Advertisment

ରୌପ୍ୟରେ ସନ୍ତୁଷ୍ଟ ହେଲେ ଭାରତର ସୁଶୀଲା ଦେବୀ, ବିଜୟଙ୍କୁ ବ୍ରୋଞ୍ଜ

ବର୍ମିଂହାମ: ରାଜ୍ୟଗୋଷ୍ଠୀରେ ସୁଶୀଲା ଦେବୀଙ୍କ ସ୍ୱର୍ଣ୍ଣ ଜିତିବାର ସ୍ୱପ୍ନ ଅଧାରେ ଅଟକି ଯାଇଛି। ଆଜି ସେ  ୪୮ କେଜି ମହିଳା ଜୁଡୋର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ଫାଇନାଲ ବାଉଟରେ ସେ ଜବରଦସ୍ତ ଲଢ଼େଇ କରିଥିଲେ ବି ଶେଷ ମୁହୂର୍ତ୍ତରେ ଦକ୍ଷିଣ ଆଫ୍ରିକାର ମିଚେଲା ହ୍ୱାଇଟବୋଇଙ୍କ ଠାରୁ ହାରି ଯାଇଛନ୍ତି। ମ୍ୟାଚ୍‌ର ସମସ୍ତ ୩ ମିନିଟ ସମୟ ଉଭୟ ଖେଳାଳି ପରସ୍ପରକୁ ଜୋରଦାର ଟକ୍କର ଦେଇଥିଲେ। ହେଲେ ଶେଷ କିଛି […]

author-image
Hemant Lenka
ଅଦ୍ୟତନ ହୋଇଛି
ରୌପ୍ୟରେ ସନ୍ତୁଷ୍ଟ ହେଲେ ଭାରତର ସୁଶୀଲା ଦେବୀ, ବିଜୟଙ୍କୁ ବ୍ରୋଞ୍ଜ

sushila1

ବର୍ମିଂହାମ: ରାଜ୍ୟଗୋଷ୍ଠୀରେ ସୁଶୀଲା ଦେବୀଙ୍କ ସ୍ୱର୍ଣ୍ଣ ଜିତିବାର ସ୍ୱପ୍ନ ଅଧାରେ ଅଟକି ଯାଇଛି। ଆଜି ସେ  ୪୮ କେଜି ମହିଳା ଜୁଡୋର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ଫାଇନାଲ ବାଉଟରେ ସେ ଜବରଦସ୍ତ ଲଢ଼େଇ କରିଥିଲେ ବି ଶେଷ ମୁହୂର୍ତ୍ତରେ ଦକ୍ଷିଣ ଆଫ୍ରିକାର ମିଚେଲା ହ୍ୱାଇଟବୋଇଙ୍କ ଠାରୁ ହାରି ଯାଇଛନ୍ତି। ମ୍ୟାଚ୍‌ର ସମସ୍ତ ୩ ମିନିଟ ସମୟ ଉଭୟ ଖେଳାଳି ପରସ୍ପରକୁ ଜୋରଦାର ଟକ୍କର ଦେଇଥିଲେ। ହେଲେ ଶେଷ କିଛି ସେକେଣ୍ଡରେ ସୁଶୀଲାଙ୍କ ହାତରୁ ମ୍ୟାଚ୍‌ ଖସି ଯାଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ସୁଶୀଲାଙ୍କ ଦ୍ୱିତୀୟ ପଦକ।

Advertisment

୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ। ଏଥର ତାଙ୍କର ଲକ୍ଷ୍ୟ ସ୍ୱର୍ଣ୍ଣ ଉପରେ ଥିଲା। କିନ୍ତୁ ତାଙ୍କୁ ପୁଣି ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

Advertisment


ସୁଶୀଲା ଦେବୀ ଟୋକିଓ ଅଲିମ୍ପିକ୍ସରେ  ଏକମାତ୍ର ଭାରତୀୟ ଜୁଡୋ ଖେଳାଳି ଭାବେ ଭାଗ ନେଇଥିଲେ। ତେବେ ତାଙ୍କୁ ପ୍ରଥମ ରାଉଣ୍ଡରେ ହିଁ ହାରିବାକୁ ପଡ଼ିଥିଲା। ଏବେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିଜର ଜଲୱା ଦେଖାଇ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଶା ସୃଷ୍ଟି କରିଥିଲେ।

ଅନ୍ୟପକ୍ଷରେ ୬୦ କେଜି ପୁରୁଷ ବର୍ଗର ଜୁଡୋରେ ଭାରତର ବିଜୟ କୁମାର ଯାବଦ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ସେମି ଫାଇନାଲରେ ହାରିଥିଲେ ମଧ୍ୟ ରିପେଜ ରାଉଣ୍ଡ ଜିତିଥିଲେ। ଏହାପରେ ସେ ବ୍ରୋଞ୍ଜ ପଦକ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ବ୍ରୋଞ୍ଜ ଲଢ଼େଇରେ ସେ ନିଜର ଜଲୱା ଦେଖାଇଛନ୍ତି।

ଆଜିର ରୌପ୍ୟ ଓ ବ୍ରୋଞ୍ଜକୁ ମିଶାଇ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏଥିରେ ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ରହିଛି। ୮ଟି ପଦକରୁ ଭାରତ କେବଳ ଭାରୋତ୍ତୋଳନରେ ୬ଟି ପଦକ ହାତେଇଛି। ସେହିପରି ଲନ ବାଉଲ୍ସରେ ଭାରତୀୟ ମହିଳା ଦଳ ପଦକ ପକ୍କା କରିଛନ୍ତି। ସ୍କ୍ୱାଶରେ ସୌରଭ ଘୋଷାଲ ସେମିରେ ପ୍ରବେଶ କରିଥିବାରୁ ତାଙ୍କ ଠାରୁ ବି ଦେଶ ପଦକ ଆଶା ରଖିଛି।