Shiva
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ମ୍ୟାଚ୍ରେ ଚମକିଛନ୍ତି ଭାରତର ଷ୍ଟାର ବକ୍ସର ଶିବ ଥାପା। ସେ ୬୩.୫ କେଜି ବର୍ଗର ରାଉଣ୍ଡ ୩୨ ମୁକାବିଲାରେ ପାକିସ୍ତାନର ସୁଲେମାନ ବାଲୋଚଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି। ସେ ଏହି ମ୍ୟାଚ୍କୁ ୫ ଜଣ ବିଚାରପତିଙ୍କ ସର୍ବସମ୍ମତିକ୍ରମେ ଅର୍ଥାତ ୫-୦ରେ ବାଜିମାତ କରିଛନ୍ତି।
ଏହି ମ୍ୟାଚରେ ପାକସ୍ତାନ ବକ୍ସର ସୁଲେମାନ ଯେତେ ଚେଷ୍ଟା କରି ନଥିଲେ ମଧ୍ୟ ଶିବ ଥାପାଙ୍କୁ ଅଡ଼ୁଆରେ ପକାଇବାକୁ ସକ୍ଷମ ହୋଇ ନଥିଲେ। ଶିବ ଦମଦାର ପଚିଂ ମାରି ସୁଲେମାନଙ୍କୁ ଧରାଶାୟୀ କରିଥିଲେ। ପ୍ରଥମ ରାଉଣ୍ଡରେ ଶିବ ଥାପାଙ୍କୁ ସମସ୍ତ ୫ ବିଚାରପତି ୫୦ ପଏଣ୍ଟ ଦେଇଥିବା ବେଳେ ସୁଲେମାନଙ୍କୁ ୪୪ ପଏଣ୍ଟ ମିଳିଥିଲା।
ସେହିପରି ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ଶିବ ଥାପାଙ୍କୁ ସବୁ ଜଜ ଫୁଲ ମାର୍କ ଦେଇଥିଲେ। ତୃତୀୟ ରାଉଣ୍ଡ ଲଢ଼େଇ ପରେ ଶିବ ଥାପା ୫-୦ରେ ମ୍ୟାଚ୍ ଜିତି ନେଇଥିଲେ। ଏହି ବିଜୟ ସହ ସେ ରାଉଣ୍ଡ ୧୬ ଅର୍ଥାତ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/07/Shiva.jpg)