Advertisment

ଆମେରିକା ଓପନ: ପ୍ରଥମ ରାଉଣ୍ଡରୁ ବିଦା ହେଲେ ୱିଲିୟମ୍ସ ଉଭଣୀ

ୱାଶିଂଟନ: ଆମେରିକା ଓପନରେ ବଡ଼ ବିପର୍ଯ୍ୟୟ ଘଟିଛି। ମହିଳା ଡବଲ୍ସରେ ୧୪ଥର ଗ୍ରାଣ୍ଡ ସ୍ଲାମ ଟ୍ରଫି ଜିତିଥିବା ତଥା ଷ୍ଟାର ଟେନିସ ଖେଳାଳି ୱିଲିୟମ୍ସ ଭଉଣୀ ଆମେରିକା ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଉଭୟ ଗୁରୁବାର ରାତିରେ ଖେଳାଯାଇଥିବା ମହିଳା ଡବଲ୍ସର ପ୍ରଥମ ମ୍ୟାଚ୍‌ରେ ଚେକ ଗଣରାଜ୍ୟର ଲିଣ୍ଡା ନୋସକୋଭା ଓ ଲୁସି ହାରଡେକାଙ୍କ ଠାରୁ ସିଧାସଳଖ ୨-୦ ସେଟରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ଆମେରିକା ଓପନ ମହିଳା ଡବଲ୍ସରେ ସେରେନା ଓ […]

author-image
Hemant Lenka
ଆମେରିକା ଓପନ: ପ୍ରଥମ ରାଉଣ୍ଡରୁ ବିଦା ହେଲେ ୱିଲିୟମ୍ସ ଉଭଣୀ

serena

ୱାଶିଂଟନ: ଆମେରିକା ଓପନରେ ବଡ଼ ବିପର୍ଯ୍ୟୟ ଘଟିଛି। ମହିଳା ଡବଲ୍ସରେ ୧୪ଥର ଗ୍ରାଣ୍ଡ ସ୍ଲାମ ଟ୍ରଫି ଜିତିଥିବା ତଥା ଷ୍ଟାର ଟେନିସ ଖେଳାଳି ୱିଲିୟମ୍ସ ଭଉଣୀ ଆମେରିକା ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଉଭୟ ଗୁରୁବାର ରାତିରେ ଖେଳାଯାଇଥିବା ମହିଳା ଡବଲ୍ସର ପ୍ରଥମ ମ୍ୟାଚ୍‌ରେ ଚେକ ଗଣରାଜ୍ୟର ଲିଣ୍ଡା ନୋସକୋଭା ଓ ଲୁସି ହାରଡେକାଙ୍କ ଠାରୁ ସିଧାସଳଖ ୨-୦ ସେଟରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ଆମେରିକା ଓପନ ମହିଳା ଡବଲ୍ସରେ ସେରେନା ଓ ଭେନ୍ସ ୱିଲିୟମ୍ସଙ୍କ ଅଭିଯାନ ଶେଷ ହୋଇଛି।

Advertisment

ଅର୍ଥର ଆଶେ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଲିଣ୍ଡା-ଲୁସି ଯୋଡ଼ି ୬(୫)-୭ ଓ ୪-୬ ସେଟରେ ୱିଲିୟମ୍ସ ଭଉଣୀଙ୍କୁ ମାତ ଦେଇଛନ୍ତି। ୨୦୧୮ ଫ୍ରେଞ୍ଚ ଓପନ ପରେ ଏଥର ପୁଣିଥରେ ଦୁଇ ଭଉଣୀ ଏକାଠି ଖେଳିବାକୁ ଆଗେଇ ଆସିଥିଲେ। ଉଭୟ ୧୯୯୯ ଓ ୨୦୦୯ରେ ଆମେରିକା ଓପନର ମହିଳା ଡବଲ୍ସରେ ଚାମ୍ପିୟନ ହୋଇଥିଲେ। ଏଥର ଆମେରିକା ଓପନରେ ସେମାନଙ୍କୁ ୱାଇଲ୍‌ କାର୍ଡ ଏଣ୍ଟ୍ରି ମିଳିଥିଲା। କିନ୍ତୁ ଏହାର ଫାଇଦା ସେରେନା ଓ ଭେନ୍ସ ଉଠାଇ ପାରି ନାହାନ୍ତି।

ଏହି ମ୍ୟାଚରେ ଆମେରିକୀୟ ଯୋଡ଼ି ସେରନା ଓ ଭେନ୍ସ ଆରମ୍ଭରୁ ଲିଡ ହାସଲ କରିଥିଲେ। କିନ୍ତୁ ଲିଣ୍ତା-ଲୁସି ହାରିବା ମୁଡରେ ନଥିଲେ। ସେମାନେ ଜବରଦସ୍ତ କମବ୍ୟାକ୍‌ କରି ପ୍ରଥମ ସେଟକୁ ଟ୍ରାଇବ୍ରେକରରେ ପହଞ୍ଚାଇଥିଲେ। ଟ୍ରାଇ ବ୍ରେକରରେ ସେରନା ତାଙ୍କର ଦୁଇଟି ଯାକ ସର୍ଭିସରୁ ପଏଣ୍ଟ ହାସଲ କରିଥିଲେ। ଲିଣ୍ତା ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ସ୍ଥିତି ବରାବର କରିଥିଲେ। ଏହାପରେ ଲୁସି ପଏଣ୍ଟ ସ୍କୋର କରି ପ୍ରଥମ ସେଟକୁ ନିଜ ନାଁରେ କବଜା କରି ଦେଇଥିଲା।
ଦ୍ୱିତୀୟ ସେଟରେ ୱିଲିୟମ୍ସ ଭଉଣୀ ଆଦୌ ଆଶାଜନକ ପ୍ରଦର୍ଶନ କରି ନଥିଲେ। ଏହି ସେଟକୁ ଲିଣ୍ଡା-ଲୁସି ୬-୪ରେ ଜିତି ନେଇ ୱିଲିୟମ୍ସ ଭଉଣୀଙ୍କୁ ଆମେରିକା ଓପନରୁ ବିଦା କରିଥିଲେ।

Advertisment

୧୪ଟି ପ୍ରମୁଖ ଗ୍ରାଣ୍ଡ ସ୍ଲାମ ଟ୍ରଫି ସହ ସେରନା ଓ ଭେନ୍ସ ୨୦୦୦, ୨୦୦୮ ଓ ୨୦୧୨ରେ ଆମେରିକା ପାଇଁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୦୧୬ ୱିମ୍ବିଲଡନରେ ଉଭୟ ଶେଷଥର ପାଇଁ ମହିଳା ଡବଲ୍ସରେ ଟ୍ରଫି ଜିତିଥିଲେ।