Advertisment

ଦମ ଦେଖାଇଲେ ସାତ୍ତ୍ୱିକ-ଚିରାଗ, ହାରିଲେ ସାଇ ପ୍ରଣୀତ

ଟୋକିଓ: ପ୍ରଥମଥର ପାଇଁ ଅଲିମ୍ପିକ୍ସରେ ଖେଳୁଥିବା ଭାରତର ଦୁଇ ଷ୍ଟାର ଶଟଲର ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଦମଦାର ପ୍ରଦର୍ଶନ କରିଛନ୍ତି। ଉଭୟ ପୁରୁଷ ଡବଲ୍ସର ପ୍ରଥମ ମ୍ୟାଚ୍‌ରେ ଚମତ୍କାର ଖେଳ ଦେଖାଇ ବିଜୟରୁ ନିଜର ଅଲିମ୍ପିକ୍ସ  ଅଭିଯାନ ଆରମ୍ଭ କରିଛନ୍ତି। ସାତ୍ତ୍ୱିକ-ଚିରାଗ ପ୍ରଥମ ମ୍ୟାଚ୍‌ ଜିତି ଆଗକୁ ବଢ଼ିଥିବା ବେଳେ ପୁରୁଷ ସିଙ୍ଗଲ୍ସରେ ସାଇ ପ୍ରଣୀତ ସମସ୍ତଙ୍କୁ ନିରାଶ କରିଛନ୍ତି। ସେ ତାଙ୍କର ପ୍ରଥମ ମ୍ୟାଚରେ ହିଁ ପରାସ୍ତ ହୋଇଛନ୍ତି। ଏକମାତ୍ର […]

ଦମ ଦେଖାଇଲେ ସାତ୍ତ୍ୱିକ-ଚିରାଗ, ହାରିଲେ ସାଇ ପ୍ରଣୀତ

Badminton

Advertisment

ଟୋକିଓ: ପ୍ରଥମଥର ପାଇଁ ଅଲିମ୍ପିକ୍ସରେ ଖେଳୁଥିବା ଭାରତର ଦୁଇ ଷ୍ଟାର ଶଟଲର ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଦମଦାର ପ୍ରଦର୍ଶନ କରିଛନ୍ତି। ଉଭୟ ପୁରୁଷ ଡବଲ୍ସର ପ୍ରଥମ ମ୍ୟାଚ୍‌ରେ ଚମତ୍କାର ଖେଳ ଦେଖାଇ ବିଜୟରୁ ନିଜର ଅଲିମ୍ପିକ୍ସ  ଅଭିଯାନ ଆରମ୍ଭ କରିଛନ୍ତି।

Advertisment

ସାତ୍ତ୍ୱିକ-ଚିରାଗ ପ୍ରଥମ ମ୍ୟାଚ୍‌ ଜିତି ଆଗକୁ ବଢ଼ିଥିବା ବେଳେ ପୁରୁଷ ସିଙ୍ଗଲ୍ସରେ ସାଇ ପ୍ରଣୀତ ସମସ୍ତଙ୍କୁ ନିରାଶ କରିଛନ୍ତି। ସେ ତାଙ୍କର ପ୍ରଥମ ମ୍ୟାଚରେ ହିଁ ପରାସ୍ତ ହୋଇଛନ୍ତି। ଏକମାତ୍ର ଶଟଲର ଭାବେ ପ୍ରଣୀତ ପୁରୁଷ ଏକକ ବର୍ଗରେ ଭାରତକୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରୁଥିଲେ। ହେଲେ ଆଜି ତାଙ୍କୁ ଇସ୍ରାଏଲର ମିଶା ଜିଲବେରମାନ ବିଦା କରି ଦେଇଛନ୍ତି। ମିଶା ସିଧାସଳଖ ୨-୦ ସେଟ୍‌ରେ ପ୍ରଣୀତଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିଛନ୍ତି।

ଆଜି ସାତ୍ତ୍ୱିକ ଓ ଚିରାଗ ଯୋଡ଼ିଙ୍କ ମୁକାବିଲା ଚାଇନିଜ ତାଇପେଇର ଲୀ ୟାଙ୍ଗ ଓ ୱାଙ୍ଗ ଚି ଲିନଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ପ୍ରଥମ ସେଟ୍‌କୁ ଭାରତ ୨୧-୧୬ରେ ଜିତି ନେଇଥିଲା। ହେଲେ ଦ୍ୱିତୀୟ ସେଟ୍‌ରେ ଚାଇନିଜ ତାଇପେଇ କମବ୍ୟାକ୍‌ କରି ୨୧-୧୬ ବାଜିମାତ କରିଥିଲା।

Advertisment

ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌ରେ ଦୁଇ ଦେଶର ଖେଳାଳି କେହି କାହାକୁ ଛାଡ଼ି ନେଇଥିଲେ। ଗେମ୍‌ ପଏଣ୍ଟ ୨୧ ହୋଇଥିଲେ ହେଁ ସଂଘର୍ଷ ଏତେମାତ୍ରାରେ ବଢ଼ି ଯାଇଥିଲା ଯେ ସ୍ଥିତି ୨୫ରେ ପହଞ୍ଚି ଯାଇଥିଲା। ହେଲେ ସାତ୍ତ୍ୱିକ ଓ ଚିରାଗ ନିଜର ଦକ୍ଷତା ବଳରେ ସେଟ୍‌କୁ ୨୭-୨୫ରେ ଜିତି ନେଇଥିଲେ। ଏଥିସହ ମିକ୍ସଡ ଡବଲ୍ସର ଦ୍ୱିତୀୟ ପର୍ଯ୍ୟାୟରେ ନିଜ ସ୍ଥାନ ପକ୍କା କରିଥିଲେ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe