Advertisment

ଭାରତକୁ ଆଉ ଏକ ପଦକ, ବ୍ରୋଞ୍ଜ ଜିତିଲେ ସିଂହରାଜ

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ପାରା ଆଥଲେଟଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଭାରତକୁ ଶୁଟିଂରେ ବ୍ରୋଞ୍ଜ ପଦକ ଦେଇଛନ୍ତି ସିଂହରାଜ ଅଧାନା। ସିଂହରାଜ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୮ରେ ପହଞ୍ଚିଛି। ଭାରତ ଚଳିତ ଗେମ୍ସରେ ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ଜିତିଛି। ଫାଇନାଲରେ ସିଂହରାଜ ୨୧୬.୮ ସ୍କୋର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଭାରତକୁ ଆଉ ଏକ ପଦକ, ବ୍ରୋଞ୍ଜ ଜିତିଲେ ସିଂହରାଜ

singhraj-adhana

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ପାରା ଆଥଲେଟଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଭାରତକୁ ଶୁଟିଂରେ ବ୍ରୋଞ୍ଜ ପଦକ ଦେଇଛନ୍ତି ସିଂହରାଜ ଅଧାନା। ସିଂହରାଜ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୮ରେ ପହଞ୍ଚିଛି। ଭାରତ ଚଳିତ ଗେମ୍ସରେ ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ଜିତିଛି।

Advertisment

ଫାଇନାଲରେ ସିଂହରାଜ ୨୧୬.୮ ସ୍କୋର ସହ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି। ଏଥିସହ ଶୁଟିଂରେ ଭାରତ ଦ୍ୱିତୀୟ ପଦକ ହାତେଇଛି। ତାଙ୍କ ପୂର୍ବରୁ ମହିଳା ୧୦ ମିଟର୍ ରାଇଫଲ୍ ଏସଏସ୍-୧ ଇଭେଣ୍ଟରେ ଅବନୀ ଲେଖନା ଭାରତ ଖାତାରେ ସ୍ୱର୍ଣ୍ଣ ପଦକ ଦେଇଥିଲେ

https://twitter.com/Media_SAI/status/1432585647324164102?s=20

ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି ଚାଇନାର ଦୁଇ ଶୁଟର୍ ଚାଓ ୟାଙ୍ଗ ଓ ଜିଙ୍ଗ୍ ହୁଆଙ୍ଗ। ୟାଙ୍ଗ୍ ଫାଇନାଲରେ ୨୩୭.୯ ସ୍କୋର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ହୁଆଙ୍ଗ୍ ୨୩୭.୫ ସ୍କୋର ସହ ଦ୍ୱିତୀୟରେ ରହିଛନ୍ତି।

Advertisment

https://twitter.com/narendramodi/status/1432592250219819008?s=20

ଭାରତର ଆଉଜଣେ ଶୁଟର୍ ମନିଷ ନରୱାଲ ଭଲ ପ୍ରଦର୍ଶନ କରି ଇଭେଣ୍ଟର କ୍ୱାଲିଫାଇଙ୍ଗରେ ଶୀର୍ଷରେ ରହିଥିଲେ। ହେଲେ ସିଂହରାଜ କ୍ୱାଲିଫାଇଙ୍ଗରେ ଷଷ୍ଠ ସ୍ଥାନରେ ରହି ଫାଇନାଲରେ ସ୍ଥାନ ହାସଲ କରିଥିଲେ। କ୍ୱାଲିଫାଇଙ୍ଗରେ ମନିଷ ଚାଇନିଜ୍ ତାଇପେଇର ଲୁ ଜିଆଓଲଙ୍ଗଙ୍କ ସହ ଯୁଗ୍ମ ଭାବେ ୫୭୫ ସ୍କୋର ସହ ପ୍ରଥମ ସ୍ଥାନରେ ଥିଲେ। କିନ୍ତୁ ଫାଇନାଲରେ ମନିଷ ସମ୍ପୂର୍ଣ୍ଣ ନିରାଶ କରିଥିଲେ।

Tokyo Paralympics