Advertisment

ଫିଫା ବିଶ୍ୱକପ: ଇରାନକୁ ୬-୨ରେ ହରାଇ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ

ଦୋହା: ବିଜୟରୁ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଇଂଲଣ୍ଡ। କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପର ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଇଂଲଣ୍ଡ ଏକତରଫା ଭାବେ ଇରାନକୁ ୬-୨ ଗୋଲରେ ହରାଇଛି। ଇଂଲଣ୍ଡ ପକ୍ଷରୁ ବରିଷ୍ଠ ଖେଳାଳି ବୁକାୟୋ ସାକା ୨ଟି ଗୋଲ ସ୍କୋର କରିଛନ୍ତି। ମ୍ୟାଚ୍‌ ଆରମ୍ଭରୁ ହିଁ ଇଂଲଣ୍ଡ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଥିଲା। ଲୁକ ଶ’ଙ୍କ ଚମତ୍କାର ପାସ୍‌କୁ ଯୁବ ତାରକା ଜୁଡେ ବେଲ୍ଲିଂହାମ ଗୋଲରେ ପରିଣତ କରି ଇଂଲଣ୍ଡକୁ […]

ଫିଫା ବିଶ୍ୱକପ: ଇରାନକୁ ୬-୨ରେ ହରାଇ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ

saka

Advertisment

ଦୋହା: ବିଜୟରୁ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଇଂଲଣ୍ଡ। କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପର ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଇଂଲଣ୍ଡ ଏକତରଫା ଭାବେ ଇରାନକୁ ୬-୨ ଗୋଲରେ ହରାଇଛି। ଇଂଲଣ୍ଡ ପକ୍ଷରୁ ବରିଷ୍ଠ ଖେଳାଳି ବୁକାୟୋ ସାକା ୨ଟି ଗୋଲ ସ୍କୋର କରିଛନ୍ତି।

Advertisment

ମ୍ୟାଚ୍‌ ଆରମ୍ଭରୁ ହିଁ ଇଂଲଣ୍ଡ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଥିଲା। ଲୁକ ଶ’ଙ୍କ ଚମତ୍କାର ପାସ୍‌କୁ ଯୁବ ତାରକା ଜୁଡେ ବେଲ୍ଲିଂହାମ ଗୋଲରେ ପରିଣତ କରି ଇଂଲଣ୍ଡକୁ ୧-୦ରେ ଆଗୁଆ କରିଦେଇଥିଲେ। ଏହାପରେ ମ୍ୟାଚ୍‌ର ୪୩ତମ ମିନିଟରେ ବୁକାୟୋ ସାକା ଇଂଲଣ୍ଡ ପାଇଁ ଦ୍ୱିତୀୟ ଗୋଲ ଦେଇଥିଲେ। ପ୍ରଥମ ହାଫ ଶେଷ ହେବାକୁ ଆଉ କିଛି ମିନିଟ୍‌ ଥିବା ବେଳେ ରହୀମ ଷ୍ଟେରଲିଂ ତୃତୀୟ ଗୋଲ ସ୍କୋର କରିଥିଲେ।

ହାଫ ଟାଇମ ସୁଦ୍ଧା ଇଂଲଣ୍ଡ ୩-୦ରେ ଆଗୁଆ ହୋଇଯାଇଥିଲା। ଦ୍ୱିତୀୟ ହାଫରେ ମଧ୍ୟରେ ଇଂଲଣ୍ଡ ୩ଟି ଗୋଲ ଦେଇଛି। ଏହି ହାଫର ପ୍ରଥମ ଗୋଲ ସାକା ଦେଇଥିଲେ। ସ୍ଥିତି ୪-୦ ହୋଇ ଯାଇଥିଲା। ତେବେ ୬୩ତମ ମିନିଟରେ ଇଂଲଣ୍ଡର ରକ୍ଷଣଭାଗକୁ ଭେଦ କରିବାକୁ ସକ୍ଷମ ହୋଇଥିଲା ଇରାନ। ଏହି ସମୟରେ ଏକ ସୁନ୍ଦର ପାସ୍‌କୁ ଇରାନର ଷ୍ଟାର ଖେଳାଳି ମେହଦି ତାରେମି ଗୋଲରେ ପରିଣତ କରିଥିଲେ। ସ୍ଥିତ ୪-୧ ହୋଇଥିଲା।

Advertisment

କିନ୍ତୁ ମ୍ୟାଚ୍‌ର ୭୦ତମ ମିନିଟ୍‌ରେ ଇଂଲଣ୍ଡ ପାଇଁ ୫ମ ଗୋଲ କରିଥିଲେ ମାର୍କସ ରଶଫର୍ଡ। ସେହିପରି ୯୦ତମ ମିନିଟ୍‌ରେ ଜ୍ୟାକ ଗେରାଲିଶ ୬ଷ୍ଠ ଗୋଲ କରି ଇଂଲଣ୍ଡର ବିଜୟକୁ ନିଶ୍ଚିତ କରି ଦେଇଥିଲେ। ତଥାପି ଇରାନ ହାର ମାନିବା ମୁଡରେ ନଥିଲେ। ଅତିରିକ୍ତ ସମୟରେ ଇରାନର ଖେଳାଳିମାନେ ଆକ୍ରମଣତ୍ମାକ ଖେଳ ପ୍ରଦର୍ଶନ କରିଥିଲେ।

ଏହାର ଲାଭ ଦଳକୁ ପେନାଲ୍ଟି ମାଧ୍ୟମରେ ମିଳିଥିଲା। ଏହି ପେନାଲ୍ଟିକୁ ତାରେମ ଗୋଲରେ ପରିଣତ ମଧ୍ୟ କରିଥିଲେ। ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇ ସାରିଥିଲା। ଶେଷରେ ଇଂଲଣ୍ଡ ୬-୨ରେ ମ୍ୟାଚ୍‌ ଜିତି ବିଶ୍ୱକପରେ ନିଜର ଖାତା ଖୋଲିଛି।

ଏହି ବିଜୟରେ ଇଂଲଣ୍ଡ ଅଧିନାୟକ ହ୍ୟାରି କେନ୍‌ ସନ୍ତୋଷ ଲାଭ କରିବା ସହ ଆଗକୁ ମଧ୍ୟ ବିଶ୍ୱକପରେ ଇଂଲଣ୍ଡ ତା’ର ଦବଦବା ଜାରି ରଖିବ ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe