Advertisment

ବଡ଼ ଘୋଷଣା କଲେ ସାନିଆ ମିର୍ଜା

ନୂଆଦିଲ୍ଲୀ: ଭାରତର ସବୁଠାରୁ ସଫଳ ମହିଳା ଟେନିସ୍ ତାରକା ସାନିଆ ମିର୍ଜା ବଡ଼ ଘୋଷଣା କରିଛନ୍ତି। ସାନିଆ ବୁଧବାର ଅବସର ଘୋଷଣା କରିଛନ୍ତି। ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରେ ହାରିବା ପରେ ସାନିଆ ଏହି ନିଷ୍ପତ୍ତି ନେଇଛନ୍ତି। ହାଇଦ୍ରାବାଦରେ ଜନ୍ମିତ ୩୫ ବର୍ଷୀୟା ସାନିଆ ୨୦୧୩ରେ ସିଙ୍ଗଲ୍ସରୁ ଅବସର ନେଇଥିଲେ। ତେବେ ୨୦୨୨ ବର୍ଷ ତାଙ୍କ କ୍ୟାରିୟରର ଶେଷ ସିଜନ୍ ହେବ ବୋଲି ସେ ଘୋଷଣା କରିଛନ୍ତି। ଡବଲ୍ସ ମ୍ୟାଚର ପ୍ରଥମ ରାଉଣ୍ଡ […]

ବଡ଼ ଘୋଷଣା କଲେ ସାନିଆ ମିର୍ଜା

sania-mirza

Advertisment

ନୂଆଦିଲ୍ଲୀ: ଭାରତର ସବୁଠାରୁ ସଫଳ ମହିଳା ଟେନିସ୍ ତାରକା ସାନିଆ ମିର୍ଜା ବଡ଼ ଘୋଷଣା କରିଛନ୍ତି। ସାନିଆ ବୁଧବାର ଅବସର ଘୋଷଣା କରିଛନ୍ତି। ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରେ ହାରିବା ପରେ ସାନିଆ ଏହି ନିଷ୍ପତ୍ତି ନେଇଛନ୍ତି। ହାଇଦ୍ରାବାଦରେ ଜନ୍ମିତ ୩୫ ବର୍ଷୀୟା ସାନିଆ ୨୦୧୩ରେ ସିଙ୍ଗଲ୍ସରୁ ଅବସର ନେଇଥିଲେ। ତେବେ ୨୦୨୨ ବର୍ଷ ତାଙ୍କ କ୍ୟାରିୟରର ଶେଷ ସିଜନ୍ ହେବ ବୋଲି ସେ ଘୋଷଣା କରିଛନ୍ତି।

Advertisment

ଡବଲ୍ସ ମ୍ୟାଚର ପ୍ରଥମ ରାଉଣ୍ଡ ହାରିବା ପରେ ସାନିଆ କହିଛନ୍ତି, ମୁଁ ନିଷ୍ପତ୍ତି ନେଇଛି ଯେ ଏହା ମୋର ଶେଷ ସିଜନ୍ ହେବ। ମୁଁ ସପ୍ତାହେ ଧରି ଖେଳିଆସୁଛି। ପୂରା ସିଜନ୍ ଖେଳିପାରିବି କି ନାହିଁ, ତାହା ଜାଣିନି। କିନ୍ତୁ ମୁଁ ପୂରା ସିଜନ୍ ଖେଳିବାକୁ ଚାହେଁ। ମୋ ଶରୀର ଆଉ ଆଗଭଳି ଖେଳିବାକୁ ଅନୁମତି ଦେଉନାହିଁ। ତା’ଛଡ଼ା ଯଦି ମୁଁ ଆହତ ହେଉଛି, ତାହେଲେ ସେଥିରୁ ସୁସ୍ଥ ହେବା ପାଇଁ ମୋତେ ଅଧିକ ସମୟ ଲାଗୁଛି।

ସାନିଆ ଆହୁରି କହିଛନ୍ତି, ମୋ ପୁଅ ଏବେ ତିନି ବର୍ଷର ହେଲାଣି ଏବଂ ମୁଁ ତା ସହ ଏତେ ଯାତ୍ରା କରି ତାକୁ ସମସ୍ୟାରେ ପକାଉଛି। ଆଉ ଏସବୁକୁ ମୋତେ ଧ୍ୟାନ ରଖିବାକୁ ପଡ଼ିବ। ଆଜି ମ୍ୟାଚରେ ମୋ ଆଣ୍ଠୁରେ ଖୁବ୍ ଯନ୍ତ୍ରଣା ହୋଇଥିଲା। ଆଉ ଏହି କାରଣରୁ ମୁଁ ମ୍ୟାଚ୍ ହାରିଛି ବୋଲି କହୁନାହିଁ। କିନ୍ତୁ ମୋତେ ଲାଗୁଛି, ଫିଟ୍ ହେବା ପାଇଁ ମୋତେ ଅଧିକ ସମୟ ଲାଗୁଛି, କାରଣ ମୋର ବୟସ ବଢ଼ୁଛି।

Advertisment

ପୁଅକୁ ଜନ୍ମ ଦେବା ପରେ ସାନିଆ ୨୦୧୯ ମାର୍ଚ୍ଚରେ ଟେନିସକୁ କମବ୍ୟାକ୍ କରିଥିଲେ। କିନ୍ତୁ କରୋନା ମହାମାରୀ ତାଙ୍କ କମବ୍ୟାକରେ ବାଧା ଦେଇଥିଲା। ଚଳିତ ଅଷ୍ଟ୍ରେଲିଆନ୍ ଓପନରେ ସାନିଆ ୟୁକ୍ରେନର ନାଦିଆ କିଚେନକଙ୍କୁ ସାଥୀ କରି ଖେଳୁଛନ୍ତି। ମହିଳା ଡବଲ୍ସ ପ୍ରଥମ ରାଉଣ୍ଡରେ ସାନିଆ ଓ କିଚେନକ୍ ୪-୬, ୬-୭ (୫/୭) ସେଟରେ ସ୍ଲୋଭେନିଆ ଯୋଡ଼ି ତାମରା ଜିଦାନସେକ୍ ଓ କାଜା ଜୁଭାନଙ୍କ ନିକଟରୁ ହାରିଯାଇଥିଲେ। ଏହି ମୁକାବିଲାଟି ୧ଘଣ୍ଟା ୩୭ ମିନିଟ୍ ଧରି ଚାଲିଥିଲା।

ସୂଚନାଯୋଗ୍ୟ, ସାନିଆ ୬ଥର ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଛନ୍ତି। ସେ ୨୦୧୫ରେ ୱିମ୍ବଲଡନ୍ ଓ ୟୁଏସ୍ ଓପନ ଏବଂ ୨୦୧୬ରେ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ଡବ୍ସଲ୍ସ ଟାଇଟଲ୍ ଜିତିଥିଲେ। ସେହିପରି ସାନିଆ ତିନିଥର ମିକ୍ସଡ୍ ଡବଲ୍ସ (୨୦୦୯ରେ ଅଷ୍ଟ୍ରେଲିଆନ୍ ଓପନ୍, ୨୦୧୨ରେ ଫ୍ରେଞ୍ଚ ଓପନ୍ ଓ ୨୦୧୪ରେ ୟୁଏସ୍ ଓପନ୍) ଟାଇଟଲ୍ ଜିତିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe