Advertisment

ରେଲୱେ ଚାକିରିରୁ ସସପେଣ୍ଡ ହେଲେ ସୁଶୀଲ କୁମାର

ନୂଆଦିଲ୍ଲୀ: ରେସଲର ସାଗର ଧାନକର ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ସୁଶୀଲଙ୍କୁ ରେଲୱେ  ସିନିୟର କମର୍ଶିଆଲ୍ ପଦରୁ ତତ୍କାଳ ପ୍ରଭାବରେ ସସପେଣ୍ଡ କରିଦିଆଯାଇଛି । ସୁଶୀଲଙ୍କ ସସପେଣ୍ଡ ମେ’ ୨୩ ତାରିଖରୁ ଲାଗୁ କରାଯାଇଛି ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସସପେଣ୍ଡ ରହିବେ। ଦୁଇଦିନ ତଳେ ସୁଶୀଲଙ୍କୁ ଦିଲ୍ଲୀ ପୁଲିସ୍ ସାଗର ଧାନକର ହତ୍ୟା ଅଭିଯୋଗରେ ଗିରଫ କରିଥିଲା । ହତ୍ୟା ଅଭିଯୋଗରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ରେଲୱେ ଚାକିରିରୁ ସସପେଣ୍ଡ ହେଲେ ସୁଶୀଲ କୁମାର

sushil-kumar

ନୂଆଦିଲ୍ଲୀ: ରେସଲର ସାଗର ଧାନକର ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ସୁଶୀଲଙ୍କୁ ରେଲୱେ  ସିନିୟର କମର୍ଶିଆଲ୍ ପଦରୁ ତତ୍କାଳ ପ୍ରଭାବରେ ସସପେଣ୍ଡ କରିଦିଆଯାଇଛି । ସୁଶୀଲଙ୍କ ସସପେଣ୍ଡ ମେ’ ୨୩ ତାରିଖରୁ ଲାଗୁ କରାଯାଇଛି ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସସପେଣ୍ଡ ରହିବେ।

Advertisment

ଦୁଇଦିନ ତଳେ ସୁଶୀଲଙ୍କୁ ଦିଲ୍ଲୀ ପୁଲିସ୍ ସାଗର ଧାନକର ହତ୍ୟା ଅଭିଯୋଗରେ ଗିରଫ କରିଥିଲା । ହତ୍ୟା ଅଭିଯୋଗରେ ସୁଶୀଲଙ୍କ ବିରୋଧରେ ହେଉଥିବା ତଦନ୍ତକୁ ନେଇ ରେଲୱେ ଏହି ପଦକ୍ଷେପ ଉଠାଇଛି। ଏହା ପୂର୍ବରୁ ଦିଲ୍ଲୀ ପୁଲିସର ଅପରାଧ ଶାଖାର ଅଧିକାରୀ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିବା ପାଇଁ ମଙ୍ଗଳବାର ସୁଶୀଲଙ୍କୁ ନେଇ ଛତ୍ରସାଲ୍ ଷ୍ଟାଡିୟମ ଯାଇଥିଲା। ଅଧିକାରୀ କହିଛନ୍ତି ଯେ ପୁଲିସ୍ କର୍ମୀ ସକାଳ ସମୟରେ ଅପରାଧ ସ୍ଥଳକୁ ଯାଇଥିଲା ଏବଂ ଦ୍ୱିପହରରେ ଫେରିଆସିଥିଲା । ଘଟଣା ଦିନ କେଉଁ ପରିସ୍ଥିତିରେ ଅପରାଧ ଘଟିଥିଲା, ଏହା ଜାଣିବା ପାଇଁ ପୁଲିସ୍ ସୁଶୀଲଙ୍କୁ ଘଟଣାସ୍ଥଳକୁ ନେଇଥିଲା ।

ସୋମବାର ସୁଶୀଲଙ୍କୁ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ଅଧିକାରୀ ଜଣକ କହିଛନ୍ତି ଯେ ସେ ଏହି ମାମଲାର ତଦନ୍ତ ଅଲଗା ଆଙ୍ଗଲରୁ କରୁଛନ୍ତି। ଜଣେ ବରିଷ୍ଠ ଅଧିକାରୀ ଆଗରୁ କହିଥିଲେ ଯେ ଘଟଣାକ୍ରମ ସମ୍ବନ୍ଧରେ ଜାଣିବା ପାଇଁ ସୁଶୀଲଙ୍କୁ କିଛି ପ୍ରଶ୍ନ ପଚରା ଯାଇଥିଲା । ଏହାସହ କେଉଁ ପରିସ୍ଥିତିରେ ଅପରାଧ ହେଲା ଏବଂ ସେ (ସୁଶୀଲ) କେଉଁ କେଉଁ ସ୍ଥାନକୁ ଯାଇଥିଲେ, ତାହା ଜାଣିବାକୁ ପୁଲିସ୍ ପ୍ରୟାସ କରିଥିଲା।

Advertisment

ସୂଚନାଯୋଗ୍ୟ, ମେ’ ୪ ତାରିଖ ରାତିରେ ଛତ୍ରସାଲ୍‌ ଷ୍ଟାଡିୟମରେ ସୁଶୀଲ କୁମାର ଓ ତାଙ୍କର କିଛି ସହଯୋଗୀଙ୍କ ଆକ୍ରମଣରେ ୨୩ ବର୍ଷୀୟ ରେସଲର୍ ସାଗରଙ୍କର ମୃତ୍ୟୁ ହୋଇଥିଲା ଏବଂ ଦୁଇ ଜଣ ଆହତ ହୋଇଥିଲେ। ଏହାପରଠାରୁ ସୁଶୀଲ ପ୍ରାୟ ୧୯ଦିନ ଧରି ଫେରାର୍ ଥିଲେ। ମଡେଲ୍ ଟାଉନସ୍ଥିତ ଏକ ପ୍ରପର୍ଟିକୁ ନେଇ ଏହି ବିବାଦ ହୋଇଥିବା କୁହାଯାଉଛି ।