କ୍ୱାର୍ଟର ଫାଇନାଲ୍‌ରେ ହାରିଗଲେ ସତୀଶ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବକ୍ସିଂ ସୁପର ହେଭି (+୯୧କେଜି) କ୍ୱାର୍ଟର ଫାଇନାଲ୍‌ରେ ହାରିଗଲେ ସତୀଶ କୁମାର। ସେ ଉଜ୍‌ବେକିସ୍ତାନର ବାଖୋଦିର ଜଲୋଲୋଭଙ୍କ ଠାରୁ ପରାସ୍ତ ହୋଇଛନ୍ତି। ତିନୋଟି ଯାକ ରାଉଣ୍ଡରେ ସତୀଶ କୁମାରଙ୍କ ଉପରେ ଭାରି ପଡ଼ିଥିଲେ ବିଶ୍ୱର ଏକ ନମ୍ବର ଖେଳାଳି ବାଖୋଦିର। ସତୀଶଙ୍କୁ ବାଖୋଦିର ୫-୦ରେ ପରାସ୍ତ କରିଥିଲେ। ତିନୋଟି ଯାକ ରାଉଣ୍ଡରେ ସମସ୍ତ ୫ ଜଣ ଜଜ୍‌ ବାଖୋଦିରଙ୍କୁ ୧୦ ପଏଣ୍ଟ ଲେଖାଏଁ ଦେଇଥିଲେ। ଡାକ୍ତରଙ୍କ ଠାରୁ ଅନୁମତି ମିଳିବା ପରେ ଆଜି […]

Satish Kumar

Jitendra Garnayak
  • Published: Sunday, 01 August 2021
  • , Updated: 01 August 2021, 11:15 AM IST

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବକ୍ସିଂ ସୁପର ହେଭି (+୯୧କେଜି) କ୍ୱାର୍ଟର ଫାଇନାଲ୍‌ରେ ହାରିଗଲେ ସତୀଶ କୁମାର। ସେ ଉଜ୍‌ବେକିସ୍ତାନର ବାଖୋଦିର ଜଲୋଲୋଭଙ୍କ ଠାରୁ ପରାସ୍ତ ହୋଇଛନ୍ତି। ତିନୋଟି ଯାକ ରାଉଣ୍ଡରେ ସତୀଶ କୁମାରଙ୍କ ଉପରେ ଭାରି ପଡ଼ିଥିଲେ ବିଶ୍ୱର ଏକ ନମ୍ବର ଖେଳାଳି ବାଖୋଦିର। ସତୀଶଙ୍କୁ ବାଖୋଦିର ୫-୦ରେ ପରାସ୍ତ କରିଥିଲେ। ତିନୋଟି ଯାକ ରାଉଣ୍ଡରେ ସମସ୍ତ ୫ ଜଣ ଜଜ୍‌ ବାଖୋଦିରଙ୍କୁ ୧୦ ପଏଣ୍ଟ ଲେଖାଏଁ ଦେଇଥିଲେ।

ଡାକ୍ତରଙ୍କ ଠାରୁ ଅନୁମତି ମିଳିବା ପରେ ଆଜି ସତୀଶ କୁମାର କ୍ୱାର୍ଟର ଫାଇନାଲ୍ ଖେଳିଥିଲେ। କାରଣ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ତାଙ୍କ ଡାହାଣ ଆଖି ଉପରେ ଆଘାତ ଲାଗିଥିଲା ଓ ୭ଟି ଷ୍ଟିଚ୍ ପଡ଼ିଥିଲା। ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ସେ ଜାମାଇକାର ରିକାର୍ଡୋ ବ୍ରାଉନ୍‌ଙ୍କୁ ୪-୧ରେ ପରାସ୍ତ କରିଥିଲେ।

ସୂଚନାଯୋଗ୍ୟ, ଅଲିମ୍ପିକ୍ସରେ ସୁପର ହେଭିୱେଟ୍‌ (+୯୧କେଜି) ବର୍ଗରେ ଭାଗ ନେବାରେ ସତୀଶ ହେଉଛନ୍ତି ପ୍ରଥମ ଭାରତୀୟ ବକ୍ସର। ଏହା ତାଙ୍କର ପ୍ରଥମ ଅଲିମ୍ପିକ୍ସ ଥିଲା।

Related story