Advertisment

ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତା ଆରମ୍ଭ

କଟକ (ଓଡ଼ିଶା ରିପୋର୍ଟର): କଟକର ବାରବାଟୀ ଷ୍ଟାଡିୟମ କ୍ଲବ ହାଉସଠାରେ ଉଦଘାଟିତ ହୋଇଛି ରାଜ୍ୟ କୁସ୍ତି ପ୍ରତିଯୋଗିତା। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୫୦ ସିନିୟର, ଜୁନିୟର, ସବଜୁନିୟର ଓ କ୍ୟାଡେଟ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏଥିରେ ପୁରୁଷ ୯୦ ଜଣ ଓ ମହିଳା ୬୦ ଜଣ ଅଂଶଗ୍ରହଣ କରିଛନ୍ତି। ଚଳିତ ଥର ତିନୋଟି ଅଧିକ ଜିଲ୍ଲାକୁ ମିଶାଇ ମୋଟ ୧୨ଟି ଜିଲ୍ଲା ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି […]

ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତା ଆରମ୍ଭ

wrestilng

Advertisment

କଟକ (ଓଡ଼ିଶା ରିପୋର୍ଟର): କଟକର ବାରବାଟୀ ଷ୍ଟାଡିୟମ କ୍ଲବ ହାଉସଠାରେ ଉଦଘାଟିତ ହୋଇଛି ରାଜ୍ୟ କୁସ୍ତି ପ୍ରତିଯୋଗିତା। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୫୦ ସିନିୟର, ଜୁନିୟର, ସବଜୁନିୟର ଓ କ୍ୟାଡେଟ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏଥିରେ ପୁରୁଷ ୯୦ ଜଣ ଓ ମହିଳା ୬୦ ଜଣ ଅଂଶଗ୍ରହଣ କରିଛନ୍ତି। ଚଳିତ ଥର ତିନୋଟି ଅଧିକ ଜିଲ୍ଲାକୁ ମିଶାଇ ମୋଟ ୧୨ଟି ଜିଲ୍ଲା ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି।

Advertisment

ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଜାତୀୟ କୁସ୍ତି ପ୍ରତିଯୋଗିତା ପାଇଁ ଖେଳାଳି ଚୟନ କରାଯିବ। ଚାମ୍ପିୟନଶିପର ସିନିୟର ବର୍ଗର ବିଜେତା ରେସଲରମାନେ ଉତ୍ତର ପ୍ରଦେଶର ଗଣ୍ଡାରେ ହେବାକୁଥିବା ଜାତୀୟ ଚାମ୍ପିୟନଶିପରେ ଭାଗ ନେବେ। ସେହିପରି ଜୁନିୟର ବର୍ଗର ବିଜେତା ରେସଲର୍ ରାଞ୍ଚିରେ ଜାତୀୟ ପ୍ରତିଯୋଗିତାରେ ଭାଗ ନେବେ।

ତେବେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ପ୍ରତିଯୋଗୀଙ୍କୁ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇ ସେମାନଙ୍କୁ ଅଭିଜ୍ଞ କୋଚଙ୍କ ଦ୍ଵାରା ପ୍ରଶିକ୍ଷଣ ପ୍ରଦାନ କରାଯିବା ପରେ ଜାତୀୟ ପ୍ରତିଯୋଗିତାକୁ ପଠାଯିବ ବୋଲି ରାଜ୍ୟ କୁସ୍ତି ସଂଘ ସମ୍ପାଦକ କିଶୋର ଚନ୍ଦ୍ର ବେହେରା କହିଛନ୍ତି।

Advertisment

ସେପଟେ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ଓହ୍ଲାଇ ଥିବା ପ୍ରତିଯୋଗୀ ମାନେ ଭଲ ଖେଳ ପ୍ରଦର୍ଶନ କରି ଜାତୀୟ ସ୍ତରର ପ୍ରତିଯୋଗିତାରେ ରାଜ୍ୟକୁ ପ୍ରତିନିଧିତ୍ଵ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe