କରୋନା ସ୍ଥିତି ପୁଣି ବେକାକୁ ହେବାକୁ ବସିଲାଣି। ସ୍ଥିତି ଏପରି ହୋଇଛି ଯେ ଦୈନିକ ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତବର୍ଷ ଯେଉଁଭଳି ଭାବେ କରୋନା ତା’ର ଫଁ ଦେଖାଉଥିଲା ଏବେ ମଧ୍ୟ ଅନରୂପ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ପ୍ରାୟ ୧୬୫ ଦିନ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ଆଜି ୬୦ ହଜାର ପାର୍‌ କରିଛି। ସେହିପରି ଦିନକରେ କରୋନା ୨୯୧ ଜଣଙ୍କ ମୁଣ୍ଡ ନେଇଛି। ସେପଟେ କରୋନାର ଦ୍ୱିତୀୟ ଲହର ୧୦୦ ଦିନ ଧରି ଭାରତକୁ କଲବଲ କରିବ ବୋଲି ବିଶେଷଜ୍ଞମାନେ କହିବା ପରେ ଲୋକଙ୍କ ଛାତିରେ ଛନକା ପଶିଛି।

Sachin Tendulkar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe