Advertisment

କ୍ରୀଡ଼ା ବଜେଟ୍‌ରେ ବମ୍ପର୍ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୨୨-୨୩ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନା କରାଯାଇଛି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବିଭିନ୍ନ ସେକ୍ଟର ପାଇଁ ବଜେଟ୍ ଜାରି କରିଛନ୍ତି। ବଜେଟ୍ ଉପସ୍ଥାପନ ବେଳେ ଅର୍ଥ ମନ୍ତ୍ରୀ କ୍ରୀଡ଼ା କ୍ଷେତ୍ର ପାଇଁ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ହେଲେ ଡିଟେଲ୍ସ ଆସିବା ପରେ ଜଣାପଡ଼ିଛି ଯେ ଏଥର କ୍ରୀଡ଼ା କ୍ଷେତ୍ରରେ ୩୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବୃଦ୍ଧି କରାଯାଇଛି। ୨୦୨୧-୨୨ ବର୍ଷ ପାଇଁ କ୍ରୀଡ଼ା ବଜେଟ୍ […]

କ୍ରୀଡ଼ା ବଜେଟ୍‌ରେ ବମ୍ପର୍ ବୃଦ୍ଧି

sports

Advertisment

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୨୨-୨୩ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନା କରାଯାଇଛି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବିଭିନ୍ନ ସେକ୍ଟର ପାଇଁ ବଜେଟ୍ ଜାରି କରିଛନ୍ତି। ବଜେଟ୍ ଉପସ୍ଥାପନ ବେଳେ ଅର୍ଥ ମନ୍ତ୍ରୀ କ୍ରୀଡ଼ା କ୍ଷେତ୍ର ପାଇଁ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ହେଲେ ଡିଟେଲ୍ସ ଆସିବା ପରେ ଜଣାପଡ଼ିଛି ଯେ ଏଥର କ୍ରୀଡ଼ା କ୍ଷେତ୍ରରେ ୩୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବୃଦ୍ଧି କରାଯାଇଛି।

Advertisment

୨୦୨୧-୨୨ ବର୍ଷ ପାଇଁ କ୍ରୀଡ଼ା ବଜେଟ୍ ୨୭୫୭.୦୨ କୋଟି ଟଙ୍କା ଥିଲା। ହେଲେ ୨୦୨୨-୨୩ ବର୍ଷରେ କ୍ରୀଡ଼ା ବଜେଟ୍ ୩୦୬୨.୬୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ ଏଥର କ୍ରୀଡ଼ା ବଜେଟରେ ମୋଟ ୩୦୫.୫୮ କୋଟି ଟଙ୍କାର ବୃଦ୍ଧି କରାଯାଇଛି।

ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସିଆନ୍ ଗେମ୍ସ ପାଇଁ ଏହି ଟଙ୍କା ବିନିଯୋଗ କରାଯିବ। ଏହାଛଡ଼ା ଅନ୍ୟ କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ମଧ୍ୟ ଅର୍ଥ ବିନିଯୋଗ କରାଯିବ। ଗତବର୍ଷ ଜାତୀୟ ୟୁଥ୍ ସଶକ୍ତିକରଣ କାର୍ଯ୍ୟକ୍ରମ ପାଇଁ ମଧ୍ୟ ବଜେଟ୍ ବୃଦ୍ଧି କରାଯାଇଛି। ଗତବର୍ଷ ଏହି କ୍ଷେତ୍ରରେ ୧୦୮ କୋଟି ଖର୍ଚ୍ଚ କରାଯାଇଥିବା ବେଳେ ଚଳିତଥର ଏହା ୧୩୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

Advertisment

ଏହାବ୍ୟତୀତ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ବଜେଟକୁ ବୃଦ୍ଧି କରାଯାଇଛି। ଗତବର୍ଷ ଖେଲୋ ଇଣ୍ଡିଆ ପାଇଁ ୮୭୯ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରାଯାଇଥିଲା ବେଳେ ଏଥର ୯୭୪ କୋଟି ଟଙ୍କାର ବଜେଟ୍ ରଖାଯାଇଛି।

ସୂଚନାଯୋଗ୍ୟ, କରୋନା ଯୋଗୁ ଗତବର୍ଷ ବଜେଟରେ କାଟ୍ କରାଯାଇଥିଲା। କିନ୍ତୁ ଏଥର କ୍ରୀଡ଼ାର ବିକାଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବଜେଟକୁ ବଢ଼ାଇଛନ୍ତି।

Budget 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe