Advertisment

ଇତିହାସ ରଚିଲେ ଓଡ଼ିଶା ଶୁଟର୍ ଶ୍ରୀୟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇତିହାସ ରଚିଲେ ଓଡ଼ିଶା ଶୁଟର୍ ଶ୍ରୀୟଙ୍କ ଷଡଙ୍ଗୀ। ମଧ୍ୟପ୍ରଦେଶର ଭୋପାଳ ଠାରେ ଚାଲିଥିବା ୬୪ତମ ଜାତୀୟ ଶୁଟିଂ ଚାମ୍ପିୟନଶିପରେ ଶ୍ରୀୟଙ୍କା ମହିଳାଙ୍କ ୫୦ ମିଟର୍ ରାଇଫଲ୍ ଥ୍ରୀ ପୋଜିସନରେ ସ୍ୱର୍ଣ୍ଣ ପଦକ ଜିତି ନୂଆ ଚାମ୍ପିୟନ୍ ହୋଇଛନ୍ତି। ଏଥିସହ ଶ୍ରୀୟଙ୍କା ପ୍ରଥମ ଓଡ଼ିଆ ଶୁଟର୍ ଭାବେ ଜାତୀୟ ଚାମ୍ପିୟନ୍ ହେବାର ଆଖ୍ୟା ଅର୍ଜନ କରିଛନ୍ତି। ଫାଇନାଲରେ ଶ୍ରୀୟଙ୍କା ମୋଟ ୪୫୪.୯ ସ୍କୋର କରି ପ୍ରଥମ ସ୍ଥାନରେ ରହିବା ସହ ସ୍ୱର୍ଣ୍ଣ ପଦକ ଉପରେ […]

author-image
Ranjit Kumar Jena
ଇତିହାସ ରଚିଲେ ଓଡ଼ିଶା ଶୁଟର୍ ଶ୍ରୀୟଙ୍କା

sriyanka

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇତିହାସ ରଚିଲେ ଓଡ଼ିଶା ଶୁଟର୍ ଶ୍ରୀୟଙ୍କ ଷଡଙ୍ଗୀ। ମଧ୍ୟପ୍ରଦେଶର ଭୋପାଳ ଠାରେ ଚାଲିଥିବା ୬୪ତମ ଜାତୀୟ ଶୁଟିଂ ଚାମ୍ପିୟନଶିପରେ ଶ୍ରୀୟଙ୍କା ମହିଳାଙ୍କ ୫୦ ମିଟର୍ ରାଇଫଲ୍ ଥ୍ରୀ ପୋଜିସନରେ ସ୍ୱର୍ଣ୍ଣ ପଦକ ଜିତି ନୂଆ ଚାମ୍ପିୟନ୍ ହୋଇଛନ୍ତି। ଏଥିସହ ଶ୍ରୀୟଙ୍କା ପ୍ରଥମ ଓଡ଼ିଆ ଶୁଟର୍ ଭାବେ ଜାତୀୟ ଚାମ୍ପିୟନ୍ ହେବାର ଆଖ୍ୟା ଅର୍ଜନ କରିଛନ୍ତି।

Advertisment

ଫାଇନାଲରେ ଶ୍ରୀୟଙ୍କା ମୋଟ ୪୫୪.୯ ସ୍କୋର କରି ପ୍ରଥମ ସ୍ଥାନରେ ରହିବା ସହ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଥିଲେ। ସେହିପରି ମଧ୍ୟ ପ୍ରଦେଶର ମାନସୀ ସିଂ ୪୫୩.୫ ସ୍କୋର ସହ ରୌପ୍ୟ ପଦକ ଜିତିଥିବା ବେଳେ ପଶ୍ଚିମ ବଙ୍ଗର ଆୟୁଷୀ ପୋଦ୍ଦାର ୪୪୦.୯ ସ୍କୋର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ଶ୍ରୀୟଙ୍କାଙ୍କ ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

https://twitter.com/sports_odisha/status/1467842265834049537?s=20